ପ୍ରମୁଖ ଖବର

ରାଜ୍ୟ ମହିଳା କର୍ମଚାରୀମାନଙ୍କ ଅତିରିକ୍ତ ସାମୟିକ ଛୁଟି ଆଉ ୨ଦିନ ବଢ଼ିଲା
ବାତ୍ୟା ପାଇଁ ୨୩ରୁ ୨୫ କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି
ବାତ୍ୟା ପାଇଁ ୧୭୮ଟି ଟ୍ରେନ ବାତିଲ
ଅବସରପ୍ରାପ୍ତ ଆଇପିଏସ୍‌ ଲଳିତ ଦାସ ହେଲେ ଓଏସ୍‌ଏସ୍‌ଏସ୍‌ସି ଅଧ୍ୟକ୍ଷ
ନିର୍ଦୋଷ ସାବ୍ୟସ୍ତ ହେଲେ ସେବି ଅଧ୍ୟକ୍ଷ ମାଧବୀ ବୁଚ
ଲାଞ୍ଚ ନେଇ ନିଲମ୍ବିତ ହେଲେ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜ
ସମ୍ଭାବ୍ୟ ବାତ୍ୟା: ୧୪ ଜିଲ୍ଲାରେ ବନ୍ଦ ରହିବ ସବୁ ଐତିହ୍ୟ ସ୍ଥଳୀ
ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଆଗୁଆ ସଜାଗ
ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ଆରମ୍ଭ ହେଲା ବର୍ଷା, କାଲି ବଡ଼ ପବନ

0
  • ଅତି ତୀବ୍ର ସାମୁଦ୍ରିକ ଝଡ଼ ରୂପ ଧରି ଆଗକୁ ବଢୁଛି ଅମ୍ଫାନ୍
  • ଦୁର୍ବଳ ହୋଇଛି, ବୁଧବାର ଅପରାହ୍ନ ୪ଟାରେ ସ୍ଥଳଭାଗ ଛୁଇଁବ
  • ଉପକୂଳ ଜିଲ୍ଲାମାନଙ୍କରେ ବର୍ଷା ଆରମ୍ଭ, କାଲି ସକାଳୁ ପବନ ବଢି଼ବ
  • ରାଜ୍ୟ ସରକାର ପ୍ରସ୍ତୁତି, ନବୀନଙ୍କ ସହ କଥା ହେଲେ କେନ୍ଦ୍ର ଗୃହମନ୍ତ୍ରୀ ଶାହ

ଭୁବନେଶ୍ବର: ଆକାଶରେ କଳାହାଣ୍ଡିଆ ମେଘ ଘୋଟିଆସିଲାଣି। ବର୍ଷା ଆରମ୍ଭ ହୋଇଗଲାଣି। ଅମ୍ଫାନ ପ୍ରଭାବ ଓଡ଼ିଶା ଆକାଶରେ ଦେଖିବାକୁ ମିଳୁଛି। ସାମାନ୍ୟ ପବନ ବି ଉପକୂଳ ଓଡ଼ିଶାରେ ଆରମ୍ଭ ହୋଇଛି। ହେଲେ ଅମ୍ଫାନର ଅସଲ ପ୍ରଭାବ ଆଜି ରାତିରୁ ଆସନ୍ତାକାଲି ସନ୍ଧ୍ୟା ପର୍ଯ୍ୟନ୍ତ ଦେଖିବାକୁ ମିଳିବ। ରାଜଧାନୀ ଭୁବନେଶ୍ବର ଓ କଟକରେ ପବନର ବେଗ ୬୦କିଲୋମିଟର ପର୍ଯ୍ୟନ୍ତ ଛୁଇଁପାରେ। ପାରାଦୀପ ଉପକୂଳରେ ସର୍ବାଧିକ ୧୦୦ କିଲୋମିଟର ବା ତା ପାଖାପାଖି ପବନ ହେବ। ଅମ୍ଫାନ ଅପରାହ୍ନ ୪ଟା ପାଖାପାଖି ଯେତେବେଳେ ସ୍ଥଳଭାଗ ଛୁଇଁବ, ତା ପୂର୍ବରୁ ବାଲେଶ୍ବରରେ ପବନର ବେଗ ସର୍ବାଧିକ ୧୧୦ କିଲୋମିଟର ଯାଏ ବଢିପାରେ। ମହାବାତ୍ୟା ଅମ୍ଫାନକୁ ନେଇ ପାଣିପାଗ ବିଜ୍ଞାନୀମାନେ ଏଭଳି ଚିତ୍ର ଆଙ୍କିବା ବେଳେ ସୂଚାଇ ଦେଇଛନ୍ତି ଯେ ପ୍ରବଳ ଓ କିଛି ସ୍ଥାନରେ ଅତି ପ୍ରବଳ ବର୍ଷା ହେବ ଓଡ଼ିଶାରେ। ଆହୁରି ସ୍ପଷ୍ଟ କରି କହିଲେ, ୧୨ ଘଣ୍ଟାର ବର୍ଷା ଓ ୬ଘଣ୍ଟାର ପବନ ସହିତ ଅମ୍ଫାନ ଓଡ଼ିଶା ସୀମା ଡେଇଁଯାଇପାରେ।

