ଝାରସୁଗୁଡା: ୨୦ ହଜାର ଟଙ୍କା ଲାଞ୍ଚ ନେଇ ବୁଣ୍ଡିଆ ମାଇନ୍ସର ସବ୍ ଏରିଆ ମ୍ୟାନେଜର ଗିରଫ। ଲାଞ୍ଚ ମାମଲାରେ ସିବିଆଇ ଏମସିଏଲର ଝାରସୁଗୁଡା ସ୍ଥିତ ହୀରାକୁଦ ବୁଣ୍ଡିଆ ମାଇନ୍ସର ସବ ଏରିଆ ମ୍ୟାନେଜର ଅସିତ୍ କୁମାର ଓ ଜଣେ ପ୍ରାଇଭେଟ୍ ପର୍ସନ ବିଟୁ ରାମକୁ ଗିରଫ କରିଛି ଭିଜିଲାନ୍ସ।
ଅଭିଯୋଗକରୀଙ୍କ ଠାରୁ ଏକ ମାମଲାର ତଦନ୍ତକୁ ରଫା ଦଫା କରିବାକୁ ଅସିତ୍ କୁମାର ବିଟୁ ରାମ ମାଧ୍ୟମରେ ୩୦ ହଜାର ଟଙ୍କା ଦାବି କରିଥିଲେ। ପ୍ରଥମ କିସ୍ତିରେ ୨୦ ହଜାର ଟଙ୍କା ନେଉଥିବା ବେଳେ ସିବିଆଇ ଯୋଜନା ମୁତାବକ ଟ୍ରାପ କରିଥିଲା। ଘଟଣା ସ୍ଥଳରୁ ଲାଞ୍ଚ ଟଙ୍କା ଜବତ କରିଥିଲା ସିବିଆଇ।
ପ୍ରମୁଖ ଖବର
୧୫୦ଟି ନୂଆ ୧୦୮ ଆମ୍ବୁଲାନ୍ସର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