ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ

ବାଲିପାଟଣା ଗୁଳିକାଣ୍ଡ: ନିଜେ ନିଜକୁ ଗୁଳି ମାରିଥିଲେ ଆହତ ଯୁବକ

0

ବାଲିପାଟଣା: ବାଲିପାଟଣାରେ ବିଳମ୍ବିତ ରାତିରେ ଗୁଳିକାଣ୍ଡ ଘଟଣାରେ ନିଜେ ନିଜକୁ ଗୁଳି କରିଥିଲା ଜେଲ ଫେରନ୍ତା ଅଭିଯୁକ୍ତ। କୌଣସି ଦୁର୍ବୃତ୍ତ ବାଇକରେ ଆସି ନଥିଲେ କି ଗୁଳି ମାରି ନଥିଲେ। ନିଜେ ନିଜକୁ ଗୁଳି ମାରିବା ପରେ ଦୁର୍ବୃତ୍ତ ଗୁଳି ମାରିଥିବାର ନାଟକ କରିଥିଲେ ପୀଡ଼ିତ ଦୀପ୍ତି ରଞ୍ଜନ ମହାପାତ୍ର।

ପୋଲିସ ସୂଚନା ଅନୁସାରେ, ୨୦୨୪ରେ ଏକ ଦୁଷ୍କର୍ମ ମାମଲାରେ ପୂର୍ବରୁ ଗିରଫ ହୋଇଥିଲେ ଆହତ ଦୀପ୍ତି। ସେ ଦୁଷ୍କର୍ମ ମାମଲାରେ ଜେଲ୍‌ ଯାଇ ଫେରିଥିଲେ। ତେବେ ଦୁଷ୍କର୍ମ ଅଭିଯୋଗ ଆଣିଥିବା ପରିବାରକୁ ଫସାଇବା ପାଇଁ ଦୀପ୍ତି ଏଭଳି ଯୋଜନା ରଚିଥିଲା। ଏପଟେ ଆହତ ଦୀପ୍ତିଙ୍କ ହସ୍ପିଟାଲରେ ଚିକିତ୍ସା ଚାଲିଛି। ସ୍ୱାସ୍ଥ୍ୟବସ୍ଥା ସୁଧୁରିବା ପରେ ତାଙ୍କୁ ଗିରଫ କରାଯିବ। ବନ୍ଧୁକ ଯୋଗାଇଥିବା ତୃତୀୟ ବ୍ୟକ୍ତି ଅମରେଶ ପ୍ରଧାନ ଓରଫ ବାଙ୍ଗୁରୁ କୁ ଗିରଫ କରଯାଇଛି।

ଖବରମୁତାବକ, ଗତକାଲି ବାଲିପାଟଣା ଥାନା ନିକଟରେ ଦୀପ୍ତିଙ୍କ ଉପରକୁ ଗୁଳି ମାଡ ହୋଇଥିଲା। ଗୁଳି ମାଡ ଘଟଣାରେ ଦୁଷ୍କର୍ମ ପୀଡିତାଙ୍କ ସ୍ୱାମୀ ଓ ତାଙ୍କ ସହଯୋଗୀଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ଦୀପ୍ତି। ପୋଲିସ ଅଭିଯୋଗ ଆଧାରରେ ତଦନ୍ତ କରିବା ପରେ ଗୁଳିକାଣ୍ଡ ଘଟଣାର ସତ ସାମ୍ନାକୁ ଆସିଛି। ଗୁଳି ଫୁଟିଥିବା ବନ୍ଧୁକକୁ ଜବତ କରିଛି। ତେବେ ଫସାଇବାକୁ ଯାଇ ଫସିଥିବା ଯୁବକ କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Leave A Reply

Your email address will not be published.