ପ୍ରମୁଖ ଖବର

୨୦୨୭ରେ ହେବାକୁ ଥିବା ୩୯ତମ ଜାତୀୟ କ୍ରୀଡ଼ା ଆୟୋଜନ ପାଇଁ ହୋଷ୍ଟ ଷ୍ଟେଟ୍ ଏଗ୍ରିମେଣ୍ଟ (HSA) ସ୍ୱାକ୍ଷରିତ
ଓଡ଼ିଶାର ୧୧ ଖଣିଜ ବ୍ଲକ ନିଲାମ ପାଇଁ ପ୍ରକ୍ରିୟା ଆରମ୍ଭ
ଲାଲୁ-ରାବ୍ରୀଙ୍କୁ ବଙ୍ଗଳା ଖାଲି ନୋଟିସ, ରାବ୍ରୀଙ୍କ ଦୃଢ଼ ଜବାବ- ‘ଆମେ ଛାଡ଼ିବୁ ନାହିଁ’
ପୁଅ ଯତିନ୍ଦ୍ରଙ୍କ ପାଇଁ ଉପମୁଖ୍ୟମନ୍ତ୍ରୀ ପଦ ଦାବି କଲେ ସିଦ୍ଧରମେୟା
‘ଶନିବାରଠାରୁ ଆରମ୍ଭ ହେବ ଏସ୍‌ଆଇଆର୍ କାର୍ଯ୍ୟକ୍ରମ
ସିଦ୍ଧରମେୟାଙ୍କ ଇସ୍ତଫା ଗ୍ରହଣ, ଡିକେ ଶିବକୁମାର ହେବେ ନୂଆ ମୁଖ୍ୟମନ୍ତ୍ରୀ

ଏମିତି ଏକ ପରମ୍ପରା, ଯାହା ଚମକାଇ ଦିଏ

0

ନୂଆଦିଲ୍ଲୀ: ଆପଣ ନିଶ୍ଚିତ ଭାବରେ ସେହି ଦୋକାନଗୁଡିକରେ ସେମାନଙ୍କର ମାଲିକମାନଙ୍କୁ ଦେଖିଥିବେ, ଯେଉଁମାନେ ଆପଣଙ୍କୁ ସାମଗ୍ରୀ ଦିଅନ୍ତି ଓ ଏ ବାବଦ ପ୍ରାପ୍ୟ ସେମାନେ ଗଣି ନିଅନ୍ତି। କିନ୍ତୁ ଆପଣ ଭାରତର ଉତ୍ତର ପୂର୍ବ ରାଜ୍ୟ ମିଜୋରାମରେ ଏମିତି କିଛି ସ୍ଥାନ ରହିଛି, ଯେଉଁଠାରେ କୌଣସି ଦୋକାନୀ ନଥିବା ଅନେକ ଦୋକାନ ମିଳିବ। ଜାତୀୟ ଗଣମାଧ୍ୟମରେ ଏଭଳି ଖବର ଆଜିର ଦୁନିଆକୁ ବେଶ୍ ପ୍ରଭାବିତ କରିବା ଭଳି। ଏହାକୁ ନେଇ ହୋଇଥିବା ଏକ ଟ୍ବିଟ୍ ଓ ସାଧାରଣ ଲୋକଙ୍କ ପ୍ରତିକ୍ରିୟା କେଉଁଠି ନା କେଉଁଠି ଗର୍ବିତ କରୁଛି ଯେ କେତେ ବିଶ୍ବାସ ଭିତରେ ମଣିଷ ଆଜି ବି ବଞ୍ଚିିଛି, ଆଉ ସଫଳ ହୋଇଛି। ମିଜୋରାମରେ ଥିବା ଏଭଳି ଦୋକାନଗୁଡ଼ିକ ମୁଖ୍ୟତଃ ରାଜପଥରେ ଅବସ୍ଥିତ।

ମିଜୋରାମ ରାଜଧାନୀ ଠାରୁ କିଛି ଘଣ୍ଟା ଦୂରରେ ନାବିକ ସହର। ସ୍ଥାନୀୟ ସମ୍ପ୍ରଦାୟ ଏକ ଅନନ୍ୟ ଏବଂ ଉତ୍ତମ ପରମ୍ପରାକୁ ଅନୁସରଣ କରନ୍ତି। ଏହାକୁ ‘ନାଗାହା ନିମ୍ନ ଡାଉର୍ ସଂସ୍କୃତି’ କୁହାଯାଏ। ଦୋକାନୀମାନଙ୍କ ଉପସ୍ଥିତି ବିନା ଏହି ପରମ୍ପରା ଅନୁଯାୟୀ ଦୋକାନଗୁଡ଼ିକ ଖୋଲାଯାଉଛି। ବିଭିନ୍ନ ସମୟରେ ଏହି ପରମ୍ପରାର ଭିଡିଓ ଏବଂ ଚିତ୍ର ସୋସିଆଲ ମିଡିଆରେ ଦେଖିବାକୁ ମିଳେ।

ନିକଟରେ ଏମିତି ଏକ ଫଟୋକୁ ଏନଜିଓ ‘ମାଇ ହାଉସ୍ ଇଣ୍ଡିଆ’ ଟ୍ୱିଟ୍ କରିଛି। ସେ ଲେଖିଛି, ଦୋକାନୀମାନେ ଏଠାରେ ଦୋକାନ ଖୋଲନ୍ତି ଏବଂ ସେଥିରେ ଟଙ୍କା ପାଇଁ ଏକ ବାକ୍ସ ରଖନ୍ତି | ଏହି ଦୋକାନଗୁଡ଼ିକ ବିଶ୍ୱାସର ନୀତିରେ ଚାଲିଥାଏ। ଯାହାଫଳରେ ଲୋକମାନେ ଯାହା ଚାହାଁନ୍ତି ତାହା ନେଇ ଟଙ୍କାକୁ ବାକ୍ସରେ ରଖିପାରିବେ।ଯଦି ଖୁଚୁରା ଆବଶ୍ୟକ ହୁଏ, କ୍ରେତାମାନେ ସମାନ ପାତ୍ରରୁ ପଇସା କାଢ଼ି ନିଅନ୍ତି ଓ ବିଶ୍ୱାସର ସହିତ ବଳକା ଅର୍ଥ ସେଠାରେ ରଖନ୍ତି। ଏନଜିଓ ଏଭଳି ଏକ ଦୋକାନର ଚିତ୍ର ଟ୍ୱିଟ୍ କରିଛନ୍ତି।

ଜଣେ ଉପଭୋକ୍ତା ଏହା ଉପରେ ପ୍ରତିକ୍ରିୟା ଦେଇ ଲେଖିଛନ୍ତି, ‘ଆମେ ଭାରତୀୟ ହୋଇଥିବାରୁ ଗର୍ବିତ।’ ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି- ‘ଚମତ୍କାର।’ ତୃତୀୟ ଉପଭୋକ୍ତା ଲେଖିଛନ୍ତି- ‘ଏହି ଲୋକମାନଙ୍କୁ ବହୁତ ଭଲପାଇବା।’ ଏମିତି…।

Leave A Reply

Your email address will not be published.