ପ୍ରମୁଖ ଖବର

ଆସନ୍ତାକାଲି ଓଡ଼ିଶା ବନ୍ଦ, ବସ୍‌ ଚାଲିବ; ଅଟୋ ବନ୍ଦ
ରସାୟନ ବିଜ୍ଞାନରେ କାଗନ ଓ ସୋଆଇଙ୍କୁ ନୋବେଲ୍
ଦିଲ୍ଲୀର ନ୍ୟୁ ସୀମାପୁରୀ ଅଞ୍ଚଳରେ ୫ ମହଲା କୋଠା ଭୁଶୁଡ଼ି ପଡ଼ିଛି
ନୌସେନାର ଶକ୍ତି ବଢ଼ିବ, ବ୍ରହ୍ମୋସ୍ ପାଇଁ ୬୬୧ କୋଟିର ଚୁକ୍ତି
ରେପୋ ହାର ୦.୨୫% ବଢ଼ିଲା, ମହଙ୍ଗା ହେବ ଋଣ
ଓଡ଼ିଶାରେ ଆଇଏଏସ୍‌-ଓଏଏସ୍‌ ଅଦଳବଦଳ, ବଦଳିଲେ ଦୁଇ ଜିଲ୍ଲାପାଳ
ଏସିବିସିଙ୍କ ସାମାଜିକ-ରାଜନୈତିକ ସ୍ଥିତି ଅନୁଧ୍ୟାନ ପାଇଁ କମିଶନ
ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାୟିତ୍ୱ, ମିଳିଲା କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା

ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁଁ ବଢ଼ିଲା ବିମାନ ଇନ୍ଧନ ମୂଲ୍ୟ

0

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଲାଗିଥିବା ଯୁଦ୍ଧ ଯୋଗୁଁ ବିଶ୍ୱ ବଜାରରେ ବିମାନ ଇନ୍ଧନ ଦର ଅହେତୁକ ଭାବେ ବୃଦ୍ଧି ପାଇବା ପରେ ଭାରତର କମ୍ ମୂଲ୍ୟର ବିମାନ ସେବା ଯୋଗାଇ ଆସୁଥିବା କମ୍ପାନୀ ଇଣ୍ଡିଗୋ ଆଜିଠାରୁ ଘରୋଇ ଏବଂ ଆନ୍ତର୍ଜାତିକ ବିମାନ ଟିକେଟରେ ୪୨୫ ଟଙ୍କାରୁ ୨୩୦୦ ଟଙ୍କା ପର୍ଯ୍ୟନ୍ତ ଇନ୍ଧନ ଶୁଳ୍କ ଆଦାୟ କରିବାକୁ ନିଷ୍ପତ୍ତି ନେଇଛି। ପଶ୍ଚିମ ଏସିଆରେ ଚାଲିଥିବା ଭୂ-ରାଜନୈତିକ ଉତ୍ତେଜନା ଏବଂ ଇରାନ ସହ ଜଡ଼ିତ ସଂଘର୍ଷ କାରଣରୁ ଅଶୋଧିତ ତୈଳ ଦର ବଢ଼ିବାରେ ଲାଗିଛି, ଯାହାର ସିଧାସଳଖ ପ୍ରଭାବ ଏୟାରଲାଇନ୍ସ କମ୍ପାନୀ ଉପରେ ପଡ଼ିଛି।

ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରେ ଜେଟ୍ ଇନ୍ଧନ ମୂଲ୍ୟରେ ବ୍ୟାପକ ବୃଦ୍ଧି ଘଟିଛି। ଇଣ୍ଟରନ୍ୟାସନାଲ ଏୟାର ଟ୍ରାନ୍ସପୋର୍ଟ ଆସୋସିଏସନ (IATA) ର ରିପୋର୍ଟ ଅନୁଯାୟୀ, ଏହି ଅଞ୍ଚଳରେ ଜେଟ ଫ୍ୟୁଏଲ ଦର ୮୫% ରୁ ଅଧିକ ବୃଦ୍ଧି ପାଇଛି। ବିମାନ ଚଳାଚଳ କ୍ଷେତ୍ରରେ ଇନ୍ଧନ ଖର୍ଚ୍ଚ ହେଉଛି ସବୁଠାରୁ ବଡ଼ ପରିଚାଳନା ବ୍ୟୟ। ତେଣୁ କମ୍ପାନୀ ବାଧ୍ୟ ହୋଇ ଯାତ୍ରୀଙ୍କ ଉପରେ ଏହି ଅତିରିକ୍ତ ଶୁଳ୍କ ଲଗାଇଛି। ଘରୋଇ ଏବଂ ଭାରତୀୟ ଉପମହାଦେଶ ମଧ୍ୟରେ ବିମାନ ପାଇଁ ଇନ୍ଧନ ଶୁଳ୍କ ୪୨୫ ଟଙ୍କା ଏବଂ ମଧ୍ୟପ୍ରାଚ୍ୟ ସେବା ପାଇଁ ୯୦୦ ଟଙ୍କା ଧାର୍ଯ୍ୟ କରାଯାଇଥିବା ଏକ ବିବୃତ୍ତିରେ ସୂଚନା ଦେଇଛି ଇଣ୍ଡିଗୋ ଏୟାରଲାଇନ୍ସ। ସେହିପରି ଦକ୍ଷିଣ ପୂର୍ବ ଏସିଆ ଏବଂ ଚୀନ୍, ଆଫ୍ରିକା ଏବଂ ପଶ୍ଚିମ ଏସିଆ ବିମାନ ପାଇଁ ଇନ୍ଧନ ଶୁଳ୍କ ୧୮୦୦ ଟଙ୍କା ଏବଂ ୟୁରୋପ ବିମାନ ପାଇଁ ୨୩୦୦ ଟଙ୍କା ହେବ ବୋଲି କହିଛି ଇଣ୍ଡିଗୋ।

ଏୟାରଲାଇନ ପକ୍ଷରୁ କୁହାଯାଇଛି ଯେ, ଯଦି ଇନ୍ଧନର ବର୍ଦ୍ଧିତ ମୂଲ୍ୟକୁ ସମ୍ପୂର୍ଣ୍ଣ ଭାବେ ଟିକେଟ ଦରରେ ଯୋଡ଼ା ଯାଏ, ତେବେ ମୂଳ ଭଡ଼ା ବହୁତ ଅଧିକ ବଢ଼ିଯିବ। କିନ୍ତୁ ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ବର୍ତ୍ତମାନ କେବଳ ସୀମିତ ପରିମାଣର ଫ୍ୟୁଲ ସରଚାର୍ଜ ଲଗାଯାଇଛି। ପରିସ୍ଥିତି ଅନୁଯାୟୀ ଏଥିରେ ପରବର୍ତ୍ତୀ ସମୟରେ ପରିବର୍ତ୍ତନ କରାଯାଇପାରେ।

Leave A Reply

Your email address will not be published.