ପ୍ରମୁଖ ଖବର

‘ସେମିକନ୍‌ ଇଣ୍ଡିଆ ୨୦୨୫’ର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
ସୁଦାନରେ ଭୂସ୍ଖଳନ ; ମାଟିରେ ମିଶିଗଲା ପୂରା ଗାଁ, ୧୦୦୦ ଲୋକଙ୍କ ମୃତ୍ୟୁ
ପୋଲିସ ଇନଫର୍ମର ସନ୍ଦେହରେ ଦୁଇ ଯୁବକଙ୍କୁ ହତ୍ୟା କଲେ ମାଓବାଦୀ
ଘର ଭିତରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ମହିଳା ଉଦ୍ଧାର
ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଆର୍‌ଏସ୍‌ରୁ କେ.କବିତା ସସ୍‌ପେଣ୍ଡ
୪ କୋଟି ଟଙ୍କା ହେରଫେର୍‌ ମାମଲାରେ ନିଲମ୍ବିତ ତହସିଲଦାର ମଧୁସ୍ମିତା ସିଂ ଗିରଫ
ଚୋରି ହୋଇଥିବା ୯୦୦ ଗ୍ରାମ ସୁନା ସହ ୨ କେଜି ରୂପା ଜବତ, ୪ ଗିରଫ
ଥାନାରେ ନାବାଳିକା ଫିନାଇଲ୍ ପିଇବା ଘଟଣା: ପୁରୁଷ ବନ୍ଧୁ ଗିରଫ
ସୁପ୍ରିମକୋର୍ଟଙ୍କ TET ରାୟକୁ ନେଇ ପ୍ରତିକ୍ରିୟା ରଖିଲେ ଗଣଶିକ୍ଷା ମନ୍ତ୍ରୀ

ଶ୍ରୀମନ୍ଦିରରେ ଅନ୍‌ଲାଇନ ପୂଜା ନାଁରେ ଠକେଇ

0

ପୁରୀ: ଅନ୍‌ଲାଇନରେ ଶ୍ରୀମନ୍ଦିରରେ ପୂଜା କରିବା ଆଳରେ ଜଗନ୍ନାଥ ପ୍ରେମୀଙ୍କୁ ଠକା ଯାଉଛି। ‘ପୂଜା ପରିସେବା ଡଟ୍‌ କମ’ ନାମକ ଏକ ଅନଲାଇନ ଆପ୍ଲିକେସନ ମାଧ୍ୟମରେ ଅନ୍‌ଲାଇନରେ ମହାପ୍ରଭୁଙ୍କ ସେବାକରିବା ସହ ମହାପ୍ରଭୁଙ୍କ ପୂଜା ସହ ନିର୍ମାଲ୍ୟ ମିଳିବ ବୋଲି ବିଜ୍ଞାପନରେ ଦର୍ଶାଯାଇଛି।

ଏହି ଆପରେ ୪ ପ୍ରକାର ପୂଜା ହେବାନେଇ ଅନ୍‌ଲାଇନରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଚାରି ପ୍ରକାର ପୂଜା ପାଇଁ ଅଲଗା ଅଲଗା ମୂଲ୍ୟ ରହିଛି। ସ୍ବତନ୍ତ୍ର ଅଭିଷେକ ପୂଜା ପାଇଁ ୭୫୦୦, ତୁଳସୀ ଦାନ ପୂଜା ପାଇଁ ୫୫୦୧, ସାଧାରଣ ଦର୍ଶନ ପୂଜା ପାଇଁ ୨୫୦୦ ଏବଂ ଜଗନ୍ନାଥ, ବଳରାମ, ସୁଭଦ୍ରାଙ୍କ ମିଳିତ ପୂଜା ପାଇଁ ୪୭୫୦ଟଙ୍କା ଦେବାକୁ ପଡ଼ିବ ବୋଲି ୱେବସାଇଟରେ ଉଲ୍ଲେଖ ରହିଛି। ଦେଶ ବାହାର ଭକ୍ତଙ୍କ ପୂଜା ପାଇଁ ଡଲାରରେ ମଧ୍ୟ ଦର ତାଲିକା ପ୍ରକାଶ କରାଯାଇଛି। ଏହି ଘଟଣା ଜଣାପଡ଼ିବା ପରେ ଶ୍ରୀମନ୍ଦିର ସେବାୟତ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଶ୍ରୀମନ୍ଦିରରେ ସଞ୍ଚାର ମାଧ୍ୟମରେ ଏଭଳି କୌଣସି ବ୍ୟବସ୍ଥା ନାହିଁ ବୋଲି ସେମାନେ ସୂଚନା ଦେଇଛନ୍ତି। ଭକ୍ତମାନେ ବାରମ୍ବାର ଅନ୍‌ଲାଇନରେ ଠକେଇ ହେଉଥିବାରୁ ତୁରନ୍ତ ଶ୍ରୀମନ୍ଦିର, ଜିଲା ଓ ପୋଲିସ ପ୍ରଶାସନ ଏଭଳି ସଂସ୍ଥା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସେବାୟତମାନେ ଦାବି କରିଛନ୍ତି।

ଏହି ଘଟଣାକୁ ନେଇ ପୁରୀ ଏସ୍‌ପି ପ୍ରତୀକ ସିଂ ସୂଚନା ଦେଇ କହିଛନ୍ତି, ଅନ୍‌ଲାଇନ ମାଧ୍ୟମରେ ବାରମ୍ବାର ଭକ୍ତଙ୍କୁ ଠକେଇ ହେଉଥିବା ନଜିର ରହିଛି। ପୂଜା ପର୍ବ ସମୟରେ ଏପରି ଆପ୍‌ ମାଧ୍ୟମରେ ମିଛ ଖବର ପ୍ରକାଶ ପାଉଛି। ଦର୍ଶନ କରାଇବା, ପୂଜା ପ୍ରସାଦ ଦେବା ପାଇଁ କୌଣସି ଅନ୍‌ଲାଇନ ସାଇଡ୍‌ ନାହି ବୋଲି କହିଛନ୍ତି। ହୋଟେଲ ବୁକ୍‌ କରିବା ସମୟରେ ମଧ୍ୟ ସମସ୍ତ ତଥ୍ୟକୁ ଅନୁଧାନ କରି ବୁକ୍‌ କରନ୍ତୁ।

ସେହିପରି ବରିଷ୍ଠ ଦଇତାପତି ସେବକ ବିନାୟକ ଦାସ ମହାପାତ୍ର କହିଛନ୍ତି, ଅନ୍‌ଲାଇନରେ ଠକେଇ ଏବେ ବେଶୀ ଦେଖିବାକୁ ମିଳୁଛି। ତେଣୁ ଏହା ଉପରେ ରୋକ୍‌ ଲଗାଇବା ପାଇଁ ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକ ରହିଛି। ଭକ୍ତମାନେ ଏପରି ଠକ ସଂସ୍ଥାକୁ ବିଶ୍ୱାସ କରନ୍ତୁ ନାହିଁ ବୋଲି ଦାସ ମହାପାତ୍ର ମତବ୍ୟକ୍ତ କରି କହିଛନ୍ତି।

Leave A Reply

Your email address will not be published.