ପ୍ରମୁଖ ଖବର

ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ମନ୍ତ୍ରୀ
ୟୁନିଟ୍-୧ ହାଟରେ ଲାଗିବ ଅତ୍ୟାଧୁନିକ ଫାୟାର ଫାଇଟିଂ ସିଷ୍ଟମ, ଅଗ୍ନିକାଣ୍ଡ ରୋକିବାକୁ ବିଏମସିର ମେଗା ପ୍ଲାନ
ଆଇଏସ୍‌ଆଇ ସହ ଲିଙ୍କ୍‌: ଦିଲ୍ଲୀରେ ଆଉ ୫ ଆତଙ୍କବାଦୀ ଗିରଫ
ପ୍ରବଳ ଖରା ପାଇଁ ଖୋର୍ଦ୍ଧାରେ ୧୯ରୁ ୨୫ ଜୁନ୍ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ
ଦୀର୍ଘକାଳୀନ ଅନୁପସ୍ଥିତ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଡେଲାଙ୍ଗ ଫରେଷ୍ଟର୍
ବିଜେପି ନେତାଙ୍କ ସହ ୩ ଜଣଙ୍କୁ ଜୀଅନ୍ତା ପୋଡ଼ିଦେଲେ ଦୁର୍ବୃତ୍ତ

କଟକରେ ଗୁଳିକାଣ୍ଡ: ଯୁବକ ମୃତ୍ୟୁ

0

କଟକ: କଟକରେ ଗୁଳିକାଣ୍ଡ ଘଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ସୌମ୍ୟ ରଞ୍ଜନ ଜେନା (ରିଙ୍କୁ)। ଘଟଣାଟି ମଧୁପାଟଣା ଥାନା ଅଧୀନ ନୂଆପଡ଼ା ପ୍ରେସ୍ କଲୋନୀରେ ଘଟିଛି। ସୌମ୍ୟ ଓ କିଛି ଯୁବକ ଏକାଠି ଭୋଜି କରୁଥିବାବେଳେ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା। ବଚସା ସମୟରେ କେହି ଜଣେ ତାଙ୍କୁ ଗୁଳି କରିଥିବା କୁହାଯାଉଛି। ଗୁଳି ତାଙ୍କ ଛାତିରେ ଲାଗିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ନିଆଯାଇଥିଲେ, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କିଏ ଓ କାହିଁକି ଗୁଳି କଲା ସେଥିପାଇଁ ପୁଲିସ ତଦନ୍ତ ଜାରି ରଖିଛି। କ୍ରିକେଟ୍ ଖେଳକୁ ନେଇ ବିବାଦରୁ ଏହି ଅଘଟଣ ଘଟିଥାଇପାରେ ବୋଲି ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ପୁଲିସ ଓ ବୈଜ୍ଞାନିକ ଦଳ ଯାଞ୍ଚ କରୁଛନ୍ତି। ଡିସିପି ନିଜେ ଡାକ୍ତରଖାନାରେ ପହଞ୍ଚି ପଚରାଉଚରା କରୁଛନ୍ତି।

ମୃତଦେହ ଦେଖିଥିବା ଜଣେ ବ୍ୟକ୍ତି କହିଛନ୍ତି ଯେ, ଗୁଳି ମାରିବା ପୂର୍ବରୁ ସୌମ୍ୟଙ୍କ ସହ ମାରପିଟ ହୋଇଥିବା ଲକ୍ଷଣ ଦେଖାଯାଉଥିଲା। ଏହା ଯୋଜନାବଦ୍ଧ ହତ୍ୟା ହୋଇଥାଇପାରେ ବୋଲି ସନ୍ଦେହ ଜନ୍ମ ନେଇଛି। ସୌମ୍ୟ ଜଣେ ଭଲ କ୍ରିକେଟ୍ ଖେଳାଳି ଥିବା ସହ ତାଙ୍କର କାହା ସହିତ ବିଶେଷ ଶତ୍ରୁତା ନଥିଲା ବୋଲି ସାଙ୍ଗମାନେ କହୁଛନ୍ତି। ସେ ଜଣେ ସାଧାରଣ ଓ ଭଲ ପିଲା ଥିଲେ ବୋଲି ପରିଚିତମାନେ ଉଲ୍ଲେଖ କରିଛନ୍ତି।

Leave A Reply

Your email address will not be published.