ପ୍ରମୁଖ ଖବର

ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ମନ୍ତ୍ରୀ
ୟୁନିଟ୍-୧ ହାଟରେ ଲାଗିବ ଅତ୍ୟାଧୁନିକ ଫାୟାର ଫାଇଟିଂ ସିଷ୍ଟମ, ଅଗ୍ନିକାଣ୍ଡ ରୋକିବାକୁ ବିଏମସିର ମେଗା ପ୍ଲାନ
ଆଇଏସ୍‌ଆଇ ସହ ଲିଙ୍କ୍‌: ଦିଲ୍ଲୀରେ ଆଉ ୫ ଆତଙ୍କବାଦୀ ଗିରଫ
ପ୍ରବଳ ଖରା ପାଇଁ ଖୋର୍ଦ୍ଧାରେ ୧୯ରୁ ୨୫ ଜୁନ୍ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ
ଦୀର୍ଘକାଳୀନ ଅନୁପସ୍ଥିତ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଡେଲାଙ୍ଗ ଫରେଷ୍ଟର୍
ବିଜେପି ନେତାଙ୍କ ସହ ୩ ଜଣଙ୍କୁ ଜୀଅନ୍ତା ପୋଡ଼ିଦେଲେ ଦୁର୍ବୃତ୍ତ

ରାଜ୍ୟସଭା ନିର୍ବାଚନ, ପ୍ରାର୍ଥୀ ଘୋଷଣା କଲା ବିଜେପି

0

ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନ ପାଇଁ ମଙ୍ଗଳବାର ପ୍ରାର୍ଥୀ ଘୋଷଣା କରିଛି ବିଜେପି। ବିଜେପି କେନ୍ଦ୍ରୀୟ କମିଟି ପକ୍ଷରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଏଥିରେ ଓଡ଼ିଶାରୁ ଦୁଇ ଜଣଙ୍କ ନାଁ ରହିଛି। ସେମାନେ ହେଉଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ ଓ ସୁଜିତ କୁମାର।

ତେବେ ୧୦ଟି ରାଜ୍ୟର ମୋଟ ୩୭ଟି ରାଜ୍ୟସଭା ଆସନ ପାଇଁ ମାର୍ଚ୍ଚ ୧୬ ତାରିଖରେ ନିର୍ବାଚନ ହେବାକୁ ଥିବା ବେଳେ ବିଜେପି ଆଜି ବିଭିନ୍ନ ରାଜ୍ୟର ୯ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଓଡ଼ିଶାରେ ୪ଟି ରାଜ୍ୟସଭା ଆସନରେ ନିର୍ବାଚନ ହେବାକୁ ଥିବା ବେଳେ ବିଜେପି ୨ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ମାର୍ଚ୍ଚ ୩ ତାରିଖରେ ନୂଆଦିଲ୍ଲୀସ୍ଥିତ ବିଜେପି କେନ୍ଦ୍ରୀୟ କାର୍ଯ୍ୟାଳୟରୁ ଜାରି ହୋଇଥିବା ପ୍ରେସ ବିଜ୍ଞପ୍ତିରେ ବିଭିନ୍ନ ରାଜ୍ୟ ସହ ଓଡ଼ିଶାର ଦୁଇଟି ଆସନ ପାଇଁ ଏହି ଦୁଇ ନାମକୁ ଅନୁମୋଦନ ଦିଆଯାଇଥିବା ଉଲ୍ଲେଖ ରହିଛି।

ମନମୋହନ ସାମଲ ବର୍ତ୍ତମାନ ଓଡ଼ିଶା ବିଜେପିର ରାଜ୍ୟ ଅଧ୍ୟକ୍ଷ ଭାବେ କାର୍ଯ୍ୟରତ। ସେ ଦୀର୍ଘଦିନ ଧରି ଦଳୀୟ ସଂଗଠନ ସହ ଜଡ଼ିତ ରହିଛନ୍ତି ଏବଂ ତୃଣମୂଳ ସ୍ତରରେ ଦଳକୁ ସୁଦୃଢ଼ କରିବାରେ ଭୂମିକା ଗ୍ରହଣ କରିଛନ୍ତି। ପୂର୍ବରୁ ସେ ବିଧାୟକ ଓ ରାଜ୍ୟ ସରକାରରେ ମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ । ସଂଗଠନାତ୍ମକ କୌଶଳ ଓ ଦଳୀୟ ନିଷ୍ଠା ପାଇଁ ସେ ରାଜ୍ୟରେ ଏକ ପରିଚିତ ମୁହଁ।

ସୁଜୀତ କୁମାର ଓଡ଼ିଶାର ଏକ ଯୁବ ଓ ପ୍ରଭାବଶାଳୀ ନେତା ଭାବେ ପରିଚିତ। ସେ ପୂର୍ବରୁ ରାଜ୍ୟସଭା ସଦସ୍ୟ ଭାବେ ମଧ୍ୟ କାର୍ଯ୍ୟରତ ଥିଲେ ଏବଂ ସଂସଦରେ ଓଡ଼ିଶା ସମ୍ବନ୍ଧୀୟ ବିଭିନ୍ନ ମୁଦ୍ଦା ଉଠାଇଥିଲେ। କଳାହାଣ୍ଡି ଅଞ୍ଚଳ ସହ ତାଙ୍କର ଗଭୀର ସମ୍ପର୍କ ରହିଛି ଏବଂ ଆଇନ ପେଶାରୁ ରାଜନୀତିରେ ପ୍ରବେଶ କରିଥିବା ସୁଜୀତ କୁମାର ଦଳୀୟ ନୀତି ଓ ଜାତୀୟ ପ୍ରସଙ୍ଗରେ ସକ୍ରିୟ ଭୂମିକା ନେଇଆସୁଛନ୍ତି। ସେ ପୂର୍ବରୁ ବିଜେଡି ପାର୍ଥି ଭାବେ ରାଜ୍ୟସଭାକୁ ମନୋନୀତ ହୋଇଥିଲେ।

Leave A Reply

Your email address will not be published.