ପ୍ରମୁଖ ଖବର

ଶିଳ୍ପ ପ୍ରୋତ୍ସାହନ ସଂସ୍ଥା ‘ଇପିକଲ୍’ (IPICOL) ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (UAE)ର ପ୍ରତିଷ୍ଠିତ ବ୍ୟବସାୟିକ ପ୍ରତିଷ୍ଠାନ ଇଣ୍ଟରନ୍ୟାସନାଲ୍ ହୋଲ୍ଡିଂ କମ୍ପାନୀ (IHC ଗ୍ରୁପ୍) ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷରିତ
ଏକ ମେଗା ସମନ୍ୱିତ ଆଲୁମିନିୟମ୍ ପ୍ରକଳ୍ପ ପାଇଁ ବୁଝାମଣା ପତ୍ର (MoU) ସ୍ୱାକ୍ଷରିତ ହେଲା
୧.୧୦ ଲକ୍ଷ କୋଟି ଟଙ୍କାର ବିପୁଳ ପୁଞ୍ଜିନିବେଶ କରାଯିବ
ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନୀ
୩ ଓ ୪ ତାରିଖ ଦୁଇ ଦିନ ପାଇଁ ମାଲକାନଗିରି ଓ କୋରାପୁଟ କୁ ରେଡ ଆଲର୍ଟ ଜାରି
ଉତ୍ତର ପଶ୍ଚିମ ବଙ୍ଗୋପସାଗର ରେ ଲଘୁଚାପ କ୍ଷେତ୍ର ସୃଷ୍ଟି
ଦୁଇରୁ ତିନି ଦିନ ଭିତରେ ଅଧିକ ଘନୀଭୂତ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପର ରୂପ ନେବ
କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ଓଡ଼ିଶା କାର୍ଯ୍ୟକ୍ରମ ବାତିଲ
ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆସନ୍ତାକାଲି ଠାରୁ ଓଡ଼ିଶା ଆସିଥାନ୍ତେ
ପରବର୍ତ୍ତୀ ସମୟରେ ପୁଣି ଥରେ କାର୍ଯ୍ୟକ୍ରମ ସ୍ଥିର ହେବ ବୋଲି କହିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ

ମିସ୍ ୱାର୍ଲ୍ଡ ୨୦୨୫ ମୁକୁଟ ପିନ୍ଧିଲେ ଥାଇଲାଣ୍ଡ ସୁନ୍ଦରୀ

0

ହାଇଦ୍ରାବାଦ: ୨୦୨୫ ମସିହାର ମିସ୍ ୱାର୍ଲ୍ଡ ବିଜେତା ହେଲେ ଥାଇଲାଣ୍ଡ ସୁନ୍ଦରୀ ଓପାଲ ସୁଚାତା ଚୁଆଙ୍ଗଶ୍ରୀ। ଏହି ଇଭେଣ୍ଟ ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ଅନୁଷ୍ଠିତ ହୋଇଥିଲା। ତେବେ ଇଥିଓପିଆର ହାସେଟ୍ ଡେରେଜେ ହେଲେ ପ୍ରଥମ ରନରଅପ୍। ଏହି ପ୍ରତିଯୋଗିତାରେ ମିସ୍ ପୋଲାଣ୍ଡ ତୃତୀୟ ସ୍ଥାନ ପାଇଛନ୍ତି ଓ ମିସ୍ ମାର୍ଟିନିକ୍ ଚତୁର୍ଥ ସ୍ଥାନ ହାସଲ କରିଛନ୍ତି।

ଭାରତରେ ଅନୁଷ୍ଠିତ ୭୨ତମ ମିସ୍ ୱାର୍ଲ୍ଡ ପ୍ରତିଯୋଗିତାର ଗ୍ରାଣ୍ଡ ଫାଇନାଲ ଶନିବାର ହାଇଦ୍ରାବାଦରେ ଅନୁଷ୍ଠିତ ହୋଇଥିଲା। ଥାଇଲାଣ୍ଡର ସୁନ୍ଦରୀ ଏହି ପ୍ରତିଯୋଗିତାର ମୁକୁଟ ଜିତିଛନ୍ତି। ଏହା ଥାଇଲାଣ୍ଡ ପାଇଁ ଏକ ଐତିହାସିକ ଦିନ ଥିଲା। କାହିଁକିନା ପ୍ରଥମ ଥର ପାଇଁ ଥାଇଲାଣ୍ଡ ମିସ୍ ୱାର୍ଲ୍ଡ ପ୍ରତିଯୋଗିତାରେ ବିଜୟ ହାସଲ କରିଛି। ଭାରତ ପକ୍ଷରୁ ୨୦୨୩ର ମିସ ଇଣ୍ଡିଆ ନନ୍ଦିନୀ ଗୁପ୍ତା ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ। ଭାରତକୁ ପ୍ରତିନିଧିତ୍ୱ କରୁଥିବା ନନ୍ଦିନୀ ଗୁପ୍ତା ଶ୍ରେଷ୍ଠ ଆଠ ଜଣଙ୍କ ମଧ୍ୟରେ ସ୍ଥାନ ପାଇବାରୁ ବଞ୍ଚିତ ହୋଇଥିଲେ।

୨୦୨୪ ମସିହାର ମିସ୍ ୱାର୍ଲ୍ଡ ବିଜେତା କ୍ରିଷ୍ଟିନା ପିସ୍କୋଭା ଓପାଲ ସୁଚାତାଙ୍କୁ ମୁକୁଟ ପିନ୍ଧାଇଥିଲେ। କ୍ରିଷ୍ଟିନା ପିସ୍କୋଭା ଚେକ୍ ଗଣରାଜ୍ୟର। ସେ ଗତ ବର୍ଷ ଏହି ମୁକୁଟ ଜିତିଥିଲେ। ଭାରତ ଏଥର ଏହି ପ୍ରତିଯୋଗିତାର ଆୟୋଜନ କରିଥିଲା। ଏହି କାର୍ଯ୍ୟକ୍ରମ ୭ ମେରେ ହାଇଦ୍ରାବାଦର ହାଇଟେକ୍ସ ପ୍ରଦର୍ଶନୀ କେନ୍ଦ୍ରରେ ଆରମ୍ଭ ହୋଇଥିଲା।

Leave A Reply

Your email address will not be published.