ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଅନନ୍ତ ନାଗଙ୍କୁ ଫାଲକେ ସମ୍ମାନ
ଦିଲ୍ଲୀ SIR: ନିୟମ ସ୍ପଷ୍ଟ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ଫ୍ଲାଇଟ୍‌ ଟ୍ରେନିଂ ବେଳେ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ର ମୃତ
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
ଚୀନ୍‌ର କପଡ଼ା କାରଖାନାରେ ଭୟଙ୍କର ନିଆଁ, ୮ ଜଣ ଜୀବନ୍ତ ଦଗ୍ଧ
କେରଳରେ ବର୍ଷା ବିତ୍ପାତ, ୯ ମୃତ; ୬ ଜିଲ୍ଲାକୁ ଅରେଞ୍ଜ୍‌ ଆଲର୍ଟ

କେମିତି ଦାନ୍ତ ଘଷନ୍ତି ମହାପ୍ରଭୁ, ଜାଣନ୍ତୁ

0

ଭୁବନେଶ୍ବର: ପ୍ରତିଟି ମଣିଷ ଯେମିତି ସକାଳୁ ଉଠିଲେ, ମୁହଁ ଧୋଇ ବ୍ରସ କରିବା ଏକ ଦୈନନ୍ଦିନ କାର୍ଯ୍ୟ, ମହାପ୍ରଭୁ ଶ୍ରୀଜଗନ୍ନାଥ ମଧ୍ୟ ଅନୁରୂପ ଭାବେ ସକାଳୁ ସୁବାସିତ ଜଳରେ ମୁହଁ ଧୋଇଥାନ୍ତି। ଏହାକୁ ମୁଖ ପଖାଳ ସେବା ବୋଲି କୁହାଯାଇଥାଏ। ଶ୍ରୀଜିଉମାନେ ପ୍ରତ୍ୟହ ଅବକାଶ ନୀତିରେ ସୁବାସିତ ଜଳରେ ମୁଖ ପ୍ରକ୍ଷାଳନ କରିବା ବ୍ୟବସ୍ଥା ଶ୍ରୀଜଗନ୍ନାଥ ସଂସ୍କୃତିରେ ରହିଛି। ଏହି ସେବା ନିମନ୍ତେ ଶାଢିବନ୍ଧୀ ସେବକ ନିୟୋଜିତ ହୋଇଥାନ୍ତି। ଏହି ସେବା କରୁଥିବା ଲୋକ ବ୍ରାହ୍ମଣ ହୋଇଥାନ୍ତି।

ଶ୍ରୀମନ୍ଦିର ବ୍ୟବସ୍ଥାରେ ପ୍ରତିଦିନ ମହାପ୍ରଭୁଙ୍କର ଶ୍ରୀମୁଖ ପୋଛାଯାଇ ଦନ୍ତମଞ୍ଜନ କରାଯାଇଥାଏ। ମନ୍ତ୍ରପାଠ ଦ୍ବାରା ଏହି କାର୍ଯ୍ୟ ସମାହିତ ହୋଇଥାଏ। ରୁପା ପାତ୍ରରେ କୁଅରୁ ଅଣାଯାଇଥିବା ଜଳକୁ ଛାଣି ସେଥିରେ କର୍ପୁର ପକାଯାଇଥାଏ। ମଲ୍ଲୀ, ଜୁଇ, ତରାଟ, ଚମ୍ପା, ଗୋଲାପ ଆଦି ସୁବାସିତ ପୁଷ୍ପ ସେଥିରେ ପକାଯାଏ। ଏହିଭଳି ତିନିଟି ପାତ୍ରରେ ଜଳ ପ୍ରସ୍ତୁତ କରାଯାଇଥାଏ। ଦାନ୍ତକାଠିରେ ମହାପ୍ରଭୁ ଦନ୍ତମାର୍ଜନ କରିଥାନ୍ତି। ଏହା ପରେ ପରେ ମହାପ୍ରଭୁଙ୍କର ଅବକାଶ ନୀତି ସମାହିତ ହୋଇଥାଏ।

Leave A Reply

Your email address will not be published.