ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ଭୁବନେଶ୍ବର କୋର୍ଟକୁ ପୁଣି ବୋମା ଧମକ

0

ଭୁବନେଶ୍ବର: ପୁଣି କୋର୍ଟକୁ ବୋମା ଧମକ । ଆଜି ଭୁବନେଶ୍ୱର ସ୍ଥିତ ଖୋର୍ଦ୍ଧା ଜିଲ୍ଲା ଓ ଦୌରା ଜଜଙ୍କ ଅଦାଲତକୁ ବୋମା ବିସ୍ଫୋରଣରେ ଉଡ଼ାଇଦେବାକୁ ଇ-ମେଲ ଯୋଗେ ଧମକ ମିଳିଛି। ଏହାକୁ ନେଇ ରାଜଧାନୀରେ ଚାଞ୍ଚଲ୍ୟ ଖେଳିଯାଇଛି। ଗତ କିଛି ମାସ ହେବ ରାଜ୍ୟର ବିଭିନ୍ନ କୋର୍ଟକୁ ଏଭଳି ଇ-ମେଲ୍ ଆସିବାରେ ଲାଗିଛି। ତିନି ଦିନ ତଳେ ରାଜ୍ୟର ୩ଟି କୋର୍ଟକୁ ବୋମା ଧମକ ମିଳିଥିବାବେଳେ, ଆଜି ପୁଣି ଥରେ ଭୁବନେଶ୍ୱର କୋର୍ଟକୁ ବୋମା ଧମକ ମିଳିଛି।

ଏହାକୁ ନେଇ କୋର୍ଟ ପରିସରରେ ଚାଞ୍ଚଲ୍ୟ ଖେଳିଯାଇଛି । ଘଟଣାକୁ ଗୁରୁତର ସହ ନେବା ପରେ ପୋଲିସ, ଅଗ୍ନିଶମ ବାହିନୀ, ଡଗ୍ ସ୍କ୍ୱାଡ୍, ବମ୍ ସ୍କ୍ୱାଡ୍ ଏବଂ ସନ୍ଧାନୀ କୁକୁର ଦ୍ୱାରା ତନ ତନ କରି ଯାଞ୍ଚ ଚାଲିଥିଲା। ହେଲେ ଯାଞ୍ଚ ପରେ ଏହା ଗୁଜବ ବୋଲି ଜଣାପଡିଥିଲା। ତେବେ କିଏ ଓ କାହିଁକି ଏଭଳି ଇ-ମେଲ୍ ପଠାଇ ଆତଙ୍କ ସୃଷ୍ଟି କଲେ ତାକୁ ନେଇ ପୋଲିସ ପକ୍ଷରୁ ଅଧିକ ଖୋଳତାଡ଼ ଜାରି ରହିଛି।

ସୁଚନାଯୋଗ୍ୟ ଯେ, ଗତ ୯ ତାରିଖରେ ପୁରୀ କୋର୍ଟକୁ ମଧ୍ୟ ଏଭଳି ଇ-ମେଲ୍ ଯୋଗେ ଧମକ ମିଳିଥିଲା। ତେବେ ଯାଞ୍ଚ ପରେ ତାହା ଗୁଜବ ବୋଲି ଜଣାପଡିଥିଲା। ଗତ ଜାନୁଆରୀ ୮ ତାରିଖରେ ହାଇକୋର୍ଟ ସମେତ ସମ୍ବଲପୁର, ଦେବଗଡ଼ ଜିଲ୍ଲା କୋର୍ଟକୁ ମଧ୍ୟ ଧମକପୂର୍ଣ୍ଣ ଇ-ମେଲ୍ ଆସିଥିଲା।

Leave A Reply

Your email address will not be published.