ପ୍ରମୁଖ ଖବର

ରାଜ୍ୟ ମହିଳା କର୍ମଚାରୀମାନଙ୍କ ଅତିରିକ୍ତ ସାମୟିକ ଛୁଟି ଆଉ ୨ଦିନ ବଢ଼ିଲା
ବାତ୍ୟା ପାଇଁ ୨୩ରୁ ୨୫ କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି
ବାତ୍ୟା ପାଇଁ ୧୭୮ଟି ଟ୍ରେନ ବାତିଲ
ଅବସରପ୍ରାପ୍ତ ଆଇପିଏସ୍‌ ଲଳିତ ଦାସ ହେଲେ ଓଏସ୍‌ଏସ୍‌ଏସ୍‌ସି ଅଧ୍ୟକ୍ଷ
ନିର୍ଦୋଷ ସାବ୍ୟସ୍ତ ହେଲେ ସେବି ଅଧ୍ୟକ୍ଷ ମାଧବୀ ବୁଚ
ଲାଞ୍ଚ ନେଇ ନିଲମ୍ବିତ ହେଲେ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜ
ସମ୍ଭାବ୍ୟ ବାତ୍ୟା: ୧୪ ଜିଲ୍ଲାରେ ବନ୍ଦ ରହିବ ସବୁ ଐତିହ୍ୟ ସ୍ଥଳୀ
ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଆଗୁଆ ସଜାଗ
ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ବଡ଼ ଦେଉଳରୁ ଆସିଲା କି ବଡ଼ ସଙ୍କେତ!

0

  • ଫନି ପୂର୍ବରୁ ଉଡ଼ିଯାଇଥିଲା ମହାପ୍ରଭୁଙ୍କ ନୀଳଚକ୍ରରୁ ବାନା
  • ଅମ୍ଫନ ପୂର୍ବରୁ ପୁଣି ନୀଳଚକ୍ରରୁ ବାନା ଉଡ଼ିଗଲା କାହିଁକି?
  • ୨୧ବର୍ଷ ପରେ ମହାବାତ୍ୟା ଜାଣିଲା ରାଜ୍ୟ ଉପକୂଳ, ହେଲେ ଏଥର ସମୁଦ୍ର ଭିତରେ
  • ପ୍ରଭାବକୁ ନେଇ କଳ୍ପନାଜଳ୍ପନା ଆରମ୍ଭ, ଉତ୍ତର ଓଡ଼ିଶାକୁ ବଡ଼ ବିପଦ
  • ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର ଭଳି ୪ ଜିଲ୍ଲାରୁ ଲୋକଙ୍କୁ ସ୍ଥାନାନ୍ତର ନିର୍ଦେଶ
  • ମୟୂରଭଂଜ, ପୁରୀ, କଟକ, ଖୋର୍ଧା ଓ ଯାଜପୁର ଜିଲ୍ଲାକୁ ବି ସତର୍କ ରହିବାକୁ କୁହାଗଲା

ଭୁବନେଶ୍ବର: ୧୯୯୯ ମସିହାରେ ଓଡ଼ିଶା ମହାବାତ୍ୟା ସାମ୍ନା କରିଥିଲା। ସେ ସମୟରେ ସରକାର ପତନର ଏହା ଅନ୍ୟତମ କାରଣ ଥିଲା। ଏହା ପରେ ରାଜ୍ୟ ସରକାର ବାତ୍ୟା ମୁକାବିଲା କ୍ଷେତ୍ରରେ ଅନେକ ପ୍ରଶଂସା ଗୋଟାଇଛନ୍ତି। ଠିକ୍ ଏମିତି ଏକ ସମୟରେ ଓଡ଼ିଶାକୁ ବିପର୍ଯ୍ୟୟ ମାଡ଼ି ଆସୁଛି। ୨୦୨୦ରେ ଓଡ଼ିଶା ଉପକୂୁଳ ଦେଇ ଘଷି ହୋଇ ଆଗକୁ ଯିବା ଲାଗି ଅଣ୍ଟା ଭିଡ଼ିଥିବା ସମ୍ଭାବ୍ୟ ବାତ୍ୟା ଅମ୍ଫାନ୍ ସମୁଦ୍ର ଭିତରେ ଆଜି ମହାବାତ୍ୟା ରୂପ ନେଇଛି। ବାତ୍ୟା ଏବେ ୪ କିଲୋମିଟର ବେଗ ରହିଛି ଓ କେନ୍ଦ୍ରସ୍ଥଳୀରେ ପବନର ବେଗ ୨୩୦କିଲୋମିଟରରୁ ଅଧିର ରହିଛି। ଯଦିଓ ଏହାର ପ୍ରତ୍ୟକ୍ଷ ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ, କିନ୍ତୁ ବାତ୍ୟାର ଗତିପଥ ପୂର୍ବଦିଗକୁ ଢଳିବା ପରେ (ଉପକୂଳ ଠାରୁ ଦୂରରେ ଯିବା କାରଣରୁ) ଯେଉଁ ଆଶ୍ବାସନା ଓଡ଼ିଶାକୁ ମିଳିବା କଥା, ତାହା ଏଭଳି ପ୍ରକୋପତା କାରଣରୁ ହଜିଯାଇଛି। ଏଥିସହିତ ଏହି ମହାବାତ୍ୟାର ପ୍ରଭାବକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି।

