ପ୍ରମୁଖ ଖବର

ଅଗଷ୍ଟ ୧ରୁ ବଦଳିବ ସ୍ପିଡ୍ ପୋଷ୍ଟ ନିୟମ, ଜାଣନ୍ତୁ କଣ ହେବ ପରିବର୍ତ୍ତନ
ରାଜ୍ୟସଭାରେ ପାସ୍ ହେଲା ଆଣ୍ଟି-ପେପର ଲିକ୍ ବିଲ୍, କଠୋର ଦଣ୍ଡବିଧାନକୁ ମଞ୍ଜୁରି
ଇଣ୍ଡିଆନ୍ ଆଇଡଲ୍-୧୬ ବିଜେତା ଜ୍ୟୋତିର୍ମୟୀ ନାୟକଙ୍କୁ ରାଜ୍ୟପାଳଙ୍କ ସମ୍ବର୍ଦ୍ଧନା
ସୋମେଶ କୁମାର ଉପାଧ୍ୟାୟ ହେଲେ ଭଦ୍ରକର ନୂତନ ଜିଲ୍ଲାପାଳ
ଦୀପାବଳି ସୁଦ୍ଧା ମହାନଦୀ ଜଳ ବିବାଦର ସମାଧାନ ଲକ୍ଷ୍ୟ
ଜୁଲାଇ ୩୧ ପର୍ଯ୍ୟନ୍ତ ଖୋର୍ଦ୍ଧାର ସମସ୍ତ ସ୍କୁଲ ଛୁଟି
ଜାପାନରେ ଶକ୍ତିଶାଳୀ ଭୂମିକମ୍ପ: ୨୮ ମୃତ, ୬୨ ଆହତ
ଇଥାନଲ୍ ବିବାଦ: ୧୧ କୋଟିର ମାନହାନି ମାମଲା କଲେ ନିତିନ୍ ଗଡ଼କରୀ

ଅନିର୍ଦ୍ଦିଷ୍ଟ କାଳ ଯାଏ ଆଇପିଏଲ ସ୍ଥଗିତ

0

ନ୍ୟୁଜ୍ ବ୍ୟୁରୋ: ସ୍ଥଗିତ ହେଲା ଆଇପିଏଲ। ଭାରତ ପାକିସ୍ତାନ ଉତ୍ତେଜନା ସ୍ଥିତିରେ ଥିବାରୁ ଆଇପିଏଲକୁ ସ୍ଥଗିତ ରଖାଯାଇଛି। ଭାରତ ଓ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ସାମରିକ ଉତ୍ତେଜନା ଏବଂ ଯୁଦ୍ଧ ପରିସ୍ଥିତି ମଧ୍ୟରେ ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୫ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ କରାଯାଇଛି। ବିସିସିଆଇ (ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ) ଏବଂ ଆଇପିଏଲ ପରିଚାଳନା ସଂସ୍ଥା ଦ୍ୱାରା ନିଆଯାଇଥିବା ଏହି ନିଷ୍ପତ୍ତି ଦେଶରେ ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ଘୋଷଣା କରାଯାଇଛି।

ପଠାନକୋଟରୁ ମାତ୍ର ୧୦୦ କିଲୋମିଟର ଦୂରରେ ଅବସ୍ଥିତ ଧର୍ମଶାଳାରେ ଆକ୍ରମଣ ଚେତାବନୀ ଜାରି ହେବା ପରେ ଷ୍ଟାଡିୟମରେ ଫ୍ଲଡ଼ଲାଇଟ ବନ୍ଦ ହୋଇଯାଇଥିଲା, ଯାହା ପ୍ରାରମ୍ଭରେ ବୈଷୟିକ ତ୍ରୁଟି ବୋଲି ଭାବାଯାଇଥିଲା। କିନ୍ତୁ ସୁରକ୍ଷା ବିଷୟରେ ସୂଚନା ମିଳିବା ପରେ ଖେଳାଳୀ ଓ ଅଧିକାରୀମାନଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ଏହି ଘଟଣା ଦଳଗୁଡ଼ିକ ମଧ୍ୟରେ, ବିଶେଷତଃ ବିଦେଶୀ ଖେଳାଳୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା।

