ପ୍ରମୁଖ ଖବର

ରାଜ୍ୟ ମହିଳା କର୍ମଚାରୀମାନଙ୍କ ଅତିରିକ୍ତ ସାମୟିକ ଛୁଟି ଆଉ ୨ଦିନ ବଢ଼ିଲା
ବାତ୍ୟା ପାଇଁ ୨୩ରୁ ୨୫ କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି
ବାତ୍ୟା ପାଇଁ ୧୭୮ଟି ଟ୍ରେନ ବାତିଲ
ଅବସରପ୍ରାପ୍ତ ଆଇପିଏସ୍‌ ଲଳିତ ଦାସ ହେଲେ ଓଏସ୍‌ଏସ୍‌ଏସ୍‌ସି ଅଧ୍ୟକ୍ଷ
ନିର୍ଦୋଷ ସାବ୍ୟସ୍ତ ହେଲେ ସେବି ଅଧ୍ୟକ୍ଷ ମାଧବୀ ବୁଚ
ଲାଞ୍ଚ ନେଇ ନିଲମ୍ବିତ ହେଲେ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜ
ସମ୍ଭାବ୍ୟ ବାତ୍ୟା: ୧୪ ଜିଲ୍ଲାରେ ବନ୍ଦ ରହିବ ସବୁ ଐତିହ୍ୟ ସ୍ଥଳୀ
ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଆଗୁଆ ସଜାଗ
ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

୧୪ ଜିଲ୍ଲାରେ କରୋନା ପାଦ

0
  • ପଶ୍ଚିମବଙ୍ଗ ବଢାଇଦେଲା ଓଡ଼ିଶାରେ ବିପଦ
  • ଦିନ ଦଶଟାରେ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇଗୁଣ
  • ପ୍ରବାସୀଙ୍କୁ ନେଇ ସରକାରଙ୍କ ଚିନ୍ତା ବଢିଲା

ଭୁବନେଶ୍ବର: କାହା ପାଖେ କିଛି ଲକ୍ଷଣ ନାହିଁ। କେହି ଗୁରୁତର ବି ନାହାନ୍ତି। ମୃତ୍ୟୁ ସଂଖ୍ୟା ସେହି ଏକରେ ସୀମିତ। ବରଂ ଇତିମଧ୍ୟରେ ୩୮ ଜଣ ସୁସ୍ଥ ହୋଇ ଘରକୁ ଫେରିଗଲେଣି। କିନ୍ତୁ କରୋନା ଡର ବଢିବାରେ ଲାଗିଲାଣି। ଏଇଥିପାଇଁ ଯେ ସମସ୍ତଙ୍କ ଅଲକ୍ଷ୍ୟରେ କୋଭିଡ-୧୯ ଭୁତାଣୁ ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ଡିଆଁ ମାରୁଛି। ୧୪ ଜିଲ୍ଲାରେ ତାର ଉପସ୍ଥିତି ଜାହିର କରିସାରିଲେଣି। ସଂକ୍ଷେପରେ କହିଲେ, ଅଧା ଓଡ଼ିଶାରେ ପାଦ ଥାପି ସାରିଲାଣି।

୧୪ ଦିନ ପରେ ପୁଣି ଥରେ କୋଭିଡ-୧୯ ଭୁତାଣୁ ଆଜି ଜଣାଇ ଦେଇଛି ଯେ ସେ ରାଜଧାନୀ ଭୁବନେଶ୍ବର ଛାଡିନି। ମଧୁସୂଦନ ନଗରର ପୂର୍ବ ଆକ୍ରାନ୍ତଙ୍କ ଲିଙ୍କରେ ଜଣକ ଠାରେ ନମୁନା ପଜିଟିଭ୍ ଆସିଛି। ଏହାକୁ ନେଇ ଚିନ୍ତା ହଟିନଥିଲା, ପୁଣି ରିପୋର୍ଟ ଆସିଲାଣି, ଝାରସୁଗୁଡା, କେନ୍ଦୁଝର ଓ ଦେବଗଡରେ ସେ ଅଛି। ପଶ୍ଚିମ ଓଡ଼ିଶା ବି ତା ନଜରରୁ ଯାଇନି, ଏକଥା ସୂଚାଇଛି।

