ପ୍ରମୁଖ ଖବର

ପ୍ରେସର ବୋମା ବିସ୍ଫୋରଣରେ ଯବାନ ସହିଦ
କୋରାପୁଟ ଜିଲାପାଳ ପାଇଲେ ପ୍ରଧାନମନ୍ତ୍ରୀ ଆଓ୍ବାର୍ଡ
ଇସ୍ରାଏଲରେ ଚାକିରି ଦେବା ନାଁରେ ଠକେଇ, ନକଲି ସାକ୍ଷାତକାର ବେଳେ ୩ ଗିରଫ
ସମ୍ବଲପୁରରେ ଲୋକଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ
ଝାଡ଼ଖଣ୍ଡରେ ପୋଲିସ ଏନକାଉଣ୍ଟର, ୮ ନକ୍ସଲ ନିପାତ
ସରକାରଙ୍କୁ ଡାକ୍ତରଙ୍କ ଚେତାବନୀ; ୭ ଦଫା ଦାବି ପୂରଣ ନହେଲେ ସମୂହ ଇସ୍ତଫା

୨୦ରେ ଖାତାଦେଖା, ଜୁଲାଇ ଶେଷରେ ମାଟ୍ରିକ୍ ପରୀକ୍ଷା ଫଳ!

0

ଭୁବନେଶ୍ବର: ଜୁଲାଇ ଶେଷ ବେଳକୁ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇପାରେ। ଆସନ୍ତା ୨୦ ତାରିଖରୁ ମାଟ୍ରିକ୍ ଖାତା ମୂଲ୍ୟାୟନ ହେବ। ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ସମୀର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏଭଳି ଯୋଜନା ହୋଇଛି। ଖାତା ଦେଖା ବେଳେ ସାମାଜିକ ଦୂରତା ବଜାୟ ରଖିବା ଲାଗି କୁହାଯାଇଛି। ମୋଟ ୬୦ଟି କେନ୍ଦ୍ରରେ ପରୀକ୍ଷା ଖାତା ମୂଲ୍ୟାୟନ ହେବ। ତେବେ କରୋନା କାରଣରୁ ଯଦି ସେଠାରେ ଅବରୋଧ ଅଞ୍ଚଳ ଘୋଷଣା କରାଯାଏ, ତେବେ ପରୀକ୍ଷା ମୂଲ୍ୟାୟନ କେନ୍ଦ୍ର ନେଇ ବୋର୍ଡ କର୍ତ୍ତୃପକ୍ଷ ବିକଳ୍ପ ନିଷ୍ପତ୍ତି ନେବେ।

୧୯ ତାରିଖ ସୁଦ୍ଧା ଇନଭିଜିଲେଟରମାନେ ପହଞ୍ଚି ତଦାରଖ କରିବେ। ୨୦ ତାରିଖରେ ଖାତା ଦେଖା ହେବ। ଏହା ଏକ କଠିନ ସମୟ ହୋଇଥିବାରୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସ୍ବତନ୍ତ୍ର ପ୍ରୋତ୍ସାହନ ଦେବା ପାଇଁ ସରକାର ବିଚାର କରୁଥିବା ସୂଚନା ମିଳିଛି।

ଉଲ୍ଲେଖଯୋଗ୍ୟ, ଫେବୃୟାରୀ ୧୯ ରୁ ୨ ମାର୍ଚ୍ଚ ଯାଏ ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ମାର୍ଚ୍ଚ ୧୮ ଓ ୧୯ ଦୁଇଦିନ ଧରି ଖାତା ଦେଖା ହେବାପରେ କରୋନା ଲାଗି ମୂଲ୍ୟାୟନ ସ୍ଥଗିତ ରହିଥିଲା। ପାଖାପାଖି ସାଢେ଼ ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ଦେଇଛନ୍ତି।

Leave A Reply

Your email address will not be published.