ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ୪ ଜଣଙ୍କୁ ବାନ୍ଧିଲା ଭିଜିଲାନ୍ସ

0

ରାୟଗଡ଼ା: ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକର ୪ ଜଣ ବାବୁଙ୍କୁ ବାନ୍ଧିଲା ଭିଜିଲାନ୍ସ। ୨୦ ଲକ୍ଷ ଟଙ୍କା ସରକାରୀ ଅର୍ଥ ଆତ୍ମସାତ୍‌ ଅଭିଯୋଗରେ ଗିରଫ ହେଲେ ଏହି ୪ କର୍ମଚାରୀ। ଜଳ ବିଭାଜିକା ସହକାରୀ ପ୍ରକଳ୍ପ ନିର୍ଦ୍ଦେଶକ ରାଜେନ୍ଦ୍ର ନାଏକ ବନ୍ଧା ହେଲେ।

ସେହିପରି ମୂର୍ତ୍ତିକା ସଂରକ୍ଷଣ ବିଭାଗର ଆଉ ୩ କର୍ମଚାରୀ ମଧ୍ୟ ବନ୍ଧାହେଲେ। ସେମାନେ ହେଲେ ଜୋଗେନ୍ଦ୍ର ଖୋସଲା, ଦୀପକ କୁମାର ସାହୁ ଓ ଶ୍ରୀକୁମାର ନାୟକ। ଏମାନଙ୍କ ବିରୋଧରେ ମନରେଗା ପୋଖରୀ ଖୋଳା ଯୋଜନାରେ ଅର୍ଥ ଆତ୍ମସାତ୍‌ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ଆଧରରେ ଉକ୍ତ ଚାରି ଜଣଙ୍କୁ ଗିରଫ କରିଛି ଭିଜିଲାନ୍ସ।

ଉକ୍ତ କାର୍ଯ୍ୟାଳୟର ଅଭିଯୁକ୍ତ ଅଧିକାରୀ ଏବଂ କର୍ମଚାରୀମାନେ ୨୦ ଲକ୍ଷ ଟଙ୍କାକୁ ଜବ କାର୍ଡ ଥିବା ଶ୍ରମିକଙ୍କ ଆକାଉଣ୍ଟରେ ଜମା କରି ଉଠାଇ ନେଇଥିବା ଜଣାପଡିଛି। ଏହି ମାମଲାର ଅଧିକ ଯାଞ୍ଚ ଚାଲିଛି। ଏହା ବ୍ୟତୀତ କାଶୀପୁର ବ୍ଲକର ଦୁର୍ଗମ ଏବଂ ଜଙ୍ଗଲ ଅଞ୍ଚଳରେ ଅଧିକ ଫାର୍ମ ପୋଖରୀ ଥିବା ସନ୍ଦେହ କରାଯାଉଛି। ଭିଜିଲାନ୍ସ ଦଳ ଦ୍ୱାରା ଏଠାରେ ମଧ୍ୟ ଯାଞ୍ଚ କରାଯାଉଛି। ଏହି ସମ୍ପର୍କରେ, ସମସ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ କୋରାପୁଟ ଭିଜିଲାନ୍ସ ପିଏସ୍ ମାମଲା ନଂ ୨୦ ରେ ରୁଜୁ କରାଯାଇଛି। ତଦନ୍ତ ଜାରି ରହିଛି।

Leave A Reply

Your email address will not be published.