ପ୍ରମୁଖ ଖବର

ରାଜ୍ୟ ମହିଳା କର୍ମଚାରୀମାନଙ୍କ ଅତିରିକ୍ତ ସାମୟିକ ଛୁଟି ଆଉ ୨ଦିନ ବଢ଼ିଲା
ବାତ୍ୟା ପାଇଁ ୨୩ରୁ ୨୫ କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି
ବାତ୍ୟା ପାଇଁ ୧୭୮ଟି ଟ୍ରେନ ବାତିଲ
ଅବସରପ୍ରାପ୍ତ ଆଇପିଏସ୍‌ ଲଳିତ ଦାସ ହେଲେ ଓଏସ୍‌ଏସ୍‌ଏସ୍‌ସି ଅଧ୍ୟକ୍ଷ
ନିର୍ଦୋଷ ସାବ୍ୟସ୍ତ ହେଲେ ସେବି ଅଧ୍ୟକ୍ଷ ମାଧବୀ ବୁଚ
ଲାଞ୍ଚ ନେଇ ନିଲମ୍ବିତ ହେଲେ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜ
ସମ୍ଭାବ୍ୟ ବାତ୍ୟା: ୧୪ ଜିଲ୍ଲାରେ ବନ୍ଦ ରହିବ ସବୁ ଐତିହ୍ୟ ସ୍ଥଳୀ
ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଆଗୁଆ ସଜାଗ
ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ଅସୁସ୍ଥ ମହାପ୍ରଭୁ କଣ ଖାଉଛନ୍ତି?

0

ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ମନ୍ଦିରରେ ପୂଜା ନୀତି ଯେମିତି ସ୍ୱତନ୍ତ୍ର, ଭୋଗନୀତି ବି ସେମିତି ନିଆରା। ଏହାକୁ ନିରେଖି ଦେଖିଲେ ସେଥିରେ ସ୍ୱାସ୍ଥ୍ୟ ବିଜ୍ଞାନ ଉପରେ କେତେ ଗୁରୁତ୍ୱ ଦିଆଯାଇଛି, ତାହା ଯେ କେହି ଜାଣିପାରିବ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଭୋଗନୀତି ବି ଏଥିରୁ ବାଦ୍‍ ଯିବ କିପରି । 

ବିଶେଷକରି ଅଣସର ଭୋଗ ନୀତି ଏ କ୍ଷେତ୍ରରେ ଅନେକ ସଙ୍କେତ ଦେଇଥାଏ। ବ୍ୟବସ୍ଥା ଅନୁସାରେ, ସ୍ନାନ ପୂର୍ଣ୍ଣମୀ ଦିନ ରାତିରେ ଶ୍ରୀବିଗ୍ରହମାନେ ଅଣସର ଗୃହକୁ ବିଜେ କରିବା ପରେ ମହାପ୍ରଭୁମାନଙ୍କର ଅଣସର ନୀତି ଆରମ୍ଭ ହୋଇଥାଏ। ଦଇତାପତିମାନେ ଭଣ୍ଡାର ମେକାପ ସେବକଙ୍କଠାରୁ ତେଲ ଦୀପ ଗ୍ରହଣ କରି ଅଣସର ଗୃହରେ ବସାଇଥାନ୍ତି ଓ ଏହା ପରେ ଭିତର ଶୋଧ ହୋଇଥାଏ। ଅଣସର ତାଟି ଆଗରେ ଠାକୁରଙ୍କର ମଧ୍ୟାହ୍ନ ଧୂପନୀତି ଶେଷ ପରେ ଅଣସର ଘର ତାଟି ଖୋଲାଯାଏ ଓ ମନ୍ଦିର ପ୍ରଶାସନ ପକ୍ଷରୁ ଚକଟା ଭୋଗ କରାଯାଏ।ଦିନକୁ ଦୁଇଥର ଏଭଳି ଭୋଗ ହୋଇଥାଏ ।

ଚକଟା ଭୋଗ ମଧ୍ୟରେ ଥାଏ ଧୁଆ ମୁଗ, ନଡିଆ, ପଣସ, ଆମ୍ବ,କଦଳୀ ଇତ୍ୟାଦି। ଏହି ଭୋଗ ଲାଗି ପରେ ଦୁଇଥର ପଣା ଭୋଗ କରାଯାଏ। ପ୍ରଥମ ଦିନ ଠାରୁ ପଞ୍ଚମୀ ଦିନ ପର୍ଯ୍ୟନ୍ତ କେବଳ ଚକଟା ମଇଲମ ଭୋଗ ହୋଇଥାଏ। ଷଷ୍ଠୀ ଠାରୁ ଦଶମୀ ଯାଏ ବିଭିନ୍ନ ଫଳ ଯଥା କଦଳୀ,ସପୁରୀ,ପଣସ, ଆମ୍ବ,ଛେନା ଖଇ, ଖୁଆପେଡା, ଖୁଆ ବରଫି,ଲିଆଛତୁ, ଗୁଡଖଇ,ଲିଆ ଇତ୍ୟାଦି ଅଣସର ଘରେ ଭୋଗ ହୋଇଥାନ୍ତି । ଅଣସର ଘରେ ପତି ମହାପାତ୍ର ହିଁ ଏହି ଭୋଗକୁ ସମର୍ପଣ କରିଥାନ୍ତି । 

ଏକାଦଶୀ ଦିନ ହିଁ ଭୋଗରେ ତୁଳସୀ ପଡିଥାଏ ଓ ସେହିଦିନଠାରୁ ଠାକୁରେ ବିଭିନ୍ନ ସୁସ୍ୱାଦୁ ଫଳ,ଖିସ୍‍ମିସ୍‍, ଖୁଆପେଡା, ଖୁଆମଣ୍ଡା ଏବଂ କ୍ଷୀର ଜାତୀୟ ମିଠା ସମେତ ବୈଦ୍ୟଙ୍କ ଘରୁ ଆସିଥିବା ଦଶମୂଳ ମୋଦକ ଲାଗି ହୋଇଥାନ୍ତି। ଅଣସର ସମୟର ପଣାର ସ୍ୱାଦ ଓ ବାସ୍ନା ସ୍ୱତନ୍ତ୍ର ନିଶ୍ଚୟ ।

Leave A Reply

Your email address will not be published.