ପ୍ରମୁଖ ଖବର

ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍‌, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ

ଓଡ଼ିଶାରେ ସାମୁଦ୍ରିକ ବନ୍ଦର ଓ ଜଳପଥ ବିକାଶକୁ ବଜେଟ୍‌ରେ ଗୁରୁତ୍ୱ

0

ଭୁବନେଶ୍ବର: ଓଡ଼ିଶାରେ ସାମୁଦ୍ରିକ ବନ୍ଦର ଓ ଜଳପଥ ବିକାଶକୁ ବଜେଟ୍‌ରେ ବିଶେଷ ଗୁରୁତ୍ୱ ଦିଆଯାଇଛି। କେନ୍ଦ୍ରାପଡ଼ାରେ ଏକ ଜାତୀୟ ବୃହତ୍ ଜାହାଜ ନିର୍ମାଣ କ୍ଲଷ୍ଟର ସ୍ଥାପନ କରାଯିବାକୁ ଯୋଜନା ହୋଇଛି ଏବଂ ଏହି ପ୍ରକଳ୍ପ ପାଇଁ ୨୨ ହଜାର ୭ ଶହ କୋଟି ଟଙ୍କା ବିନିଯୋଗ କରାଯିବ। ଏଥିରେ ଓଡ଼ିଶା ସାମୁଦ୍ରିକ ବୋର୍ଡ ଓ ପାରାଦୀପ ବନ୍ଦର ପ୍ରାଧିକରଣର ସହଭାଗିତା ରହିବ। ଗଞ୍ଜାମ ଜିଲ୍ଲାର ବାହୁଡ଼ା ମୁହାଣରେ ସବୁଦିନିଆ ସାଟେଲାଇଟ୍ ବନ୍ଦର ନିର୍ମାଣ କାମ ଚାଲିଛି ଏବଂ ସାଗରମାଳା ଫାଇନାନ୍ସ କର୍ପୋରେସନ୍ ଲିମିଟେଡ୍‌ର ୨୧ ହଜାର ୫ ଶହ କୋଟି ଟଙ୍କା ସହାୟତା ମିଳିଛି। ଆଭ୍ୟନ୍ତରୀଣ କାର୍ଗୋ ପରିବହନକୁ ଶକ୍ତିଶାଳୀ କରିବା ପାଇଁ ୧୨ ହଜାର ୨ ଶହ କୋଟି ଟଙ୍କା ବିନିଯୋଗରେ ଜାତୀୟ ଜଳପଥ ୫ କାର୍ଯ୍ୟକ୍ଷମ କରାଯିବ। ପୁରୀରେ ୫ ଶହ କୋଟି ଟଙ୍କା ବ୍ୟୟରେ ଆନ୍ତର୍ଜାତୀୟ କ୍ରୁଜ୍ ଟର୍ମିନାଲ ନିର୍ମାଣ ହେବ ଯାହା ପର୍ଯ୍ୟଟନ ଓ ବିଶ୍ୱ ସଂଯୋଗକୁ ବୃଦ୍ଧି କରିବ। ପୁରୀରୁ ପାରାଦୀପ, ଦୀଘା, ଭିସାଖାପାଟଣା ଓ ଆଣ୍ଡାମାନ୍ ନିକୋବରକୁ ଯାତ୍ରୀବାହୀ ଜାହାଜ ସେବା ଆରମ୍ଭ କରାଯିବା ପାଇଁ ଯୋଜନା ରହିଛି। ବ୍ରହ୍ମଗିରିରୁ ସାତପଡ଼ା ମଧ୍ୟରେ ଶ୍ରୀଜଗନ୍ନାଥ ବିମାନବନ୍ଦର ନିକଟରେ ଯାତ୍ରୀବାହୀ ଜାହାଜ ଚଳାଚଳ କେନ୍ଦ୍ର ସ୍ଥାପନ କରାଯିବାକୁ ପ୍ରସ୍ତାବ ରହିଛି ଏବଂ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ଓ ଇପିକଲ ମିଳିତ ଭାବେ ଏହି ପ୍ରକଳ୍ପକୁ ଆଗେଇ ନେଉଛନ୍ତି। ଏହି ସମସ୍ତ ପଦକ୍ଷେପ ଫଳରେ ରୋଜଗାର ସୃଷ୍ଟି, ରପ୍ତାନି ଓ ଆମଦାନି ବୃଦ୍ଧି ସହ ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିଶା ଆହୁରି ଶକ୍ତିଶାଳୀ ହେବ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.