ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

କରୋନାକୁ ନେଇ ବଡ଼ ଖବର

0

ଭୁବନେଶ୍ବର: ଓଡ଼ିଶାର ସବୁ ଜିଲ୍ଲାକୁ ଛୁଇଁଗଲା କରୋନା। ଗୁରୁବାର ଯେଉଁ ଚିତ୍ର ସାମ୍ନାକୁ ଆସିଛି, ସେଥିରୁ ଜଣାପଡ଼ିଛି ଯେ ୯୦ ଆକ୍ରାନ୍ତଙ୍କ ମଧ୍ୟରୁ ୧୧ ଜଣ ସଙ୍ଗରୋଧରେ ନ ଥିଲେ। ଅର୍ଥାତ୍ ବାହାରର ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି। ଏଥିସହିତ ଓଡ଼ିଶାର ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୪୭୮ରେ ପହଞ୍ଚିଛି। ସରକାରୀ ରିପୋର୍ଟ ଅନୁସାରେ, ୧୪୭୮ ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି। ବିଭିନ୍ନ କୋଭିଡ଼ ହସ୍ପିଟାଲରେ ୧୦୫୩ ଚିକିତ୍ସିତ ହେଉଛନ୍ତି।

ମୋଟ ୧୩ଟି ଜିଲ୍ଲାରୁ ସଂକ୍ରମିତ ହୋଇଥିବା ୯୦ଜଣଙ୍କ ମଧ୍ୟରୁ ୨୫ ଜଣ କେବଳ ଖୋର୍ଧାର। ୨୨ ଜଣ ଗଞ୍ଜାମ ଓ ୧୦ ଜଣ ଢେଙ୍କାନାଳର। ସେପଟେ କେନ୍ଦ୍ରୀୟ ଟିମ୍ କଟକରେ କରୋନା ପରିଚାଳନା ଅନୁଧ୍ୟାନ ଓ ସମୀକ୍ଷା କରିଥିବା ସୂଚନା ମିଳିଛି। ଏମାନେ ବିଭିନ୍ନ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ଅଶ୍ୱନୀ ହସ୍ପିଟାଲ ବୁଲି ଦେଖିଛନ୍ତି।

ଜାତୀୟସ୍ତରରୁ ମଧ୍ୟ କରୋନାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୧୬ ହଜାରରୁ ଅଧିକ ହୋଇଛି। ଦିନକୁ ଦିନ କରୋନା ସଂକ୍ରମଣ ବଢୁଥିବା ବେଳେ ମୃତକଙ୍କ ସଂଖ୍ୟା ୬୦୦୦ ଅତିକ୍ରମ କରିଛି। ଆଜିସୁଦ୍ଧା ୬୦୭୫ ଜଣଙ୍କର କରୋନାରେ ମୃତ୍ୟୁ ହେଲାଣି।

ବର୍ତ୍ତମାନ ପର୍ଯ୍ୟନ୍ତ ୧,୦୪, ୧୦୭ ରୋଗୀ ସାରା ଦେଶରେ ସୁସ୍ଥ ହୋଇଯାଇଛନ୍ତି। ଏଥି ସହିତ, ୧,୦୬,୭୩୭ ସକ୍ରିୟ ମାମଲା ରହିଛି। ମହାରାଷ୍ଟ୍ର, ତାମିଲନାଡୁ, ଗୁଜରାଟ ଏବଂ ଦିଲ୍ଲୀ ଭଳି କେତେକ ରାଜ୍ୟ ଯୋଗୁଁ ନୂଆ ମାମଲାଗୁଡ଼ିକର ସଂଖ୍ୟା ହ୍ରାସ ପାଉନାହିଁ | ଗତ ୨୪ ଘଣ୍ଟା ମଧ୍ୟରେ ଏକ ରେକର୍ଡ ୯୩୦୪ ନୂତନ କରୋନା ଜୀବାଣୁ ରିପୋର୍ଟ ହୋଇଥିବାବେଳେ ଏହି ସମୟ ମଧ୍ୟରେ ୨୬୦ ଜଣଙ୍କର ମୃତ୍ୟୁ ଘଟିଛି।

Leave A Reply

Your email address will not be published.