ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ନକ୍ସଲ କମାଣ୍ଡର ଗୁଳି ବିନିମୟ, ୨ ଯବାନ ସହିଦ, ଜଣେ ଗୁରୁତର

0

ପଲମୁ: ପାଲାମୁ ଜିଲ୍ଲାର ମାନତୁ ଥାନା ଅଞ୍ଚଳର କେଦଲ ଜଙ୍ଗଲରେ ପୋଲିସ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏହି ସମୟରେ ପାଲାମୁ ପୋଲିସର ଦୁଇ ସାହସୀ ଯବାନ ସୁନୀଲ ରାମ ଏବଂ ସାନ୍ତାନ ମେହେଟା ସହିଦ ହୋଇଛନ୍ତି ଓ ଜିଲ୍ଲା ପୋଲିସ ବାହିନୀର ଜଣେ ଯବାନ ରୋହିତ କୁମାର ଗୁରୁତର ହୋଇଛନ୍ତି। ଗୁରୁତର ଯବାନ ମେଦିନିରାୟ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ପାଲାମୁ ଏସପି ରିଷମା ରମେଶନ ଏହି ଗୁଳି ବିନିମୟର ସୂଚନା ଦେଇଛନ୍ତି । ବର୍ତ୍ତମାନ ସର୍ଚ୍ଚ ଅପରେସନ୍ ଜାରି ରହିଛି।

ସୂଚନାଥାଉକି,ପାଲାମୁ ପୋଲିସ ଟିଏସପିସି କମାଣ୍ଡର ଶଶିକାନ୍ତ ଗଞ୍ଜୁଙ୍କ ବିରୋଧରେ ଏକ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । କମାଣ୍ଡର ଶଶିକାନ୍ତ​​ ମୁଣ୍ଡ ଉପରେ ୧୦ ଲକ୍ଷ ଟଙ୍କା ପୁରସ୍କାର ରଖାଯାଇଛି। ସର୍ଚ୍ଚ ଅପରେସନ ସମୟରେ ପୋଲିସ ମାନତୁ ଥାନା ଅଞ୍ଚଳର କେଦଲ ଗାଁରେ ପହଞ୍ଚିଥିଲା। ସେଠାରେ କମାଣ୍ଡର ଶଶିକାନ୍ତ ଗଞ୍ଜୁର ଘର ମଧ୍ୟ ରହିଛି । ଏହି ସମୟରେ ପୋଲିସ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏନକାଉଣ୍ଟରରେ ତିନି ଜଣ ପୋଲିସ କର୍ମଚାରୀଙ୍କୁ ଗୁଳି ବାଜିଥିଲା । ଏହା ପରେ ସମସ୍ତଙ୍କୁ ମେଦିନିରାୟ ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ଅଣାଯାଇଥିଲା। ଯେଉଁଠାରେ ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ। ଜଣେ ଗୁରୁତର କର୍ମଚାରୀଙ୍କ ଚିକିତ୍ସା ହସ୍ପିଟାଲରେ ଚାଲିଛି।

,

Leave A Reply

Your email address will not be published.