ପ୍ରମୁଖ ଖବର

ଗୁଜରାଟକୁ ମୋଦୀଙ୍କ ବଡ଼ ଭେଟ: ୩୫ ହଜାର କୋଟିର ପ୍ରକଳ୍ପ, ନୂଆ ଟ୍ରେନ୍ ସେବା ଶୁଭାରମ୍ଭ
ବିରୋଧ ସତ୍ତ୍ୱେ ପଞ୍ଜାବ-ହରିୟାଣା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ହେଲେ ଜଷ୍ଟିସ ମିଶ୍ର
ଦୁର୍ଗାପୂଜାକୁ ନେଇ ବଡ଼ ନିଷ୍ପତ୍ତି: ମହାଷ୍ଟମୀରେ ‘ଡ୍ରାଏ ଡେ’, ବନ୍ଦ ରହିବ ଡିଜେ
୯ ଯୁବ ଆଇଏଏସଙ୍କୁ ଉପଜିଲ୍ଲାପାଳ ଦାୟିତ୍ୱ

ଭୁବନେଶ୍ବର କୋର୍ଟକୁ ପୁଣି ବୋମା ଧମକ

0

ଭୁବନେଶ୍ବର: ପୁଣି କୋର୍ଟକୁ ବୋମା ଧମକ । ଆଜି ଭୁବନେଶ୍ୱର ସ୍ଥିତ ଖୋର୍ଦ୍ଧା ଜିଲ୍ଲା ଓ ଦୌରା ଜଜଙ୍କ ଅଦାଲତକୁ ବୋମା ବିସ୍ଫୋରଣରେ ଉଡ଼ାଇଦେବାକୁ ଇ-ମେଲ ଯୋଗେ ଧମକ ମିଳିଛି। ଏହାକୁ ନେଇ ରାଜଧାନୀରେ ଚାଞ୍ଚଲ୍ୟ ଖେଳିଯାଇଛି। ଗତ କିଛି ମାସ ହେବ ରାଜ୍ୟର ବିଭିନ୍ନ କୋର୍ଟକୁ ଏଭଳି ଇ-ମେଲ୍ ଆସିବାରେ ଲାଗିଛି। ତିନି ଦିନ ତଳେ ରାଜ୍ୟର ୩ଟି କୋର୍ଟକୁ ବୋମା ଧମକ ମିଳିଥିବାବେଳେ, ଆଜି ପୁଣି ଥରେ ଭୁବନେଶ୍ୱର କୋର୍ଟକୁ ବୋମା ଧମକ ମିଳିଛି।

ଏହାକୁ ନେଇ କୋର୍ଟ ପରିସରରେ ଚାଞ୍ଚଲ୍ୟ ଖେଳିଯାଇଛି । ଘଟଣାକୁ ଗୁରୁତର ସହ ନେବା ପରେ ପୋଲିସ, ଅଗ୍ନିଶମ ବାହିନୀ, ଡଗ୍ ସ୍କ୍ୱାଡ୍, ବମ୍ ସ୍କ୍ୱାଡ୍ ଏବଂ ସନ୍ଧାନୀ କୁକୁର ଦ୍ୱାରା ତନ ତନ କରି ଯାଞ୍ଚ ଚାଲିଥିଲା। ହେଲେ ଯାଞ୍ଚ ପରେ ଏହା ଗୁଜବ ବୋଲି ଜଣାପଡିଥିଲା। ତେବେ କିଏ ଓ କାହିଁକି ଏଭଳି ଇ-ମେଲ୍ ପଠାଇ ଆତଙ୍କ ସୃଷ୍ଟି କଲେ ତାକୁ ନେଇ ପୋଲିସ ପକ୍ଷରୁ ଅଧିକ ଖୋଳତାଡ଼ ଜାରି ରହିଛି।

ସୁଚନାଯୋଗ୍ୟ ଯେ, ଗତ ୯ ତାରିଖରେ ପୁରୀ କୋର୍ଟକୁ ମଧ୍ୟ ଏଭଳି ଇ-ମେଲ୍ ଯୋଗେ ଧମକ ମିଳିଥିଲା। ତେବେ ଯାଞ୍ଚ ପରେ ତାହା ଗୁଜବ ବୋଲି ଜଣାପଡିଥିଲା। ଗତ ଜାନୁଆରୀ ୮ ତାରିଖରେ ହାଇକୋର୍ଟ ସମେତ ସମ୍ବଲପୁର, ଦେବଗଡ଼ ଜିଲ୍ଲା କୋର୍ଟକୁ ମଧ୍ୟ ଧମକପୂର୍ଣ୍ଣ ଇ-ମେଲ୍ ଆସିଥିଲା।

Leave A Reply

Your email address will not be published.