ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀରେ ଯୋଗଦେବେ ବିଲ୍ ଗେଟ୍ସ

0

ନ୍ୟୁଜ୍ ବ୍ୟୁରୋ: ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀରେ ବିଲ୍ ଗେଟ୍ସ ଯୋଗଦେବେ ନାହିଁ ବୋଲି ଯେଉଁ ଖବର ପ୍ରଚାର ହୋଇଥିଲା, ତାହାକୁ ବିଲ୍ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନର ଭାରତ କାର୍ଯ୍ୟାଳୟ ପକ୍ଷରୁ ଖଣ୍ଡନ କରାଯାଇଛି। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ସେ ଏହି ସମ୍ମିଳନୀରେ ଯୋଗଦେଇ ସମ୍ବୋଧନ କରିବେ ବୋଲି ଫାଉଣ୍ଡେସନ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ସେ ଗତକାଲି ଆନ୍ଧ୍ର ପ୍ରଦେଶର ଅମରାବତୀ ଗସ୍ତରେ ଥିଲେ। କୃତ୍ରିମ ବୁଦ୍ଧିମତ୍ତା ଓ ପ୍ରଯୁକ୍ତି ମାଧ୍ୟମରେ ରାଜ୍ୟର ବିକାଶ ତ୍ୱରାନ୍ୱିତ ହେଉଥିବା ଦେଖି ସେ ସନ୍ତୋଷ ପ୍ରକାଶ କରିଥିଲେ। ଏନ୍‌. ଚନ୍ଦ୍ରବାବୁ ନାଇଡୁଙ୍କ ଆତିଥ୍ୟ ପାଇଁ ସେ ଧନ୍ୟବାଦ ଜଣାଇଥିଲେ। ସୋମବାର ସେ ରାଜ୍ୟର ଏକାଧିକ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଏହା ସହିତ ଗୁଣ୍ଟୁର ଜିଲ୍ଲାରେ କୃଷ୍ଣା ନଦୀ କୂଳର ଏକ ଗ୍ରାମରେ ଥିବା କଦଳୀ ବଗିଚାକୁ ମଧ୍ୟ ସେ ପରିଦର୍ଶନ କରିଥିଲେ।

Leave A Reply

Your email address will not be published.