ପ୍ରମୁଖ ଖବର

ଘୋଷଣା ହେଲା ୨୦୨୩-୨୪ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର; ‘ପୁଷ୍କରା’, ‘ମାଇଁ ସୁଇଟ୍ ହାଉସ୍‌ ୱାଇଫ୍‌’ ଓ ‘ଆଶ୍ରମ’ ଶ୍ରେଷ୍ଠ ଚଳଚ୍ଚିତ୍ର
ପାଠ୍ୟପୁସ୍ତକ ତ୍ରୁଟି ମାମଲା: ତଦନ୍ତ ସରିଲା, ଆଜି ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଇପାରେ କମିଟି
ଶିଶୁ ବାଟିକାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ମିଳିବ ମାଗଣା ସ୍କୁଲ୍ ବ୍ୟାଗ୍
ରଥଯାତ୍ରାରେ ପିପିଲି ଟୋଲ୍‌ ଫି’ ଛାଡ଼, ଚଳାଚଳ କରିବ ହଜାରେ ବସ୍‌
ବିଜେଡିରେ ସାମିଲ ହେଲେ ସୁଜାତା ଆର୍ କାର୍ତ୍ତିକେୟନ

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀରେ ଯୋଗଦେବେ ବିଲ୍ ଗେଟ୍ସ

0

ନ୍ୟୁଜ୍ ବ୍ୟୁରୋ: ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀରେ ବିଲ୍ ଗେଟ୍ସ ଯୋଗଦେବେ ନାହିଁ ବୋଲି ଯେଉଁ ଖବର ପ୍ରଚାର ହୋଇଥିଲା, ତାହାକୁ ବିଲ୍ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନର ଭାରତ କାର୍ଯ୍ୟାଳୟ ପକ୍ଷରୁ ଖଣ୍ଡନ କରାଯାଇଛି। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ସେ ଏହି ସମ୍ମିଳନୀରେ ଯୋଗଦେଇ ସମ୍ବୋଧନ କରିବେ ବୋଲି ଫାଉଣ୍ଡେସନ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ସେ ଗତକାଲି ଆନ୍ଧ୍ର ପ୍ରଦେଶର ଅମରାବତୀ ଗସ୍ତରେ ଥିଲେ। କୃତ୍ରିମ ବୁଦ୍ଧିମତ୍ତା ଓ ପ୍ରଯୁକ୍ତି ମାଧ୍ୟମରେ ରାଜ୍ୟର ବିକାଶ ତ୍ୱରାନ୍ୱିତ ହେଉଥିବା ଦେଖି ସେ ସନ୍ତୋଷ ପ୍ରକାଶ କରିଥିଲେ। ଏନ୍‌. ଚନ୍ଦ୍ରବାବୁ ନାଇଡୁଙ୍କ ଆତିଥ୍ୟ ପାଇଁ ସେ ଧନ୍ୟବାଦ ଜଣାଇଥିଲେ। ସୋମବାର ସେ ରାଜ୍ୟର ଏକାଧିକ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଏହା ସହିତ ଗୁଣ୍ଟୁର ଜିଲ୍ଲାରେ କୃଷ୍ଣା ନଦୀ କୂଳର ଏକ ଗ୍ରାମରେ ଥିବା କଦଳୀ ବଗିଚାକୁ ମଧ୍ୟ ସେ ପରିଦର୍ଶନ କରିଥିଲେ।

Leave A Reply

Your email address will not be published.