ପ୍ରମୁଖ ଖବର

ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ମନ୍ତ୍ରୀ
ୟୁନିଟ୍-୧ ହାଟରେ ଲାଗିବ ଅତ୍ୟାଧୁନିକ ଫାୟାର ଫାଇଟିଂ ସିଷ୍ଟମ, ଅଗ୍ନିକାଣ୍ଡ ରୋକିବାକୁ ବିଏମସିର ମେଗା ପ୍ଲାନ
ଆଇଏସ୍‌ଆଇ ସହ ଲିଙ୍କ୍‌: ଦିଲ୍ଲୀରେ ଆଉ ୫ ଆତଙ୍କବାଦୀ ଗିରଫ
ପ୍ରବଳ ଖରା ପାଇଁ ଖୋର୍ଦ୍ଧାରେ ୧୯ରୁ ୨୫ ଜୁନ୍ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ
ଦୀର୍ଘକାଳୀନ ଅନୁପସ୍ଥିତ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଡେଲାଙ୍ଗ ଫରେଷ୍ଟର୍
ବିଜେପି ନେତାଙ୍କ ସହ ୩ ଜଣଙ୍କୁ ଜୀଅନ୍ତା ପୋଡ଼ିଦେଲେ ଦୁର୍ବୃତ୍ତ

କରୋନାକୁ ନେଇ ବଡ଼ ଖବର

0

ଭୁବନେଶ୍ବର: ଓଡ଼ିଶାର ସବୁ ଜିଲ୍ଲାକୁ ଛୁଇଁଗଲା କରୋନା। ଗୁରୁବାର ଯେଉଁ ଚିତ୍ର ସାମ୍ନାକୁ ଆସିଛି, ସେଥିରୁ ଜଣାପଡ଼ିଛି ଯେ ୯୦ ଆକ୍ରାନ୍ତଙ୍କ ମଧ୍ୟରୁ ୧୧ ଜଣ ସଙ୍ଗରୋଧରେ ନ ଥିଲେ। ଅର୍ଥାତ୍ ବାହାରର ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି। ଏଥିସହିତ ଓଡ଼ିଶାର ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୪୭୮ରେ ପହଞ୍ଚିଛି। ସରକାରୀ ରିପୋର୍ଟ ଅନୁସାରେ, ୧୪୭୮ ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି। ବିଭିନ୍ନ କୋଭିଡ଼ ହସ୍ପିଟାଲରେ ୧୦୫୩ ଚିକିତ୍ସିତ ହେଉଛନ୍ତି।

ମୋଟ ୧୩ଟି ଜିଲ୍ଲାରୁ ସଂକ୍ରମିତ ହୋଇଥିବା ୯୦ଜଣଙ୍କ ମଧ୍ୟରୁ ୨୫ ଜଣ କେବଳ ଖୋର୍ଧାର। ୨୨ ଜଣ ଗଞ୍ଜାମ ଓ ୧୦ ଜଣ ଢେଙ୍କାନାଳର। ସେପଟେ କେନ୍ଦ୍ରୀୟ ଟିମ୍ କଟକରେ କରୋନା ପରିଚାଳନା ଅନୁଧ୍ୟାନ ଓ ସମୀକ୍ଷା କରିଥିବା ସୂଚନା ମିଳିଛି। ଏମାନେ ବିଭିନ୍ନ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ଅଶ୍ୱନୀ ହସ୍ପିଟାଲ ବୁଲି ଦେଖିଛନ୍ତି।

ଜାତୀୟସ୍ତରରୁ ମଧ୍ୟ କରୋନାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୧୬ ହଜାରରୁ ଅଧିକ ହୋଇଛି। ଦିନକୁ ଦିନ କରୋନା ସଂକ୍ରମଣ ବଢୁଥିବା ବେଳେ ମୃତକଙ୍କ ସଂଖ୍ୟା ୬୦୦୦ ଅତିକ୍ରମ କରିଛି। ଆଜିସୁଦ୍ଧା ୬୦୭୫ ଜଣଙ୍କର କରୋନାରେ ମୃତ୍ୟୁ ହେଲାଣି।

ବର୍ତ୍ତମାନ ପର୍ଯ୍ୟନ୍ତ ୧,୦୪, ୧୦୭ ରୋଗୀ ସାରା ଦେଶରେ ସୁସ୍ଥ ହୋଇଯାଇଛନ୍ତି। ଏଥି ସହିତ, ୧,୦୬,୭୩୭ ସକ୍ରିୟ ମାମଲା ରହିଛି। ମହାରାଷ୍ଟ୍ର, ତାମିଲନାଡୁ, ଗୁଜରାଟ ଏବଂ ଦିଲ୍ଲୀ ଭଳି କେତେକ ରାଜ୍ୟ ଯୋଗୁଁ ନୂଆ ମାମଲାଗୁଡ଼ିକର ସଂଖ୍ୟା ହ୍ରାସ ପାଉନାହିଁ | ଗତ ୨୪ ଘଣ୍ଟା ମଧ୍ୟରେ ଏକ ରେକର୍ଡ ୯୩୦୪ ନୂତନ କରୋନା ଜୀବାଣୁ ରିପୋର୍ଟ ହୋଇଥିବାବେଳେ ଏହି ସମୟ ମଧ୍ୟରେ ୨୬୦ ଜଣଙ୍କର ମୃତ୍ୟୁ ଘଟିଛି।

Leave A Reply

Your email address will not be published.