ପ୍ରମୁଖ ଖବର

ଗାଁରେ ମିଳିବ ସହରୀ ସୁବିଧା, ପ୍ରତି ପଞ୍ଚାୟତରେ ଆଦର୍ଶ ଖେଳ ପଡ଼ିଆ ଓ କଲ୍ୟାଣ ମଣ୍ଡପ
ଇଭି ଓ ପରିବେଶ ଅନୁକୂଳ ଯାନକୁ ପରମିଟ୍ ଫି’ ଛାଡ଼
ବାଂଲାଦେଶର ୨୩ତମ ରାଷ୍ଟ୍ରପତି ହେଲେ ମିର୍ଜା ଫକରୁଲ୍ ଇସଲାମ୍ ଆଲମଗୀର
ଜେପିଏସ୍‌ସି ପରୀକ୍ଷା ରଦ୍ଦ ନିଷ୍ପତ୍ତି ଉପରେ ରୋକ୍‌, ହେମନ୍ତ ସରକାରଙ୍କୁ ଝଟକା
ଅଟୋ ଚାଳକଙ୍କ ହଙ୍ଗାମା: ୪୦୦ ଅଟୋ ଜବତ, ପରମିଟ ରଦ୍ଦ ପାଇଁ ପଦକ୍ଷେପ
ମହାରାଷ୍ଟ୍ରରେ ଛାତ୍ରୀଙ୍କୁ ମିଳିଵ ମାସକୁ ୨ ହଜାର ଟଙ୍କା ପକେଟ ମନି
ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ
ବୀମା ନଥିଲେ ପେଟ୍ରୋଲ ନାହିଁ: ପାଇଲଟ୍ ପ୍ରକଳ୍ପ ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ମହାପ୍ରଭୁ ଅସୁସ୍ଥ, ଭୀଷଣ ଜ୍ବରରେ କମ୍ପୁଛନ୍ତି

0

ଶ୍ରୀମନ୍ଦିରରେ ବିଜେ ହେଲେ ପଟି ଦିଅଁ, ଅଲାରନାଥଙ୍କ ଠାରେ ୧୪୪ ଧାରା ଜାରି
ଅସୁସ୍ଥତା ଯୋଗୁଁ ଅଣସର ପିଣ୍ଡିରେ ଅଟକିଯାଇଛନ୍ତି ମହାପ୍ରଭୁ, ଗୁପ୍ତନୀତି ଆରମ୍ଭ

ପୁରୀ: ସ୍ନାନ ବେଦୀରେ ‌୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ମହାପ୍ରଭୁ ଅସୁସ୍ଥ ହୋଇ ପଡିଛନ୍ତି। ଶୁକ୍ରବାର ତାଙ୍କୁ ସ୍ନାନ ବେଦୀରୁ ସିଧାସଳଖ ଅଣସର ପିଣ୍ଡି‌କୁ ନିଆଯାଇଛି। ସେଠାରେ ଦଇତା ଗୁପ୍ତ ସେବା ଆରମ୍ଭ କରିଛନ୍ତି।

ଅନ୍ୟପଟରେ ଏହି ପିଣ୍ଡି ସମ୍ମୁଖରେ ଅଣସର ତାଟି ଦିଆଯାଇଛି। ବିକଳ୍ପ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ପଟିଦିଅଁ ବିଜେ କରିଛନ୍ତି। ଶନିବାର ଠାରୁ ଭକ୍ତମାନେ ଏହି ପଟିଦିଅଁଙ୍କୁ ଦର୍ଶନ କରିବା କଥା। କିନ୍ତୁ କରୋନା କଟକଣା ଯୋଗୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି।