ଷ୍ଟାଡିୟମରେ ଉପସ୍ଥିତ ପ୍ରାୟ ୮୦% ଦର୍ଶକଙ୍କୁ ସୁରକ୍ଷା କାରଣରୁ ଖାଲି କରାଯାଇଥିଲା। ଏହି ସମୟରେ କିଛି ଦର୍ଶକ ପାକିସ୍ତାନ ବିରୋଧୀ ସ୍ଲୋଗାନ ଦେଉଥିବା ମଧ୍ୟ ଶୁଣାଯାଇଥିଲା। ଏହା ପରେ ଧରମଶାଳାକୁ ଏବଂ ସେଠାରୁ ଆସୁଥିବା ବିମାନ ସେବା ସ୍ଥଗିତ ହୋଇଥିବା ବେଳେ ଦଳର ବସଗୁଡ଼ିକୁ ନିରାପଦ ରୂଟ ଦେଇ ଅନ୍ୟତ୍ର ପଠାଯାଇଛି ଆଇପିଏଲ ଅଧ୍ୟକ୍ଷ ଅରୁଣ ଧୁମାଲ କହିଛନ୍ତି ଯେ, ”ଦେଶରେ ବର୍ତ୍ତମାନର ସୁରକ୍ଷା ପରିସ୍ଥିତି ଏବଂ ସରକାରୀ ନିର୍ଦ୍ଦେଶକୁ ଦୃଷ୍ଟିରେ ରଖି ଲିଗକୁ ଚାଲୁ ରଖିବା ସମ୍ଭବ ନୁହେଁ। ସରକାରୀ ନିର୍ଦ୍ଦେଶ ନ ମିଳିବା ପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରଖାଯାଇଛି।”

ଦେଶରେ ଚାଲିଥିବା ଏହି ଅସ୍ଥିର ପରିସ୍ଥିତି ମଧ୍ୟରେ ଆଇପିଏଲ ପରି ଏକ ବଡ଼ କ୍ରୀଡ଼ା ଆୟୋଜନର ସ୍ଥଗିତ ହେବା ଦେଶର ଗମ୍ଭୀର ସ୍ଥିତିକୁ ପ୍ରତିଫଳିତ କରୁଛି। ଏହା ସହିତ, କ୍ରିକେଟ ପ୍ରେମୀମାନେ ମଧ୍ୟ ଏହି ନିଷ୍ପତ୍ତିରେ ନିରାଶ ହୋଇଛନ୍ତି, କିନ୍ତୁ ସୁରକ୍ଷା ଏବଂ ଜାତୀୟ ସ୍ୱାର୍ଥକୁ ପ୍ରାଧାନ୍ୟ ଦେବାର ଆବଶ୍ୟକତା ସମସ୍ତେ ବୁଝୁଛନ୍ତି। ଭାରତ ଶତ୍ରୁ ଦେଶ ପାକିସ୍ତାନ ସହ ଲଢ଼ୁଥିବା ବେଳେ ଖେଳରୁ ଆନନ୍ଦ ନିଆଯିବା ଉଚିତ ନୁହେଁ ବୋଲି କ୍ରୀଡା ସମୀକ୍ଷକମାନେ କହିଛନ୍ତି। ଭାରତ ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ଲକ୍ଷ୍ୟ ରଖିଛି । ଦେଶର ସୁରକ୍ଷାକୁ ସବୁବେଳେ ପ୍ରାଥମିକତା ଦିଆଯିବା ଉଚିତ ବୋଲି କ୍ରୀଡା ସମୀକ୍ଷକ କହିଛନ୍ତି। ବର୍ତ୍ତମାନ ପାଇଁ, ଆଇପିଏଲ ୨୦୨୫ର ଭବିଷ୍ୟତ ଅନିଶ୍ଚିତ ରହିଛି, ଏବଂ ପରିସ୍ଥିତି ସ୍ଥିର ହେବା ପରେ ହିଁ ଏହାର ପୁନରାରମ୍ଭ ବିଷୟରେ କୌଣସି ନିଷ୍ପତ୍ତି ନିଆଯାଇପାରେ।

Leave A Reply

Your email address will not be published.