ଭୁବନେଶ୍ବର: ନୂଆଁଖାଇ ପର୍ବ ଉପଲେକ୍ଷେ ୨୯ ତାରିଖକୁ ଛୁଟି ଘୋଷଣା କଲେ ରାଜ୍ୟ ସରକାର। ଏନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ୨୯ ତାରିଖରେ ସବୁ ସରକାରୀ କାର୍ଯ୍ୟାଳୟ ସହ ମାଜିଷ୍ଟେରିଆଲ କୋର୍ଟ ଛୁଟି ରହିବ। ଏଥିପାଇଁ ସେପ୍ଟେମ୍ବର ୧୩ ଦ୍ବିତୀୟ ଶନିବାରକୁ କାର୍ଯ୍ୟଦିବସ ଘୋଷଣା କରାଯାଇଛି।
କୃଷି ଭିତ୍ତିକ ଗଣପର୍ବ ନୂଆଖାଇ ଅବସରରେ ପ୍ରତିବର୍ଷ ଛୁଟି ଘୋଷଣା କରାଯାଇଥାଏ। ଚଳିତ ବର୍ଷ ଅଗଷ୍ଟ ୨୯ ତାରିଖକୁ ଛୁଟି ଘୋଷଣା କରାଯାଇଛି। ତେବେ ନୂଆଖାଇ ପରଦିନ ମଧ୍ୟ ପଶ୍ଚିମ ଓଡିଶା ବାସୀଙ୍କ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ। ସେ ଦିନ ଆତ୍ମୀୟ ସ୍ୱଜନ ମାନେ ପରସ୍ପର ସହ ସାକ୍ଷାତ କରି ‘ନୂଆଖାଇ ଜୁହାର’ କରନ୍ତି ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନିଅନ୍ତି। ପାରିବାରିକ, ସାମାଜିକ ଓ ସାଂସ୍କୃତିକ ଐତିହ୍ୟକୁ ସୁରକ୍ଷିତ କରିବା ଦିଗରେ ଏହା ଏକ ମହତ୍ୱପୂର୍ଣ୍ଣ ଦିନ ଅଟେ।
ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଚଳିତ ବର୍ଷ ନୂଆଖାଇର ପରଦିନ ଅର୍ଥାତ ୨୯.୦୮.୨୦୨୫ (ଶୁକ୍ରବାର) ଦିନଟିକୁ ସମସ୍ତ ସରକାରୀ କାର୍ଯ୍ୟାଳୟ ତଥା ମାଜିଷ୍ଟେରିଆଲ କୋର୍ଟ (କାର୍ଯ୍ୟନିର୍ବାହୀ)ପାଇଁ ଛୁଟି ଘୋଷଣା କରିଛନ୍ତି। ଏହା ପରିବର୍ତ୍ତେ ସେପ୍ଟେମ୍ବର ୧୩ ତାରିଖ, ଦ୍ୱିତୀୟ ଶନିବାରକୁ କାର୍ଯ୍ୟଦିବସ ଭାବେ ଘୋଷଣା କରାଯାଇଛି।