ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

୨୦ରେ ଖାତାଦେଖା, ଜୁଲାଇ ଶେଷରେ ମାଟ୍ରିକ୍ ପରୀକ୍ଷା ଫଳ!

0

ଭୁବନେଶ୍ବର: ଜୁଲାଇ ଶେଷ ବେଳକୁ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇପାରେ। ଆସନ୍ତା ୨୦ ତାରିଖରୁ ମାଟ୍ରିକ୍ ଖାତା ମୂଲ୍ୟାୟନ ହେବ। ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ସମୀର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏଭଳି ଯୋଜନା ହୋଇଛି। ଖାତା ଦେଖା ବେଳେ ସାମାଜିକ ଦୂରତା ବଜାୟ ରଖିବା ଲାଗି କୁହାଯାଇଛି। ମୋଟ ୬୦ଟି କେନ୍ଦ୍ରରେ ପରୀକ୍ଷା ଖାତା ମୂଲ୍ୟାୟନ ହେବ। ତେବେ କରୋନା କାରଣରୁ ଯଦି ସେଠାରେ ଅବରୋଧ ଅଞ୍ଚଳ ଘୋଷଣା କରାଯାଏ, ତେବେ ପରୀକ୍ଷା ମୂଲ୍ୟାୟନ କେନ୍ଦ୍ର ନେଇ ବୋର୍ଡ କର୍ତ୍ତୃପକ୍ଷ ବିକଳ୍ପ ନିଷ୍ପତ୍ତି ନେବେ।

୧୯ ତାରିଖ ସୁଦ୍ଧା ଇନଭିଜିଲେଟରମାନେ ପହଞ୍ଚି ତଦାରଖ କରିବେ। ୨୦ ତାରିଖରେ ଖାତା ଦେଖା ହେବ। ଏହା ଏକ କଠିନ ସମୟ ହୋଇଥିବାରୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସ୍ବତନ୍ତ୍ର ପ୍ରୋତ୍ସାହନ ଦେବା ପାଇଁ ସରକାର ବିଚାର କରୁଥିବା ସୂଚନା ମିଳିଛି।

ଉଲ୍ଲେଖଯୋଗ୍ୟ, ଫେବୃୟାରୀ ୧୯ ରୁ ୨ ମାର୍ଚ୍ଚ ଯାଏ ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ମାର୍ଚ୍ଚ ୧୮ ଓ ୧୯ ଦୁଇଦିନ ଧରି ଖାତା ଦେଖା ହେବାପରେ କରୋନା ଲାଗି ମୂଲ୍ୟାୟନ ସ୍ଥଗିତ ରହିଥିଲା। ପାଖାପାଖି ସାଢେ଼ ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ଦେଇଛନ୍ତି।

Leave A Reply

Your email address will not be published.