ପ୍ରମୁଖ ଖବର

ଆସନ୍ତାକାଲି ଓଡ଼ିଶା ବନ୍ଦ, ବସ୍‌ ଚାଲିବ; ଅଟୋ ବନ୍ଦ
ରସାୟନ ବିଜ୍ଞାନରେ କାଗନ ଓ ସୋଆଇଙ୍କୁ ନୋବେଲ୍
ଦିଲ୍ଲୀର ନ୍ୟୁ ସୀମାପୁରୀ ଅଞ୍ଚଳରେ ୫ ମହଲା କୋଠା ଭୁଶୁଡ଼ି ପଡ଼ିଛି
ନୌସେନାର ଶକ୍ତି ବଢ଼ିବ, ବ୍ରହ୍ମୋସ୍ ପାଇଁ ୬୬୧ କୋଟିର ଚୁକ୍ତି
ରେପୋ ହାର ୦.୨୫% ବଢ଼ିଲା, ମହଙ୍ଗା ହେବ ଋଣ
ଓଡ଼ିଶାରେ ଆଇଏଏସ୍‌-ଓଏଏସ୍‌ ଅଦଳବଦଳ, ବଦଳିଲେ ଦୁଇ ଜିଲ୍ଲାପାଳ
ଏସିବିସିଙ୍କ ସାମାଜିକ-ରାଜନୈତିକ ସ୍ଥିତି ଅନୁଧ୍ୟାନ ପାଇଁ କମିଶନ
ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାୟିତ୍ୱ, ମିଳିଲା କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା

ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ ଗିରିଜା କୁମାର ବଳିୟାରସିଂ

0

ଭୁବନେଶ୍ବର: କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ୨୦୨୫ ବର୍ଷ ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା କରାଯାଇଛି। ସାରା ଭାରତର ବିଭିନ୍ନ ଭାଷାରେ ସୃଜନଶୀଳ ସାହିତ୍ୟ ସୃଷ୍ଟି ପାଇଁ ବିଶିଷ୍ଟ ଲେଖକମାନଙ୍କୁ ଏହି ସମ୍ମାନ ପାଇଁ ଚୟନ କରାଯାଇଛି। ଓଡ଼ିଆ, ହିନ୍ଦୀ, ବଙ୍ଗଳା, ତେଲୁଗୁ, ତାମିଲ, ମୈଥିଲୀ, କନ୍ନଡ଼, ଉର୍ଦ୍ଦୁ, କାଶ୍ମୀରୀ ଓ ଇଂରାଜୀ ସହ ମୋଟ ୨୪ଟି ଭାଷାରେ ଏହି ପୁରସ୍କାର ପ୍ରଦାନ କରାଯାଉଛି।

ଓଡ଼ିଆ ଭାଷା ବିଭାଗରେ ଏବର୍ଷ ଓଡ଼ିଶାର ବିଶିଷ୍ଟ କବି ଗିରିଜା କୁମାର ବଳିୟାରସିଂ ଚୟନିତ ହୋଇଛନ୍ତି। ୨୦୨୦ ମସିହାରେ ପ୍ରକାଶିତ ତାଙ୍କ କବିତା ସଂକଳନ ‘ପାଦପୂରଣ’ ପାଇଁ ସେ ଏହି ସମ୍ମାନ ଅର୍ଜନ କରିବେ। ଏହି ବର୍ଷ କବିତା, ଉପନ୍ୟାସ, ପ୍ରବନ୍ଧ, ସାହିତ୍ୟ ସମାଲୋଚନା ଓ ଆତ୍ମଜୀବନୀ ସହ ବିଭିନ୍ନ ବିଭାଗର ପୁସ୍ତକଗୁଡ଼ିକୁ ପୁରସ୍କାର ପାଇଁ ବିବେଚନା କରାଯାଇଛି। ପୁରସ୍କାର ସ୍ୱରୂପ ଚୟନିତ ଲେଖକଙ୍କୁ ଉପହାର, ଉତ୍ତରୀୟ ସହ ଏକ ଲକ୍ଷ ଟଙ୍କା ରାଶି ପ୍ରଦାନ କରାଯିବ। ଆସନ୍ତା ମାର୍ଚ୍ଚ ୩୧ ତାରିଖରେ ନୂଆଦିଲ୍ଲୀରେ ଏହି ପୁରସ୍କାର ପ୍ରଦାନ ଉତ୍ସବ ଆୟୋଜିତ ହେବ ବୋଲି ଏକାଡେମୀ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.