ପ୍ରମୁଖ ଖବର

ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବା ପାଇଁ ମିଶିଲେ ୩୫ ରାଷ୍ଟ୍ର
ଉଲ୍ଲେଖନୀୟ ସେବା ପାଇଁ ୭୮ ଜଣ ପୋଲିସ କର୍ମଚାରୀଙ୍କୁ ଡିଜିପି ପଦକ
ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କାର୍ଯ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଏହି ପଦକ ପ୍ରଦାନ କରିଥିଲେ
ଆରମ୍ଭ ହେଲା ଡିଜିଟାଲ ଜନଗଣନା ୨୦୨୭
ଭୁବନେଶ୍ୱରରେ ଆରମ୍ଭ ହେଲା ଭିସା ସେବା କେନ୍ଦ୍ର
ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ
ଆଜି ଉତ୍କଳ ଦିବସ: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ଆସନ୍ତା ୨୮ରେ ଓଡ଼ିଶା ବନ୍ଦ

0

ଭୁବନେଶ୍ବର: ଆସନ୍ତା ୨୮ ତାରିଖରେ ଓଡ଼ିଶା ବନ୍ଦ। ଏହି ବନ୍ଦ ଡାକରା ଦେଇଛି ନବନିର୍ମାଣ ଯୁବଛାତ୍ର ସଂଗଠନ। ସାଧାରଣ ଲୋକଙ୍କ ୩ ଦଫା (ପ୍ରଦୂଷଣ, ଧାନମଣ୍ଡି ଅବ୍ୟବସ୍ଥା, ଟାଟା ପାଓ୍ବାର ଯନ୍ତ୍ରଣା) ଦାବିକୁ ନେଇ ଏହି ବନ୍ଦ ପାଳନ କରାଯିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି।

ଅନ୍ୟ ପକ୍ଷରେ ଏହି ବନ୍ଦ ଡାକରାକୁ ସିପିଆଇ(ଏମ୍) ସମର୍ଥନ ଜଣାଇଛି। ସଂଗଠନର ରାଜ୍ୟ ସଂଯୋଜକ ଏମ.ଡ଼ି ମନଓ୍ବର ଅଲ୍ଲୀଙ୍କ ନେତୃତ୍ବରେ ଭୁବନେଶ୍ବର ସହରର ବିଭିନ୍ନ ସ୍ଥାନରେ କାର ଶୋଭାଯାତ୍ରା ଓ ପ୍ରଚାର କରାଯାଇଥିଲା। ପ୍ରଚାର ମାଧ୍ୟମରେ ସାଧାରଣ ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଏହି ଓଡ଼ିଶା ବନ୍ଦକୁ ସମସ୍ତେ ସମର୍ଥନ ଜଣାଇବା ସହ ଦୋକାନ ବଜାର ଓ ଯାନବାହନ ଚଳାଚଳ ବନ୍ଦ ରଖିବା ପାଇଁ ଶ୍ରୀ ଅଲ୍ଲୀ ନିବେଦନ କରିଥିଲେ।

Leave A Reply

Your email address will not be published.