ମହାବାତ୍ୟା ଅମ୍ଫାନ ଆଜି ସାମାନ୍ୟ ଦୁର୍ବଳ ହୋଇ ଏବେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ତଥା ପାରାଦୀପ ଠାରୁ ୪୨୦ କିଲୋମିଟର ଦକ୍ଷିଣ -ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଛି। ଘଣ୍ଟା ପ୍ରତି ୧୭ କିଲୋମିଟର ବେଗରେ ଆଗକୁ ଆସୁଥିବା ଅମ୍ଫାନ ଆଜି ପୂର୍ବାହ୍ନ ସାଢେ ଏଗାରଟା ବେଳେ ଅତି ତୀବ୍ର ସାମୁଦ୍ରିକ ଝଡ଼ ବା ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇଛି। ଏବେ ବାତ୍ୟାର କେନ୍ଦ୍ରସ୍ଥଳରେ ପବନର ବେଗ ୨୧୦ କିଲୋମିଟର ପାଖାପାଖି ରହିଛି ଓ ମଝିରେ ମଝିରେ ତୀବ୍ରତା ୨୩୦ କିଲୋମିଟର ଯାଏ ଛୁଉଁଛି। ଏବେ ଯାଏ ଏହା ବିଶାଖାପାଟଣା ରାଡାର ପରିସରଭିତରେ ହିଁ ରହିଛି। ଆଉ କିଛି ଘଣ୍ଟା ପରେ ଏହା ଉଭୟ ଗୋପାଳପୁର ଓ ପାରାଦୀପ ରାଡ଼ାର ଭିତରକୁ ଆସିଯିବ।

ପାଣିପାଗ ବିଜ୍ଞାନୀଙ୍କ ଆକଳନ ଅନୁସାରେ, ଅମ୍ଫାନ ଆସନ୍ତାକାଲି ଗୋପାଳପୁର ଠାରୁ ପାଖାପାଖି ୨୮୦ କିଲୋମିଟର ଦୂରରେ ସମୁଦ୍ରରେ ଗତି କରିବ। ଏହା ପୁରୀ ଉପକୂଳ ଅତିକ୍ରମ କରିବା ବେଳକୁ ଆଉଟିକେ ଓଡ଼ିଶା ଆଡ଼କୁ ଆଉଜିଯାଇଥିବ। ଅର୍ଥାତ୍ ୧୫୫ କିଲୋମିଟର ଦୂରରେ ହିଁ ଯିବ। ଆସନ୍ତାକାଲି ସକାଳ ସାଢେ ପାଞ୍ଚଟା ପାଖାପାଖି ଏହା ପୁରୀ ଡେଇଁଯାଇପାରେ। ପାରାଦୀପ ଠାରୁ ୧୨୮ କିଲୋମିଟର ଓ ଧାମରା ଠାରୁ ୧୦୯ କିଲୋମିଟର ଦୂରରେ ଏହା ସମୁଦ୍ରରେ ଯିବ।

ଆକଳନ କହୁଛି, ପୁରୀ, ଖୋର୍ଧା, କଟକ, ଯାଜପୁରରେ ପବନର ବେଗ ୫୫ରୁ ୬୫କିଲୋମିଟର ରହିବ ଓ ସ୍ଥଳ ବିଶେଷରେ ୭୫ କିଲୋମିଟର ଝଟକା ଦେବ। ଏସବୁ ଜିଲ୍ଲାକୁ ୟେଲୋ ଵାର୍ଣ୍ଣିଂ ଜାରି କରାଯାଇଛି। ଅର୍ଥାତ୍ ପ୍ରବଳ ବର୍ଷା ହେବ। ହେଲେ ବାଲେଶ୍ବର ଓ ମୟୂରଭଂଜ ଆଦି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ସେହିପରି ଆସନ୍ତାକାଲି ସକାଳେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର ଓ ମୟୂରଭଂଜରେ ପବନର ବେଗ ଘଣ୍ଟାପ୍ରତି ୭୫ରୁ ୮୫ ଓ ସ୍ଥଳବିଶେଷରେ ୯୫ କିଲୋମିଟର ଛୁଇଁବ। କିନ୍ତୁ ପରେ ଏହା ବଢି ୧୦୦ରୁ ୧୧୦ କିଲୋମିଟର ଛୁଇଁପାରେ। ମଝିରେ ମଝିରେ ୧୨୫ କିଲୋମିଟରକୁ ବି ବଢିବ ତୀବ୍ରତା।

ପାଣିପାଦ ବିଭାଗ ପୂର୍ବାନୁମାନ କରୁଛି, ବାତ୍ୟା ଅତି-ତୀବ୍ର-ସାମୁଦ୍ରିକ ଝଡ ଭାବରେ ଆସନ୍ତାକାଲି ଅପରାହ୍ନ ୪ଟା ପାଖାପାଖି ସ୍ଥଳ ଭାଗ ଛୁଇଁବ। ଏହି ସମୟରେ ପବନର ବେଗ ୧୫୫ ରୁ ୧୬୫ କିମି ସହ ଗଷ୍ଟିଙ୍ଗ ୧୮୦ କିମି ରହିବାର ସମ୍ଭାବନା ଅଛି। ବାତ୍ୟାକୁ ଦୃଷ୍ଟିରେ ରଖି ଆଜି କେନ୍ଦ୍ର ସରକାର ଶ୍ରମିକ ସ୍ପେସାଲ ଟ୍ରେନକୁ ଓଡ଼ିଶା ପାଇଁ ବାତିଲ୍ କରିଛନ୍ତି। କେନ୍ଦ୍ର ସରକାର ପରିସ୍ଥିତି ଉପରେ ନଜର ରଖିଛନ୍ତି। କ୍ୟାବିନେଟ୍ ସଚିବ ରାଜ୍ୟ ସରକାରଙ୍କ ସହିତ ଯୋଗାଯୋଗରେ ଥିବା ବେଳେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଟେଲିଫୋନରେ କଥା ହୋଇଥିବା ସୂଚନା ମିଳିଛି। ମତ୍ସ୍ୟଜୀବୀଙ୍କ ପାଇଁ ସରକାର ରେଡ଼ ଵାର୍ଣ୍ଣିଂ ଜାରି କରିଛନ୍ତି।

Leave A Reply

Your email address will not be published.