ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କୁ ମିଳିଲା ଅଶୋକ ଚକ୍ର ସମ୍ମାନ

0

ନୂଆଦିଲ୍ଲୀ: କ୍ୟାପ୍ଟେନ ଶୁଭାଂଶୁ ଶୁକ୍ଳାଙ୍କୁ ମିଳିଛି ଅଶୋକ ଚକ୍ର। ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ପ୍ରଥମ ଭାରତୀୟ ଭାବେ ଯାତ୍ରା କରି ଇତିହାସ ରଚିଥିବା ଶୁଭାଂଶୁ ଶୁକ୍ଳାଙ୍କୁ ଦେଶର ସର୍ବୋଚ୍ଚ ଶାନ୍ତିକାଳୀନ ବୀରତ୍ୱ ପୁରସ୍କାର ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁଭାଂଶୁଙ୍କୁ ଅଶୋକ ଚକ୍ର ସମ୍ମାନରେ ସମ୍ମାନିତ କରିଛନ୍ତି। ପ୍ରଥମଥର ପାଇଁ ସ୍ପେଶ ଫ୍ଲାଇଟ ସହ ଯୋଡ଼ି ହୋଇଛି ଅଶୋକ ଚକ୍ର। ପ୍ରଥମଥର ପାଇଁ ଜଣେ ଏୟାର ଫୋର୍ସ ଅଫିସରଙ୍କୁ ନିଜର ସ୍ପେଶ ମିଶିନ ଯୋଗୁ ଦିଆଯାଇଛି ଅଶୋକ ଚକ୍ର। ଶୁକ୍ଳା ହେଉଛନ୍ତି ଜଣେ ଦକ୍ଷଣ ପାଇଲଟ ଓ ଭାରତର ଅନ୍ୟତମ ଜଣାଶୁଣା ମହାକାଶଚାରୀ। ସେ ଭାରତର ମାନବ ସ୍ପେଶ ଫ୍ଲାଇଟ କାର୍ଯ୍ୟକ୍ରମର ମଙ୍ଗ ସମ୍ଭାଳିଛନ୍ତି। ମାଇକ୍ରୋ ଗ୍ରାଭିଟୀ ଓ ଅର୍ବିଟ ପରିବେଶରେ କାମ କରିବାକୁ ଶ୍ରୀ ଶୁକ୍ଳା ତାଲିମପ୍ରାପ୍ତ।

୨୦୨୫ ଜୁନ୍‌ରେ ଗ୍ରୁପ୍‌ କ୍ୟାପଟେନ୍‌ ଶୁଭାଂଶୁ(୪୧) ଆକ୍ସିଓମ୍‌-୪ ମିଶନରେ ମହାକାଶ ଯାତ୍ରା କରିଥିଲେ। ୧୯୮୪ରେ ରୁଷୀୟ ସୋୟୁଜ୍‌ ମହାକାଶଯାନରେ ରାକେଶ ଶର୍ମା ମହାକାଶ ଯାତ୍ରା କରିଥିବାବେଳେ ୪୧ ବର୍ଷର ବ୍ୟବଧାନରେ ଏହି କ୍ଷେତ୍ରରେ ଶୁଭାଂଶୁ ହେଉଛନ୍ତି ଦ୍ୱିତୀୟ ଭାରତୀୟ। ଭାରତୀୟ ବାୟୁସେନା (ଆଇଏଏଫ୍‌) ପାଇଲଟ ଶୁଭାଂଶୁ ଆଇଏସ୍‌ଏସ୍‌ରେ ୧୮ ଦିନ ବିତାଇଥିଲେ। ସୁଖୋଇ, ମିଗ୍‌-୨୧, ଜାଗୁଆର ସମେତ ବିଭିନ୍ନ ଏୟାରକ୍ରାଫ୍ଟରେ ତାଙ୍କ ୨,୦୦୦ ଘଣ୍ଟାର ଉଡ଼ାଣ ଅନୁଭୂତି ରହିଛି। ମହାକାଶ ଯାତ୍ରା ଓ ଗବେଷଣା କ୍ଷେତ୍ରରେ ଶୁଭାଂଶୁଙ୍କ ଅବାଦନକୁ ସ୍ବୀକୃତି ପ୍ରଦାନ ପୂର୍ବକ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଅଶୋକ ଚକ୍ର ସମ୍ମାନ ଦେଇଛନ୍ତି। ଶୁଭାଂଶୁ ଲକ୍ଷ୍ନୌରେ ୧୯୮୫ ଅକ୍ଟୋବର ୧୦ରେ ଜନ୍ମଗ୍ରହଣ କରିଥିଲେ।

Leave A Reply

Your email address will not be published.