ବିହାର: ବିହାର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି। ଆସନ୍ତା ନଭେମ୍ବର ୬ ଏବଂ ୧୧ ତାରିଖରେ ଦୁଇଟି ପର୍ଯ୍ୟାୟରେ ହେବ ବିହାର ବିଧାନସଭା ନିର୍ବାଚନ। ୧୪ ତାରିଖରେ ଭୋଟ ଗଣତି ହୋଇ ଫଳାଫଳ ଘୋଷଣା କରାଯିବ। ୨୪୩ ବିଧାନସଭା ଆସନ ପାଇଁ ଭୋଟ୍ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ।
ଚଳିତ ନିର୍ବାଚନରେ ମୋଟ ୭ କୋଟି ୪୨ ଲକ୍ଷ ଭୋଟର ମତଦାନ କରିବେ। ସେମାନଙ୍କ ମଧ୍ୟରେ ପୁରୁଷ ମତଦାତାଙ୍କ ସଂଖ୍ୟା ୩ କୋଟି ୯୨ ଲକ୍ଷ ଏବଂ ମହିଳା ମତଦାତାଙ୍କ ସଂଖ୍ୟା ୩ କୋଟି ୫୦ ଲକ୍ଷ। ନିର୍ବାଚନ ପାଇଁ ୯୦ ହଜାର ୭୧୨ ମତଦାନ କେନ୍ଦ୍ର ହୋଇଛି। ୧୪ ଲକ୍ଷ ଭୋଟର ପ୍ରଥମ ଥର ଲାଗି ମତଦାନ କରିବେ। ୧୪ ହଜାର ଶତାୟୁ ଭୋଟର ରହିଛନ୍ତି। “ପ୍ରଥମ ଥର ପାଇଁ, ୧୦୦% ମତଦାନ କେନ୍ଦ୍ରରେ ୱେବକାଷ୍ଟିଂ କାର୍ଯ୍ୟକାରୀ କରାଯାଉଛି। ସମସ୍ତ ମତଦାନ କେନ୍ଦ୍ରରେ ମୋବାଇଲ୍ ଫୋନ୍ ଜମା ସୁବିଧା ଉପଲବ୍ଧ ହେବ।
ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ଅନେକ ନୂତନ ପଦକ୍ଷେପ କାର୍ଯ୍ୟକାରୀ କରାଯାଉଛି, ଏବଂ ଭବିଷ୍ୟତରେ ଏହା ସାରା ଦେଶରେ ପ୍ରଚଳିତ ହେବ। ଭୋଟର ତାଲିକା ଶୁଦ୍ଧିକରଣ ଦେଶବ୍ୟାପୀ କରାଯିବ। ଏହି ୧୭ ଟି ପଦକ୍ଷେପରେ ଭୋଟର ପଞ୍ଜିକରଣର ୧୫ ଦିନ ମଧ୍ୟରେ ଭୋଟର ପରିଚୟପତ୍ର ପାଇବାକୁ ସୁନିଶ୍ଚିତ କରିବା ପାଇଁ ଏକ ନୂତନ ମାନକ କାର୍ଯ୍ୟ ପ୍ରକ୍ରିୟା ଅନ୍ତର୍ଭୁକ୍ତ।
ପ୍ରମୁଖ ଖବର
ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ସମ୍ପନ୍ନ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ରୌପ୍ୟ, ଋଷିକାନ୍ତ ସିଂହଙ୍କ କମାଲ
ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ବିଜେତା
ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ:ପ୍ରଧାନମନ୍ତ୍ରୀ
ହାଇୱେ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଦୂରତା ଅନୁସାରେ ଦେବେ ଟୋଲ ଶୁଳ୍କ
ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହାର
ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
ବୌଦ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ୟାଙ୍କର ସହ କାର ଧକ୍କା, ୩ ଗୁରୁତର
ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