ପ୍ରମୁଖ ଖବର

କମନୱେଲଥ୍ ଗେମ୍ସ: ଅଷ୍ଟମ ଦିନରେ ଭାରତର ୬ ପଦକ, ମୋଟ ସଂଖ୍ୟା ୨୩
ରାଜ୍ୟ କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରି
ସୁନ୍ଦରଗଡ଼ରେ ହାତୀ ଆତଙ୍କ: ଦନ୍ତା ଆକ୍ରମଣରେ ୨ ମୃତ
ଭୋଗପୁରମରେ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୧୯ ବର୍ଷ ପରେ କଲକାତା ଫେରିଲେ ତସଲିମା ନସରିନ୍
ରାଷ୍ଟ୍ରପତି ଭବନରେ ଚମକିଲା ଓଡ଼ିଶାର ୩ ଷ୍ଟାର୍ଟଅପ୍
ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ବଢ଼ିଲା ବିମାନ ଇନ୍ଧନ ଦର

ରେଳ ଟିକେଟ୍ ବାତିଲ୍‌ କଲେ ୨୪ ଘଣ୍ଟା ପୂର୍ବରୁ କଟିବ ୫୦% ଟଙ୍କା

0

ନୂଆଦିଲ୍ଲୀ: ଭାରତୀୟ ରେଳ ବିଭାଗ ପକ୍ଷରୁ ଟିକେଟ୍ ବାତିଲ୍ ନିୟମରେ ବଡ଼ ପରିବର୍ତ୍ତନ ଆଣାଯାଇଛି। ଯାତ୍ରୀମାନଙ୍କ ସୁବିଧା ଓ ଟିକେଟ୍ ବ୍ୟବସ୍ଥାକୁ ଆହୁରି ସୁସଂଗଠିତ କରିବା ଉଦ୍ଦେଶ୍ୟରେ ଏହି ନୂଆ ନିୟମ ଲାଗୁ ହେଉଛି।

ନୂଆ ନିୟମ ଅନୁଯାୟୀ, ଯଦି କୌଣସି ଯାତ୍ରୀ ଯାତ୍ରାର ୨୪ ଘଣ୍ଟାରୁ ୮ ଘଣ୍ଟା ମଧ୍ୟରେ ଟିକେଟ୍ ବାତିଲ୍ କରନ୍ତି, ତେବେ ସେମାନଙ୍କୁ ମୋଟ ଭାଡ଼ାର ୫୦ ପ୍ରତିଶତ ଟଙ୍କା କଟିବ। ଏହା ସହିତ, ଯାତ୍ରାର ୮ ଘଣ୍ଟା ଭିତରେ ଟିକେଟ୍ ବାତିଲ୍ କରାଗଲେ କୌଣସି ରିଫଣ୍ଡ ମିଳିବ ନାହିଁ।
ତଦୁପରି, ଯଦି ଟିକେଟ୍ ୨୪ ଘଣ୍ଟାରୁ ୭୨ ଘଣ୍ଟା ପୂର୍ବରୁ ବାତିଲ୍ କରାଯାଏ, ତେବେ ପ୍ରାୟ ୨୫ ପ୍ରତିଶତ ଟଙ୍କା କଟିବ। ୭୨ ଘଣ୍ଟାରୁ ଅଧିକ ସମୟ ପୂର୍ବରୁ ବାତିଲ୍ କଲେ କମ୍ ଚାର୍ଜ ଲାଗିବ।

ରେଳ ବିଭାଗ ଅନୁସାରେ, ଏହି ନୂଆ ନିୟମ ଆଣିବା ପଛରେ ମୂଳ ଉଦ୍ଦେଶ୍ୟ ହେଉଛି ଶେଷ ମୁହୂର୍ତ୍ତରେ ଟିକେଟ୍ ବ୍ଲକ୍ କରିବା ଓ ଦଲାଲି ପ୍ରଥାକୁ ରୋକିବା। ଏହା ଦ୍ୱାରା ଖାଲି ସିଟ୍ ସଂଖ୍ୟା କମିବା ସହ ସତ୍ୟିକାର ଯାତ୍ରୀମାନେ ଲାଭାନ୍ବିତ ହେବେ। ଏହି ପରିବର୍ତ୍ତନ ପରେ ଯାତ୍ରୀମାନେ ଆଗୁଆ ଯୋଜନା କରି ଟିକେଟ୍ ବୁକିଂ ଓ ବାତିଲ୍ କରିବାକୁ ରେଳ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

Leave A Reply

Your email address will not be published.