ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ବଢ଼ିବ ଚାଷୀ ପଞ୍ଜୀକରଣ ସମୟସୀମା

0

ଭୁବନେଶ୍ଵର: ଚାଷୀ ପଞ୍ଜୀକରଣ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ ସାମ୍ନାକୁ ଆସିଛି । ଜୁଲାଇ ମାସ ୧୯ ରୁ ଅଗଷ୍ଟ ୨୦ ତାରିଖ ପର୍ଯ୍ୟନ୍ତ ଚାଷୀ ପଞ୍ଜୀକରଣ ଲାଗି ସମୟସୀମା ଧାର୍ଯ୍ୟ କରାଯାଇଛି ।

ତେବେ ପଞ୍ଜୀକରଣରେ ଚାଷୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନେକ ସମୟରେ ସର୍ଭର ଡାଉନ କାରଣରୁ ପଞ୍ଜୀକରଣ ହୋଇପାରୁନାହିଁ। ଏହାର ସମୟ ସୀମାକୁ ବୃଦ୍ଧି କରିବାକୁ ନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ ।

ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି ଯେ, ଯେଉଁ ଚାଷୀମାନଙ୍କର ରେକର୍ଡ ବାପା, ଜେଜବାପାଙ୍କ ନାମରେ ଥିବ ସେମାନେ ଏଣିକି ଅଣ୍ଡରଟେକିଙ୍ଗ ଫର୍ମ ଦାଖଲ କରି ପଞ୍ଜୀକରଣ କରିପାରିବେ। ସରକାର ଚାଷୀଙ୍କ ହିତ ପାଇଁ କାମ କରୁଛନ୍ତି । ଏ ସରକାରରେ ଚାଷୀଙ୍କର କୌଣସି ଅସୁବିଧା କରାଯିବ ନାହିଁ । ଯେଉଁମାନେ ରାଜନୈତିକ ଫାଇଦା ଉଠାଇବାକୁ ଚେଷ୍ଟା କରୁଥିବେ ସେମାନେ ନିରାଶ ହେବେ ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି ।
୨୦୨୫-୨୬ ଖରିଫ ଋତୁ ପାଇଁ ଧାନ କ୍ରୟ ଚଳିତବର୍ଷ ନଭେମ୍ବର ୧ରୁ ଆରମ୍ଭ ହୋଇ ଆଗାମୀ ବର୍ଷ ମାର୍ଚ୍ଚ ୩୧ରେ ସମାପ୍ତ ହେବ l କେବଳ ପଞ୍ଜୀକୃତ ଚାଷୀଙ୍କ ଠାରୁ ସରକାର ଧାନ ସଂଗ୍ରହ କରିବେ l ଏଥିପାଇଁ ଚାଷୀମାନଙ୍କୁ ଆଗୁଆ ପଞ୍ଜୀକରଣ କରିବାକୁ ବ୍ୟବସ୍ଥା କରିଥିଲେ ସରକାର । ଇ-କେୱାଇସି, ଡକ୍ୟୁମେଣ୍ଟ୍‌ ଅପ୍‌ଲୋଡ୍ ବ୍ୟବସ୍ଥାରେ ଧିମା ନେଟ୍‌ୱର୍କ ବାଧକ ହେଉଥିବାରୁ ଆନ୍ଦୋଳନ ପାଇଁ କୃଷକ ସଙ୍ଗଠନ ଚେତାବନୀ ଦେଇଛି ।

Leave A Reply

Your email address will not be published.