ସରକାରଙ୍କ ରିପୋର୍ଟ ଅନୁସାରେ, କେନ୍ଦୁଝରର ପଞ୍ଚପଲ୍ଲୀ (୬୦ବର୍ଷ ପୁରୁଷ), ଦେବଗଡ ବାସୁଦେବପୁର (୩୪ ବର୍ଷ ପୁରୁଷ) ଓ ଝାରସୁଗୁଡା ବ୍ରଜରାଜନଗର (୧୮ ବର୍ଷ, ଯୁବତୀ)ଙ୍କ ଠାରେ କରୋନା ପଜିଟିଭ୍ ଜଣାପଡିଛି। ଏମାନେ ସମସ୍ତେ ପଶ୍ଚିମବଙ୍ଗ ଲିଙ୍କରେ ଅଛନ୍ତି। ଏମାନେ ସମସ୍ତଙ୍କୁ କୋଭିଡ଼ ହସ୍ପିଟାଲକୁ ନିଆଯାଇଛି। ଏହା ପୂର୍ବରୁ ଜଣାପଡିଥିଲା ଯେ ୪୧ ନମ୍ବର ଆକ୍ରାନ୍ତଙ୍କ ସଂପର୍କୀୟ (ମଧୁସୂଦନନଗର)ଙ୍କ ଠାରେ କରୋନା ଭୁତାଣୁ ରହିଛି ଓ ତାଙ୍କ ବୟସ ୭୭ବର୍ଷ।

ସରକାର ଗତକାଲି ସୂଚାଇଥିଲେ ଯେ ୬୧ ନମ୍ବର ସଂକ୍ରମିତ ବିପଦ ସାଜିଛନ୍ତି। ଏହି ସଂକ୍ରମିତ ଜଣକ ବାଲେଶ୍ବର ଜିଲ୍ଲା ନୀଳିଆବାଗର। ଏପ୍ରିଲ ୧୯ ତାରିଖରେ ଏହି ସଂକ୍ରମିତ ଆସିବା ବେଳେ ସେତିକି ବିପଦ ଲାଗୁନଥିଲା, ଆଜି ଯେତିକି ସମସ୍ତେ ଭୟଭୀତ। କାରଣ ବିଦେଶ ଫେରନ୍ତା ଓ ତବଲିଗ୍ ଏଭଳି ଦୁଇଟି ପର୍ଯ୍ୟାୟରେ କରୋନା ଯେମିତି କରୋନା ସଂକ୍ରମିତଙ୍କୁ ସରକାର ରୋକିପାରିଥିଲେ, ଏହି କ୍ଷେତ୍ରରେ ସେମିତି ହେଲାନି। ପଶ୍ଚିମବଙ୍ଗରୁ ଆସିଥିବା ସଂକ୍ରମିତ ଏମିତି ଭୁତାଣୁ ବାଣ୍ଟିଛନ୍ତି ଯେ ଯାଦୁ ଭଳି ମାଡ଼ିବା ଆରମ୍ଭକଲାଣି। ଏବେ ୧୯ରୁ ୨୯ ତାରିଖ ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬୧ରୁ ୧୨୨ରେ ପହଞ୍ଚିଛି।

ଚିନ୍ତା ବଢିବାର କାରଣ ହେଉଛି, ପଶ୍ଚିମବଙ୍ଗ ଚିନ୍ତାରେ ପକାଇଥିବା ବେଳେ ଅନ୍ୟ ସଂକ୍ରମିତ ରାଜ୍ୟରୁ ଆସୁଥିବା ପ୍ରବାସୀ ବିପଦ ଆଣିବେନି ତ? ଲକ୍ଷ ଲକ୍ଷ ସଂକ୍ରାନ୍ତରେ ଏମାନେ ଆସିବେ। ସରକାର ଫୁଲ ଦମରେ ମୁକାବିଲା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ହେଲେ ଶତପ୍ରତିଶତ ରୋକାଯାଇପାରିବ କି ନାହିଁ, ସେ ଆଶଙ୍କା ବଢିବାରେ ଲାଗିଛି। ଅନ୍ୟଥା ପୂରା ଓଡ଼ିଶାକୁ କରୋନା ଛୁଇଁଯିବାର ଆଶଙ୍କାକୁ ଏଡାଇ ଦେଇ ହେବନାହିଁ।

Leave A Reply

Your email address will not be published.