ବୌଦ୍ଧ: ବୌଦ୍ଧରୁ ୨ଟି ହାତୀଦାନ୍ତ ଜବତ କରିଛି ଏସଟିଏଫ। ଏହି ଘଟଣାରେ ଜଣେ ଶିକାରୀକୁ ମଧ୍ୟ ଗିରଫ କରାଯାଇଛି। ଅଭିଯୁକ୍ତ ଜଣକ ହେଉଛି ୪୫ ବର୍ଷୀୟ ପ୍ରମୋଦ ପରିଡ଼ା। ଜବତ କରାଯାଇଥିବା ୨ ହାତୀ ଦାନ୍ତର ମୂଲ୍ୟ ୫୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି।
ସୂଚନା ଅନୁସାରେ, ବୌଦ୍ଧ ଜିଲ୍ଲାରେ ହାତୀ ଦାନ୍ତ ଚୋରା ଚାଲାଣ ହେବାକୁ ଥିବା ଖବର ମିଳିଥିଲା। ପ୍ରମୋଦ ୨ଟି ହାତୀ ଦାନ୍ତ ରଖିଥିବା ନେଇ ବିଶ୍ଵସ୍ତ ସୂତ୍ରରୁ ସୂଚନା ମିଳିବା ପରେ ଏସଟିଏଫ ପକ୍ଷରୁ ବୌଦ୍ଧ ବନ ବିଭାଗ ଅଧିକାରୀଙ୍କ ସହାୟତାରେ ବୌଦ୍ଧ-ସୋନପୁର ଜାତୀୟ ରାଜପଥର ତେଲିବନ୍ଧ ଛକରେ ଚଢ଼ାଉ କରାଯାଇଥିଲା। ପ୍ରମୋଦଠାରୁ ୨ଟି ହାତୀ ଦାନ୍ତ ଜବତ ହୋଇଥିବା ନେଇ ଏସଟିଏଫ ପକ୍ଷରୁ ସୂଚନା ଦିଆଯାଇଛି। ଏହି ହାତୀ ଦାନ୍ତର ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ ବୋଲି ସୂଚନା ରହିଛି। ଜବତ ୨ଟି ହାତୀ ଦାନ୍ତଙ୍କୁ ବୌଦ୍ଧ ଏସିଏଫଙ୍କୁ ହସ୍ତାନ୍ତର କରିଛି ଏସଟିଏଫ।
ପ୍ରମୁଖ ଖବର
କିସ୍ ବିଶ୍ୱବିଦ୍ୟାଳୟର ୫ମ ସମାବର୍ତ୍ତନ
୧୦ ଶିକ୍ଷକଙ୍କ ଦରମା ବନ୍ଦ କଲେ ବିଇଓ
ଓଡ଼ିଶାରେ ଗତ ୨ ବର୍ଷରେ ୧୧,୩୩୭ ଶିଶୁ ନିଖୋଜ
୪ ନମ୍ୱର ଆମିଷ ବଜାରରୁ ହଟିବ ସମସ୍ତ ଜବରଦଖଲ
ରୋଗୀସେବାରେ ସାମିଲ ହେବ ୨୦୦ଟି ନୂଆ ୧୦୮ ଆମ୍ବୁଲାନ୍ସ
ଅନେକ ପ୍ରେରଣା ଆଣିଛି ନଭେମ୍ବର ମାସ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି