ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ

ଶିମିଳିପାଳ ଜଗିବେ ୨ସ୍ନିଫର୍‌ ଡଗ୍‌

0

ମୟୁରଭଞ୍ଜ: ଏଥର ଶିମିଳିପାଳକୁ ସୁରକ୍ଷା ଦେବେ ଦୁଇଟି ପ୍ରଶିକ୍ଷିତ ସ୍ନିଫର୍‌ ଡଗ୍। ଏନେଇ ଶିମିଳିପାଳ ଟାଇଗର୍‌ ରିଜର୍ଭର ସୁରକ୍ଷା ଦାୟିତ୍ବରେ ସାମିଲ ହେଲେ ବେଲଜିଆନ୍‌ ମାଲିନୋଇସ୍ ପ୍ରଜାତିର କୁକୁର ନାନ୍ତା ଓ ଅନ୍ନିକା। ଉଭୟ କୁକୁର ତେଲେଙ୍ଗାନାର ସିକନ୍ଦରାବାଦଠାରେ ତାଲିମ ସମାପ୍ତ କରି ଶିମିଳିପାଳକୁ ଆସିଛନ୍ତି।

ଅପରାଧୀ କିମ୍ବା ଅନ୍ୟ ସନ୍ଦିଗ୍ଧ ଗତିବିଧିର ପିଛା କରିବା ପାଇଁ ନାନ୍ତାକୁ ଟ୍ରାକିଂ ତଥା ଅନୁସରଣରେ ବିଶେଷ ଭାବେ ପ୍ରଶିକ୍ଷଣ ଦିଆଯାଇଛି। ସେହିପରି ହାତୀ ଦାନ୍ତ, ବାଘ ଚମଡ଼ା ଓ ଜୀବଜନ୍ତୁଙ୍କ ଦେହାବଶେଷକୁ ଆଘ୍ରାଣ କରି ଠାବ କରିବାରେ ଅନ୍ନିକା ବେଶ୍‌ ପାରଙ୍ଗମ ବୋଲି ଶିମିଳିପାଳ କର୍ତ୍ତୃପକ୍ଷ କହିଛନ୍ତି।

ତେବେ ଶିପିଳିପାଳ ଅଭୟାରଣ୍ୟ ସୁରକ୍ଷାରେ ପୂର୍ବରୁ ୬ଟି କୁକୁର ସାମିଲ ଥିବବେଳେ, ଏବେ ନାନ୍ତା ଓ ଅନ୍ନିକା ଯୋଗଦେଇଛନ୍ତି।ଯାହାଫଳରେ ଅଭୟାରଣ୍ୟର ସୁରକ୍ଷାରେ ବୃଦ୍ଧି ଘଟିଛି। ଏହା ବ୍ୟତୀତ ପୂର୍ବରୁ ଶିମିଳିପାଳ ସୁରକ୍ଷା ଦାୟିତ୍ବରେ ୬ଟି କୁମ୍‌କୀ ହାତୀ ନିୟୋଜିତ ଥିଲେ। ହେଲେ ସେଥିରୁ ୨ଟି ହାତୀଙ୍କ ମୃତ୍ୟୁ ଘଟିଛି।

Leave A Reply

Your email address will not be published.