ପ୍ରମୁଖ ଖବର

ଫିଟନେସ୍‌ ବିନା ରାସ୍ତାରେ ଗଡ଼ିବନି ଗାଡ଼ି; ନିୟମ ଭଙ୍ଗିଲେ ହେବ ଜବତ
ଭୁବନେଶ୍ୱରରେ ନିର୍ମାଣ ହେବ ୬୦୦ କୋଟି ଟଙ୍କାର ଅତ୍ୟାଧୁନିକ ରାଜସ୍ୱ ଭବନ
ଅହମଦାବାଦ ସିରିଏଲ ବିସ୍ଫୋରଣ ମାମଲା: ୩୮ଙ୍କୁ ଫାଶୀ, ୧୧ଙ୍କୁ ଆଜୀବନ କାରାଦଣ୍ଡ
ଶିଶୁ ବାଟିକା ଶିକ୍ଷକ ନିଯୁକ୍ତି ନେଇ ଭାଇରାଲ ଚିଠି ଜାଲ୍, ସ୍ପଷ୍ଟ କଲା ଗଣଶିକ୍ଷା ବିଭାଗ
ୱାୟାନାଡରେ ଭୟଙ୍କର ଭୂସ୍ଖଳନ: ୩ ମୃତ, ୭ ନିଖୋଜ; ଜାରି ରହିଛି ଉଦ୍ଧାର କାର୍ଯ୍ୟ
ନାଟୋ ସମ୍ମିଳନୀ ପୂର୍ବରୁ ୟୁକ୍ରେନ୍‌ ଉପରେ ରୁଷର ଭୟଙ୍କର ଆକ୍ରମଣ, ୨୩ ମୃତ
ତେଲ ନଦୀରେ ଭାସି ଯାଇ ବୃଦ୍ଧଙ୍କ ମୃତ୍ୟୁ
ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦୀ
ଅଦିନିଆ ରଥଯାତ୍ରା ବନ୍ଦ ପାଇଁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଗଜପତି
ଭୁବନେଶ୍ବର: ଦାମୀ ଗାଡ଼ିରେ ବ୍ରାଉନସୁଗାର କାରବାର, ବାପ–ପୁଅ ଗିରଫ

ପୁରୀରୁ ରାଜସ୍ଥାନକୁ ଗଡ଼ିବ ଟ୍ରେନ

0

ପୁରୀ: ପୁରୀରୁ ରାଜସ୍ଥାନକୁ ସିଧାସଳଖ ଗଡ଼ିବ ଟ୍ରେନ। ଏଭଳି ଏକ ଐତିହାସିକ ପଦକ୍ଷେପ ନେଇଛି ଭାରତୀୟ ରେଳବାଇ। ଓଡିଶା ଓ ରାଜସ୍ଥାନ ମଧ୍ୟରେ ସାଂସ୍କୃତିକ ଓ ଅର୍ଥନୈତିକ ଅବିବୃଦ୍ଧି ପାଇଁ ପୁରୀ ଲାଲଗଡ ପୁରୀ ଏକ୍ସପ୍ରେସ ରାଜସ୍ଥାନର ଶ୍ରୀ ଗଙ୍ଗାନଗର ପର୍ଯ୍ୟନ୍ତ ସମ୍ପ୍ରସାରଣ ହୋଇଛି।

ଗତକାଲି ସମ୍ପ୍ରସାରିତ ଟ୍ରେନକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ପୁରୀ ସାଂସଦ ସମ୍ବିତ ପାତ୍ର ଓ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ। ଟ୍ରେନ୍ ଶୁଭାରମ୍ଭ ଅବସରରେ ପୁରୀ ସାଂସଦ ସମ୍ବିତ ପାତ୍ର କହିଛନ୍ତି ଯେ ୧୬୨ କୋଟି ଟଙ୍କା ବ୍ୟୟରେ ପୁରୀ ବିଶ୍ୱସ୍ତରୀୟ ରେଳଷ୍ଟେସନର ନବୀକରଣ କରାଯିବ। ରାଜ୍ୟସଭା ସାଂସଦ ତଥା ରେଲୱେ ଷ୍ଟାଣ୍ଡିଂ କମିଟି ସଦସ୍ୟ ଶୁଭାଶିଷ ଖୁଣ୍ଟିଆ କହିଛନ୍ତି ଶ୍ରୀମନ୍ଦିର ନିକଟରେ ରେଳବାଇ ତରଫରୁ ଏକ ଟିକେଟ୍ କାଉଣ୍ଟର୍ କରିବାକୁ ରେଳବିଭାଗକୁ ପ୍ରସ୍ତାବ ଦିଆଯାଇଛି।

ଏହି ସାପ୍ତାହିକ ଟ୍ରେନଟି ପ୍ରତି ବୁଧବାର ସକାଳ ୬.୩୫ ରେ ପୁରୀ ରେଳଷ୍ଟେସନ ଛାଡି ତା ପର ଦିନ ରାତି ୦୮.୩୫ ରେ ରାଜସ୍ଥାନର ଶ୍ରୀ ଗଙ୍ଗାନଗର ଷ୍ଟେସନରେ ପହଞ୍ଚିବ। ପୁରୀ ଏବଂ ଶ୍ରୀ ଗଙ୍ଗାନଗର ଷ୍ଟେସନ ମଧ୍ୟରେ ଏହି ଟ୍ରେନ୍ ମାତ୍ର ୯ଟି ଷ୍ଟପେଜ୍‌ରେ ରହିବ। ଦେଶ ଗଠନ ସହ ରେଳ ସଂଯୋଗୀକରଣ କ୍ଷେତ୍ରରେ ଏହି ଟ୍ରେନ୍ ଏକ ପ୍ରମୁଖ ଭୂମିକା ନିର୍ବାହ କରିବ । ପୂର୍ବାଞ୍ଚଳ ଏବଂ ଉତ୍ତରପଶ୍ଚିମାଞ୍ଚଳ ମଧ୍ୟରେ ରେଳ ସଂଯୋଗୀକରଣ କ୍ଷେତ୍ରରେ ଏହି ଟ୍ରେନ୍ ଏକ ମାଇଲଖୁଣ୍ଟ ପାଲଟିବା ସହ ଯାତ୍ରୀଙ୍କୁ ସୁଖଦ ଅନୁଭୂତି ଦେଇପାରିବେ।

Leave A Reply

Your email address will not be published.