ପ୍ରଭୁ ବଳଭଦ୍ରଙ୍କ ବାଡ଼ରେ ବାସୁଦେବ, ମାଆ ସୁଭଦ୍ରାଙ୍କ ବାଡ଼ରେ ଭୁବନେଶ୍ବରୀ ଓ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଶ୍ରୀନାରାୟଣ ଅଧିଷ୍ଠିତ ହୋଇଛନ୍ତି। ପଟିଦିଅଁ ବାସୁଦେବଙ୍କ ସହିତ ଦୋଳଗୋବିନ୍ଦ, ରାମ-ନୃସିଂହ, ଭୁବନେଶ୍ବରୀଙ୍କ ପାର୍ଶ୍ବରେ ଭୂଦେବୀ, ଶ୍ରୀଦେବୀ, ନାରାୟଣଙ୍କ ସମ୍ମୁଖରେ ମଦନମୋହନ ଓ ଶ୍ରୀକୃଷ୍ଣ ବିଜେ କରିବାର ପରମ୍ପରା ରହିଛି।

ଅଣସର ସମୟରେ ମହାପ୍ରଭୁଙ୍କ ବିକଳ୍ପ ଦର୍ଶନ ଭାବେ ଭକ୍ତମାନେ ବ୍ରହ୍ମଗିରିସ୍ଥିତ ଅଲାରନାଥ ପୀଠକୁ ଦର୍ଶନ ପାଇଁ ଯାଇଥାନ୍ତି। ମହାପ୍ରଭୁଙ୍କ ନବଯୌବନ ଦର୍ଶନ ପର୍ଯ୍ୟନ୍ତ ଅଲାରନାଥଙ୍କ ପୀଠରେ ଭକ୍ତଙ୍କ ସମାଗମ ହେବ। ହେଲେ ସେଠାରେ ମଧ୍ୟ ୧୪୪ ଧାରା ଜାରି ରହିଛି। ଫଳରେ ସର୍ବସାଧାରଣ ଦର୍ଶନ କରିବା ସମ୍ଭବ ନୁହେଁ।

ଶୁକ୍ରବାର ମହାପ୍ରଭୁଙ୍କ ହାତୀ ବେଶ ଓଲାଗି ପରେ ସ୍ନାନ ବେଦୀରୁ ଶ୍ରୀବିଗ୍ରହମାନେ ଗୋଟି ପହଣ୍ଡିରେ ଯାଇଥିଲେ। ମାତ୍ରାଧିକ ସ୍ନାନ କାରଣରୁ ବାହୁଡା ପହଣ୍ଡିରେ ଆସୁଥିବା ଶ୍ରୀବିଗ୍ରହମାନେ ଅସୁସ୍ଥତା ଅନୁଭବ କରି ଚିକିତ୍ସା ପାଇଁ ଅଣସର ପିଣ୍ଡିରେ ଅଟକି ଯାଇଛନ୍ତି। ଶ୍ରୀମନ୍ଦିର ବୈଦ୍ୟଙ୍କ ପରାମର୍ଶ ଆଧାରରେ ଶ୍ରୀମନ୍ଦିର ଭିତର କାଠ ଓ କଳାହାଟ ଦ୍ବାର ମଧ୍ୟସ୍ଥ ଅଣସର ପିଣ୍ଡିରେ ଚତୁର୍ଧାମୂର୍ତିଙ୍କୁ ରଖାଯାଇଛି। ଅଣସର ପିଣ୍ଡିରେ ଶ୍ରୀଜିଉଙ୍କ ମସ୍ତକରେ ଶୋଭିତ ସୁନା ଚିତା ଓ ରାହୁରେଖା ଆଦି ଅଳଙ୍କାରକୁ ଓହ୍ଲାଇ ଦିଆଯାଇଛି। ଏହି ପିଣ୍ଡିରେ ଅସୁସ୍ଥ ଠାକୁରମାନେ ବୈଦ୍ୟଙ୍କ ପରାମର୍ଶ ମୁତାବକ ଚିକିତ୍ସା ସେବା ପାଇବେ। ପତି ମହାପାତ୍ର ଓ ଦଇତାପତି ସେବାୟତମାନେ ମହାପ୍ରଭୁଙ୍କ ଗୁପ୍ତ ସେବା କରିବେ।

Leave A Reply

Your email address will not be published.