ବୌଦ୍ଧ: ବୌଦ୍ଧରୁ ୨ଟି ହାତୀଦାନ୍ତ ଜବତ କରିଛି ଏସଟିଏଫ। ଏହି ଘଟଣାରେ ଜଣେ ଶିକାରୀକୁ ମଧ୍ୟ ଗିରଫ କରାଯାଇଛି। ଅଭିଯୁକ୍ତ ଜଣକ ହେଉଛି ୪୫ ବର୍ଷୀୟ ପ୍ରମୋଦ ପରିଡ଼ା। ଜବତ କରାଯାଇଥିବା ୨ ହାତୀ ଦାନ୍ତର ମୂଲ୍ୟ ୫୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି।
ସୂଚନା ଅନୁସାରେ, ବୌଦ୍ଧ ଜିଲ୍ଲାରେ ହାତୀ ଦାନ୍ତ ଚୋରା ଚାଲାଣ ହେବାକୁ ଥିବା ଖବର ମିଳିଥିଲା। ପ୍ରମୋଦ ୨ଟି ହାତୀ ଦାନ୍ତ ରଖିଥିବା ନେଇ ବିଶ୍ଵସ୍ତ ସୂତ୍ରରୁ ସୂଚନା ମିଳିବା ପରେ ଏସଟିଏଫ ପକ୍ଷରୁ ବୌଦ୍ଧ ବନ ବିଭାଗ ଅଧିକାରୀଙ୍କ ସହାୟତାରେ ବୌଦ୍ଧ-ସୋନପୁର ଜାତୀୟ ରାଜପଥର ତେଲିବନ୍ଧ ଛକରେ ଚଢ଼ାଉ କରାଯାଇଥିଲା। ପ୍ରମୋଦଠାରୁ ୨ଟି ହାତୀ ଦାନ୍ତ ଜବତ ହୋଇଥିବା ନେଇ ଏସଟିଏଫ ପକ୍ଷରୁ ସୂଚନା ଦିଆଯାଇଛି। ଏହି ହାତୀ ଦାନ୍ତର ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ ବୋଲି ସୂଚନା ରହିଛି। ଜବତ ୨ଟି ହାତୀ ଦାନ୍ତଙ୍କୁ ବୌଦ୍ଧ ଏସିଏଫଙ୍କୁ ହସ୍ତାନ୍ତର କରିଛି ଏସଟିଏଫ।
ପ୍ରମୁଖ ଖବର
ଜାପାନରୁ ନେତାଜୀଙ୍କ ଅସ୍ଥି ଭାରତ ଆଣିବାକୁ ଝିଅଙ୍କ ଆବେଦନ, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ବାଙ୍କୀ-ଡମପଡ଼ା ବ୍ଲକରେ BNSS ୧୬୩ ଲାଗୁ, ମେଳି ଓ ହରତାଳ ଉପରେ କଟକଣା
ଘରୋଇ ହସ୍ପିଟାଲ ଚିକିତ୍ସା ଖର୍ଚ୍ଚ କମିବ, ରୋଗୀଙ୍କ ପାଇଁ ସଂସଦୀୟ କମିଟିର ବଡ଼ ସୁପାରିସ୍
ଦୁଷ୍କର୍ମ ଅଭିଯୋଗରେ IPL କ୍ରିକେଟର ଅଭିଷେକ ପୋରେଲ ଗିରଫ
ଦୁଇ ବର୍ଷ ପରେ ଚଳଚଞ୍ଚଳ ଲୋକାୟୁକ୍ତ, ଅଧ୍ୟକ୍ଷ ଚୟନ ପାଇଁ ବସିଲା ହାଇପାୱାର କମିଟି
ଭାପୁର ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରରେ ଭୁଲ ଇଞ୍ଜେକ୍ସନ ନେଲା ଛାତ୍ରୀଙ୍କ ଜୀବନ, ମେଡିକାଲରେ ଉତ୍ତେଜନା
ଖଣି ଉପରେ ମନଇଚ୍ଛା ଟିକସ ଲଗାଇପାରିବେନି ରାଜ୍ୟ, କେନ୍ଦ୍ର ଆଣିଲା ନୂଆ MMDR ବିଲ୍
ଇରାନୀ ଧମକ ପରେ ଟ୍ରକ୍ରେ ଲୁଚି ତୁର୍କୀରୁ ବାହାରିଥିଲେ ଟ୍ରମ୍ପ!
ଧାନବିଲରେ କାମ ବେଳେ ବଜ୍ରାଘାତ, ୪ ମହିଳା ଶ୍ରମିକଙ୍କ ମୃତ୍ୟୁ
ଟିଏମ୍ସିର ୩ ବ୍ୟାଙ୍କ ଖାତା ଫ୍ରିଜ୍: ହସ୍ତକ୍ଷେପ କଲେନି ସୁପ୍ରିମକୋର୍ଟ