ପ୍ରମୁଖ ଖବର

ବର୍ଷକୁ ୨ ଥର ହେବ ସିବିଏସଇ ଦଶମ ପରୀକ୍ଷା
ଡାଇରିଆ କଟକଣା ପରେ ଆଜିଠୁ ଯାଜପୁରରେ ଖୋଲିଲା ସ୍କୁଲ
ରାଜସ୍ୱ ସେବା ପାଇଁ ଇ-ରେଜିଷ୍ଟ୍ରେସନ ଆପ୍‌ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
ବାହାଘର ଦିନକ ପୂର୍ବରୁ ଦୁର୍ଘଟଣାରେ ଚାଲିଗଲା ବରର ଜୀବନ
ବରିଷ୍ଠ ଅଭିନେତା ତଥା ନିର୍ଦ୍ଦେଶକ ନାରାୟଣ ପତିଙ୍କ ପରଲୋକ
ବାସହୀନଙ୍କୁ ଚିହ୍ନଟ କରିବାକୁ ସରକାରଙ୍କ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
ଲଞ୍ଚ ହେଲା ଆକ୍ସିଅମ-୪: ମହାକାଶ ଅଭିମୁଖେ ଶୁଭାଂଶୁ

ରିଲ୍ସ ହେଲା କାଳ, ୧୩ ମହଲାରୁ ଖସି ଯୁବତୀ ମୃତ

0

ବେଙ୍ଗାଲୁରୁ: ରିଲ କରୁ କରୁ ଚାଲିଗଲା ଜୀବନ। ବେଙ୍ଗାଲୁରୁରେ ଘଟିଛି ଏକ ଅଘଟଣ। ରିଲ୍ସ କରିବା ବେଳେ ଏକ ନିର୍ମାଣାଧୀନ ବିଲ୍ଡିଂର ୧୩ତମ ମହଲାରୁ ଖସି ପଡିଲେ ଜଣେ ୨୦ ବର୍ଷୀୟ ଯୁବତୀ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି। ଏଭଳି ଏକ ଅଘଟଣ ଘଟିଛି ବେଙ୍ଗାଲୁରୁର ପରପ୍ପନା ଆଗ୍ରାହରରେ।

ପୋଲିସ ସୂତ୍ରରୁ ପ୍ରକାଶ, ଗତକାଲି ବିଳମ୍ବିତ ରାତିରେ କିଛି ଯୁବକ ଓ ଯୁବତୀ ୧୩ତମ ମହଲାକୁ ଯାଇଥିଲେ। ତେବେ ସେଠାରେ ରିଲେସନସିପ ପ୍ରସଙ୍ଗ ନେଇ ସେମାନଙ୍କ ମଧ୍ୟରେ ବିବାଦ ଉପୁଜିଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଯୁବତୀଜଣକ ଏକ ସ୍ୟାଡ ରିଲ ସୁଟିଂ କରୁଥିଲେ। ତେବେ ଲିଫ୍ଟ ଲାଗି ରହିଥିବା ଖୋଲାସ୍ଥାନରେ ସେ ତଳକୁ ଖସିପଡିଥିଲେ। ମୃତକଙ୍କ ଘରହେଉଛି ବିହାରେ। ସେ ବେଙ୍ଗାଲୁରୁର ଏକ ସପିଙ୍ଗ ମାର୍ଟରେ କାମ କରୁଥିଲେ। ଏହି ଘଟଣା ପରେ ସମସ୍ତେ ସେଠାରୁ ପଳାଇଯାଇଥିଲେ।

ଡିସିପି ଫତିମା କହିଛନ୍ତି- ସେମାନେ କୋଠା ଉପରେ ପାର୍ଟି କରୁଥିଲେ। ପରେ ସେମାନେ ରିଲ୍ସ ସୁଟିଂ କରିବା ଲାଗି ଯୋଜନା କରିଥିଲେ। ସେଠାରେ ଯୁବତୀଙ୍କ ଗୋଡ଼ ଖସିଯିବାରୁ ସେ ପ୍ରାଣ ହରାଇଥିଲେ। ଏହି ଘଟଣାର ତଦନ୍ତ ଜାରି ରହିଛି। ଅସ୍ୱାଭାବିକ ମୃତ୍ୟୁ ଅଭିଯୋଗରେ ଏକ କେସ୍ ରୁଜୁ ହୋଇଛି। ପାରିପାର୍ଶ୍ବିକ ପରିସ୍ଥିତିକୁ ନଜରରେ ରଖି ଘଟଣାର ଛାନଭିନ ଆରମ୍ଭ କରିଛି ପରପ୍ପନା ଆଗ୍ରାହର ପୋଲିସ।

Leave A Reply

Your email address will not be published.