ପ୍ରମୁଖ ଖବର

ଜାପାନରୁ ନେତାଜୀଙ୍କ ଅସ୍ଥି ଭାରତ ଆଣିବାକୁ ଝିଅଙ୍କ ଆବେଦନ, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ବାଙ୍କୀ-ଡମପଡ଼ା ବ୍ଲକରେ BNSS ୧୬୩ ଲାଗୁ, ମେଳି ଓ ହରତାଳ ଉପରେ କଟକଣା
ଘରୋଇ ହସ୍ପିଟାଲ ଚିକିତ୍ସା ଖର୍ଚ୍ଚ କମିବ, ରୋଗୀଙ୍କ ପାଇଁ ସଂସଦୀୟ କମିଟିର ବଡ଼ ସୁପାରିସ୍
ଦୁଷ୍କର୍ମ ଅଭିଯୋଗରେ IPL କ୍ରିକେଟର ଅଭିଷେକ ପୋରେଲ ଗିରଫ
ଦୁଇ ବର୍ଷ ପରେ ଚଳଚଞ୍ଚଳ ଲୋକାୟୁକ୍ତ, ଅଧ୍ୟକ୍ଷ ଚୟନ ପାଇଁ ବସିଲା ହାଇପାୱାର କମିଟି
ଭାପୁର ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରରେ ଭୁଲ ଇଞ୍ଜେକ୍ସନ ନେଲା ଛାତ୍ରୀଙ୍କ ଜୀବନ, ମେଡିକାଲରେ ଉତ୍ତେଜନା
ଖଣି ଉପରେ ମନଇଚ୍ଛା ଟିକସ ଲଗାଇପାରିବେନି ରାଜ୍ୟ, କେନ୍ଦ୍ର ଆଣିଲା ନୂଆ MMDR ବିଲ୍‌
ଇରାନୀ ଧମକ ପରେ ଟ୍ରକ୍‌ରେ ଲୁଚି ତୁର୍କୀରୁ ବାହାରିଥିଲେ ଟ୍ରମ୍ପ!
ଧାନବିଲରେ କାମ ବେଳେ ବଜ୍ରାଘାତ, ୪ ମହିଳା ଶ୍ରମିକଙ୍କ ମୃତ୍ୟୁ
ଟିଏମ୍‌ସିର ୩ ବ୍ୟାଙ୍କ ଖାତା ଫ୍ରିଜ୍‌: ହସ୍ତକ୍ଷେପ କଲେନି ସୁପ୍ରିମକୋର୍ଟ

ଦିଲ୍ଲୀରେ ପ୍ରବଳ ବର୍ଷା ଓ ଝଡ଼ତୋଫାନ

0

ନୂଆଦିଲ୍ଲୀ: ଶୁକ୍ରବାର ସକାଳେ ରାଜଧାନୀ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳ ଏନସିଆରରେ ପ୍ରବଳ ବର୍ଷା, ଝଡ଼ତୋଫାନ ସହିତ କୁଆପଥର ମାଡ଼ ଯୋଗୁଁ ୪୦ରୁ ଅଧିକ ବିମାନ ଅନ୍ୟତ୍ର ଡାଇଭର୍ଟ ହୋଇଥିବା ବେଳେ ପ୍ରାୟ ୧୦୦ଟି ବିମାନ ବିଳମ୍ବିତ ହୋଇଛି। ଦିଲ୍ଲୀର ଦ୍ୱାରକାରେ ପ୍ରବଳ ପବନ ଯୋଗୁଁ ଏକ ନିମ୍ବ ଗଛ ଉପୁଡି ଏକ ଘର ଉପରେ ପଡ଼ିଥିଲା। ଫଳରେ ଏହି ଘର ଭିତରେ ଥିବା ୪ ଜଣଙ୍କର ମୃତ୍ୟୁ ହୋଇଥିଲା। ଘର ଭିତରେ ଥିବା ଜଣେ ୨୬ ବର୍ଷୀୟ ମହିଳା ଓ ତାଙ୍କର ତିନି ସନ୍ତାନ ମାଟିରେ ପୋତି ହୋଇ ରହିଥିଲେ। ପୋଲିସ ଓ ଅଗ୍ନିଶମ ବାହିନୀ ସେମାନଙ୍କୁ ଉଦ୍ଧାର କରି ଆରଟିଆର ହସ୍ପିଟାଲକୁ ନେଇଥିଲେ, କିନ୍ତୁ ସେଠାରେ ସେମାନଙ୍କୁ ମୃତ ଘୋଷଣା କରାଯାଇଛି। ମହିଳାଙ୍କ ସ୍ୱାମୀ ଅଜୟ ଏହି ଘଟଣାରେ ସାମାନ୍ୟ ଆଘାତ ପାଇଛନ୍ତି।

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ବର୍ଷା ପରେ ବିଭିନ୍ନ ଅଞ୍ଚଳରେ ପରିଦର୍ଶନ କରିଥିଲେ। ଦିଲ୍ଲୀ ପାଇଁ ଜାରି ହୋଇଥିବା ରେଡ ଆଲର୍ଟକୁ ଏବେ ଅରେଞ୍ଜ ଆଲର୍ଟରେ ପରିବର୍ତ୍ତନ କରାଯାଇଛି। ସକାଳ ୫ଟା ୩୦ରୁ ୫ଟା ୫୦ ମଧ୍ୟରେ ପ୍ରଗତି ମୈଦାନରେ ସର୍ବାଧିକ ୭୮ କିମି ପ୍ରତି ଘଣ୍ଟା ବେଗରେ ପବନ ବହିଥିଲା। ଅନ୍ୟାନ୍ୟ ଅଞ୍ଚଳ ଯଥା ଆଇଜିଏନଓୟୁରେ ୫୨ କିମି, ନଜଫଗଡ଼ରେ ୫୬ କିମି ଏବଂ ଲୋଧି ରୋଡ଼ ଓ ପିତମପୁରାରେ ୫୯ କିମି ପ୍ରତି ଘଣ୍ଟା ବେଗରେ ପବନ ବହିଥିଲା। ଅଚାନକ ବର୍ଷା ଯୋଗୁଁ ଲାଜପତ ନଗର, ଆରକେ ପୁରମ ଓ ଦ୍ୱାରକା ଭଳି ଅଞ୍ଚଳରେ ଜଳାର୍ଣ୍ଣବ ହୋଇଥିଲା।
ଦିଲ୍ଲୀ ବିମାନବନ୍ଦର ଏକ୍ସରେ ଏକ ଆଡ଼ଭାଇଜରି ଜାରି କରି କରାଯାଇଥିଲା। ଖରାପ ପାଗ ଯୋଗୁଁ କିଛି ବିମାନ ପ୍ରଭାବିତ ହୋଇଛି ଏବଂ ଯାତ୍ରୀମାନଙ୍କୁ ସେମାନଙ୍କ ବିମାନ ସୂଚୀ ପାଇଁ ନିଜ ଏୟାରଲାଇନ୍ସ ସହ ଯୋଗାଯୋଗ ରଖିବାକୁ ପରାମର୍ଶ ଦିଆଯାଇଛି। ଏୟାର ଇଣ୍ଡିଆ ଓ ଇଣ୍ଡିଗୋ ମଧ୍ୟ ଏହି ସତର୍କତା ଜାରି କରିଛି।

Leave A Reply

Your email address will not be published.