ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ବିଜେଡିରୁ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କଲେ ନବୀନ

0

ଭୁବନେଶ୍ବର: ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟସଭା ପାଇଁ ଡାକ୍ତର ଦତ୍ତେଶ୍ୱର ହୋତା ଓ ସଂତୃପ୍ତ ମିଶ୍ରଙ୍କ ନାମ ଘୋଷଣା କରାଯାଇଛି। ଦଳ ସଭାପତି ନବୀନ ପଟ୍ଟନାୟକ ନବୀନ ନିବାସରେ ଆୟୋଜିତ ରାଜନୈତିକ ବ୍ୟାପାର କମିଟି ବୈଠକ ପରେ ଏହି ନାମଗୁଡ଼ିକୁ ଅନୁମୋଦନ କରିଥିଲେ। ସଂତୃପ୍ତ ମିଶ୍ର ତୃତୀୟ ଆସନ ଏବଂ ଡାକ୍ତର ହୋତା ଚତୁର୍ଥ ଆସନ ପାଇଁ ପ୍ରାର୍ଥୀ ହୋଇଛନ୍ତି। ରାଜ୍ୟରେ ଚାରିଟି ଆସନ ଖାଲି ହେଉଥିବାରୁ ମାର୍ଚ୍ଚ ୧୬ ତାରିଖରେ ନିର୍ବାଚନ ହେବ।
ପ୍ରାର୍ଥୀ ଘୋଷଣା ପରେ ସଂତୃପ୍ତ ମିଶ୍ର ଦଳ ନେତୃତ୍ୱକୁ କୃତଜ୍ଞତା ଜଣାଇ ତାଙ୍କୁ ଦିଆଯାଇଥିବା ଦାୟିତ୍ୱକୁ ନିଷ୍ଠା ଓ ସମର୍ପଣ ସହ ପାଳନ କରିବେ ବୋଲି କହିଛନ୍ତି। କର୍ପୋରେଟ୍ କ୍ଷେତ୍ରରେ ଦୀର୍ଘ ଅନୁଭବ ରଖୁଥିବା ସଂତୃପ୍ତ ମିଶ୍ର ବର୍ତ୍ତମାନ ଦଳର ରାଷ୍ଟ୍ରୀୟ ମୁଖପାତ୍ର ଭାବେ କାର୍ଯ୍ୟରତ ଅଛନ୍ତି। ଡାକ୍ତର ଦତ୍ତେଶ୍ୱର ହୋତା ୟୁରୋଲୋଜି କ୍ଷେତ୍ରରେ ୪୦ ବର୍ଷରୁ ଅଧିକ ଅନୁଭବସମ୍ପନ୍ନ ଚିକିତ୍ସକ। ସେ ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ଥିବା ସହ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ମଧ୍ୟ ଦାୟିତ୍ୱ ନିଭାଇଥିଲେ।

Leave A Reply

Your email address will not be published.