ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ଓଏସଏସସି ଅଧ୍ୟକ୍ଷ ହେଲେ ସୁଧାକର ବୁର୍ଗି

0

ଭୁବନେଶ୍ବର: ଓଡ଼ିଶା କର୍ମଚାରୀ ପ୍ରବରଣ ଆୟୋଗ(ଓଏସଏସସି)କୁ ମିଳିଲା ନୂଆ ଅଧ୍ୟକ୍ଷ। ଅବସରପ୍ରାପ୍ତ ଆଇଏଏସ ସୁଧାକର ବୁର୍ଗି ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନର ନୂତନ ଅଧ୍ୟକ୍ଷ ଭାବରେ ନିଯୁକ୍ତ ହୋଇଛନ୍ତି। ପୂର୍ବତନ ଡିଜିପି ଅଭୟଙ୍କ ଓଏସଏସସି ଅଧ୍ୟକ୍ଷ ପଦରୁ ଇସ୍ତଫା ପରେ ସୁଧାକର ବୁର୍ଗିଙ୍କୁ ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି।
ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ଦ୍ୱାରା ଜାରି ଏକ ସରକାରୀ ବିଜ୍ଞପ୍ତିରେ, ସରକାର ନିଶ୍ଚିତ କରିଛନ୍ତି ଯେ, ଅଭୟଙ୍କ ୧୯.୦୫.୨୦୨୫ରେ ଦିଆଯାଇଥିବା ପ୍ରତିନିଧିତ୍ୱ ଉପରେ ଧ୍ୟାନ ଦେବା ପରେ ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିଶନର ଅଧ୍ୟକ୍ଷ ଅଭୟଙ୍କ ଇସ୍ତଫା ଗ୍ରହଣ କରିଛନ୍ତି। ପରବର୍ତ୍ତୀ ନିର୍ଦେଶ ପର୍ଯ୍ୟନ୍ତ ଅଧ୍ୟକ୍ଷ ଦାୟିତ୍ଵ ତୁଲାଇବେ ବୁର୍ଗି। ନିକଟରେ ଓଏସଏସସି ସଦସ୍ୟ ଭାବେ ସେ ନିଯୁକ୍ତି ପାଇଥିଲେ। ପୂର୍ବତନ ଓଏସଏସସି ଅଧ୍ୟକ୍ଷ ଅଭୟ ଚଳିତ ବର୍ଷ ମେ’ ୧୯ ତାରିଖରେ ତାଙ୍କ ପଦବୀରୁ ଇସ୍ତଫା ଦେଇଥିଲେ।

Leave A Reply

Your email address will not be published.