ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ବାଂଲାଦେଶରେ ଭୂମିକମ୍ପ

0

ବାଂଲାଦେଶ: ବାଂଲାଦେଶରେ ତୀବ୍ର ଭୂମିକମ୍ପ। ଆଜି ସକାଳେ ବାଂଲାଦେଶର ନରସିଙ୍ଗଡିରେ ତୀବ୍ର ଭୂମିକମ୍ପ ଅନୁଭୂତ ହୋଇଥିବା ବେଳେ କୋଲକାତା ସମେତ ପଶ୍ଚିମବଙ୍ଗର ଅନେକ ଜିଲ୍ଲାରେ ମଧ୍ୟ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲ ଏହାର ତୀବ୍ରତା ୫.୭ ମାପିଥିଲା। ଭୂମିକମ୍ପର କେନ୍ଦ୍ରସ୍ଥଳ ବାଂଲାଦେଶ ଥିଲା। ଯାହା ଫଳରେ ପ୍ରାୟ ୧୭ ସେକେଣ୍ଡ ପାଇଁ ଭୂମି ଥରି ଉଠିଥିଲା, ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ବାହାରି ଆସିଥିଲେ। ଭୂମିକମ୍ପ ଯୋଗୁଁ ବାଂଲାଦେଶରେ ୩ ଜଣଙ୍କର ମୃତ୍ୟୁ ହୋଇଥିବ ସୂଚନା ରହିଛି।

ଭୂମିକମ୍ପର କେନ୍ଦ୍ରସ୍ଥଳ ବାଂଲାଦେଶ ଥିଲେ ମଧ୍ୟ ପଶ୍ଚିମବଙ୍ଗର ଅନେକ ଜିଲ୍ଲାରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଥିଲା। ପଶ୍ଚିମବଙ୍ଗର କୋଲକାତା, କୁଚବିହାର, ଦକ୍ଷିଣ ଦିନାଜପୁର, ମାଲଦା ଏବଂ ନଦିଆ ଜିଲ୍ଲାର ବାସିନ୍ଦାମାନେ ମଧ୍ୟ ଭୂମିକମ୍ପ ଅନୁଭବ କରିଥିଲେ। ଯେହେତୁ ଅଫିସ ସମୟରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିବାରୁ, ଅନେକ ଲୋକ ନିଜ କର୍ମକ୍ଷେତ୍ର ଛାଡି ରାସ୍ତାକୁ ଓହ୍ଲାଇ ଆସିଥିଲେ। ଏହି ଭୂମିକମ୍ପ କ୍ଷଣସ୍ଥାୟୀ ଥିଲା, ତଥାପି ଏହା ଅନେକ ସ୍ଥାନରେ ସ୍ପଷ୍ଟ ଭାବରେ ଅନୁଭୂତ ହୋଇଥିଲା।

Leave A Reply

Your email address will not be published.