ଗଞ୍ଜାମରୁ ବାଲେଶ୍ବର ଯାଏ ସମୁଦ୍ର ଉପକୂଳରେ ବାତ୍ୟାର ପ୍ରଭାବ ପଡ଼ିବ। ବିଶେଷକରି ଉପକୂଳବର୍ତୀ ଛଅଟି ଜିଲ୍ଲା ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ମୟୂରଭଂଜ ଓ ବାଲେଶ୍ବରରେ ଏହାର ବଡ଼ ପ୍ରଭାବ ପଡ଼ିପାରେ। ଭାରତର ପାଣିପାଗ ବିଜ୍ଞାନ କେନ୍ଦ୍ର ଯେଉଁ ପୂର୍ବାନୁମାନ କରିଛନ୍ତି, ତାହା ସୂଚାଉଛି ଯେ ପବନର ବେଗ ଉତ୍ତର ଓଡ଼ିଶାରେ ୧୨୦ କିଲୋମିଟର ରହିବ, ମଝିରେ ମଝିରେ ଏହା ୧୩୫ କିଲୋମିଟର ଛୁଇଁପାରେ। କେବଳ ସେତିକି ନୁହେଁ, ଏସବୁ ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି। ସେହିପରି ସମୁଦ୍ରରେ ବଡ଼ ଧରଣର ଜୁଆର ଆସିବା ସମ୍ଭାବନାକୁ ଏଡ଼ାଇ ଦେଇ ହେବନାହିଁ।

ବାତ୍ୟା ଅମ୍ଫାନ ନେଇ ଏସଆରସି ପ୍ରଦୀପ ଜେନା ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ ଆଜି ସନ୍ଧ୍ୟାରୁ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତାକାଲିଠାରୁ ଉପକୂଳ ଓଡ଼ିଶାରେ ବର୍ଷା ଓ ପବନର ବେଗ ବଢ଼ିପାରେ। କଚ୍ଛା ଘର ଥିବା ଲୋକଙ୍କୁ ସ୍ଥାନାନ୍ତର କରାଯିବ। ଉପକୂଳରୁ ୫କିମି ମଧ୍ୟରେ ଥିବା ଲୋକଙ୍କୁ ବି ସ୍ଥାନାନ୍ତର କରାଯିବ। ଆଜି ଅପରାହ୍ନରୁ ଲୋକଙ୍କୁ ସ୍ଥାନାନ୍ତର କରାଯିବ। ପ୍ରଭାବିତ ଜିଲ୍ଲାକୁ ୧୦ଟି ଏନଡ଼ିଆରଏଫ ଓ ୧୫ଟି ଓଡ୍ରାଫ ଟିମ୍ ପଠାଯାଇଛି । ଭଦ୍ରକ ଓ ବାଲେଶ୍ୱରକୁ ଆଉ ଗୋଟିଏ ଲେଖାଏଁ ଓଡ୍ରାଫ ଟିମ୍ ପଠାଯାଇଛି । ଅଗ୍ନିଶମ ବିଭାଗର ୩୦ଟି ଟିମକୁ ପଠାଯାଇଛି। ଛାତ ଘର ଭିତରେ ରହିବାକୁ ଏସଆରସି ପରାମର୍ଶ ଦେଇଛନ୍ତି।

ସର୍ବଶେଷ ଖବର ଅନୁସାରେ, ବାଲେଶ୍ବର, କେନ୍ଦ୍ରାପଡ଼ା, ଭଦ୍ରକ, ଜଗତସିଂହପୁର ଏଭଳି ୪ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଲୋକଙ୍କୁ ନିରାପଦ ସ୍ଥାନକୁ ନେବାକୁ କୁହାଯାଇଛି। ବାକି ପାଞ୍ଚଟି ଜିଲ୍ଲା ପୁରୀ, ଖୋର୍ଧା,କଟକ, ମୟୂରଭଂଜ ଓ ଯାଜପୁର ଜିଲ୍ଲାକୁ ମଧ୍ୟ ସତର୍କ କରାଯିବା ସହିତ ଆବଶ୍ୟକ ପଦକ୍ଷେପ ନେବାକୁ ଏସଆରସି ନିର୍ଦେଶ ଦେଇଛନ୍ତି।

ଅନ୍ୟପକ୍ଷରେ ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନୀଳଚକ୍ର ପତାକା ଉଡ଼ିଯିବା ଘଟଣାକୁ ନେଇ ଲୋକଙ୍କ ଭିତରେ ନାନା କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ଫନି ସମୟରେ ମଧ୍ୟ ଏପରି ପରିସ୍ଥିତି ହୋଇଥିଲା ଓ ଏହି ବାତ୍ୟା ଘୋର ବିପର୍ଯ୍ୟୟ ରାଜ୍ୟ ପାଇଁ ଟାଣିଆଣିଥିଲା। ଏବେ ସେଭଳି ବିପଦ ଆଦୌ ନ ଆସୁ ବୋଲି ଶ୍ରୀଜଗନ୍ନାଥ ପ୍ରେମୀ ଗୁହାରି ଜଣାଇଛନ୍ତି। ଏମିତିରେ ବି କରୋନା ସହିତ ରାଜ୍ୟ ଯୁଝୁଥିବା ବେଳେ ସମ୍ଭାବ୍ୟା ବାତ୍ୟା ପରିସ୍ଥିତି ସରକାରଙ୍କ ଚିନ୍ତା ବଢ଼ାଇଦେଇଛି।

Leave A Reply

Your email address will not be published.