ପ୍ରମୁଖ ଖବର

ରାଜ୍ୟ ମହିଳା କର୍ମଚାରୀମାନଙ୍କ ଅତିରିକ୍ତ ସାମୟିକ ଛୁଟି ଆଉ ୨ଦିନ ବଢ଼ିଲା
ବାତ୍ୟା ପାଇଁ ୨୩ରୁ ୨୫ କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି
ବାତ୍ୟା ପାଇଁ ୧୭୮ଟି ଟ୍ରେନ ବାତିଲ
ଅବସରପ୍ରାପ୍ତ ଆଇପିଏସ୍‌ ଲଳିତ ଦାସ ହେଲେ ଓଏସ୍‌ଏସ୍‌ଏସ୍‌ସି ଅଧ୍ୟକ୍ଷ
ନିର୍ଦୋଷ ସାବ୍ୟସ୍ତ ହେଲେ ସେବି ଅଧ୍ୟକ୍ଷ ମାଧବୀ ବୁଚ
ଲାଞ୍ଚ ନେଇ ନିଲମ୍ବିତ ହେଲେ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜ
ସମ୍ଭାବ୍ୟ ବାତ୍ୟା: ୧୪ ଜିଲ୍ଲାରେ ବନ୍ଦ ରହିବ ସବୁ ଐତିହ୍ୟ ସ୍ଥଳୀ
ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଆଗୁଆ ସଜାଗ
ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

କରୋନା ଟଳିନି, ଜି-୪ ବଢାଇଲାଣି ଚିନ୍ତା

0

ବେଜିଂ: ଚୀନ ବିଶ୍ୱବିଦ୍ୟାଳୟ ଏବଂ ବୈଜ୍ଞାନିକମାନେ ଗବେଷଣା ପରେ ଏବେ ଜାଣିପାରିଛନ୍ତି ଯେ ଭୂତାଣୁ ଜି-୪ ବି ଘାତକ ହୋଇପାରେ। ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଜୀବାଣୁ ଜି-୪ “ମଣିଷକୁ ସଂକ୍ରମିତ କରିବା ପାଇଁ ଅତ୍ୟଧିକ ଅନୁକୂଳ ହେବାର ସମସ୍ତ ଜରୁରୀ ଚିହ୍ନ” ଧାରଣ କରିଛ। ଏଣୁ ଏହା ଉପରେ ତୀକ୍ଷ୍ଣ ନଜର ରଖାଯିବା ଦରକାର।

କୋଭିଡ୍ ୧୯ ଭୂତାଣୁ ନେଇ ସମଗ୍ର ବିଶ୍ବରେ ଭୟର ବାତାବରଣ ବଢିବାରେ ଲାଗିଥିବା ବେଳେ ଚୀନ ବୈଜ୍ଞାନିକମାନଙ୍କ ଏଭଳି ସୂଚନା ଆତଙ୍କ ସୃଷ୍ଟି କଲାଣି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ, ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି ଯେ ଜି-୪ ଭୂତାଣୁ ଅତ୍ୟଧିକ ସଂକ୍ରାମକ।

ଏକ ନୂତନ ଅଧ୍ୟୟନରୁ ଜଣାପଡିଛି ଯେ ଚୀନର ଘୁଷୁରିମାନେ ବାରମ୍ବାର ସ୍ୱାଇନ୍ ଫ୍ଲୁରେ ସଂକ୍ରମିତ ହେଉଛନ୍ତି, ଯାହା ମଣିଷକୁ ଡେଇଁବାର କ୍ଷମତା ରଖିଛି (ଯଦିଓ ଏ ସଂକ୍ରାନ୍ତ କୌଣସି ପ୍ରମାଣ ମିଳିନାହିଁ) । ଥରେ ମଣିଷକୁ ସଂକ୍ରମିତ କଲେ ଏହା ସହଜରେ ବିସ୍ତାର କରିବ ଓ ବିଶ୍ବବ୍ୟାପୀ ପହଞ୍ଚିବାକୁ ବେଶୀ ଦିନ ଲାଗିବ ନାହିଁ।

ପ୍ରୋସିଡିଙ୍ଗସ୍ ଅଫ୍ ନ୍ୟାସନାଲ୍ ଏକାଡେମୀ ଅଫ୍ ସାଇନ୍ସରେ ପ୍ରକାଶିତ ଏହି ଅଧ୍ୟୟନରେ ଜି-୪ ନାମକ ଏକ ସ୍ୱାଇନ୍ ଫ୍ଲୁ ଜୀବାଣୁ ଉପରେ ଧ୍ୟାନ ଦିଆଯାଇଛି। ଏହି ଭୂତାଣୁ ଜେନେଟିକ୍ ଭାବରେ ଏଚଵାନଏନଵାନ (H1N1 ) ଷ୍ଟ୍ରେନ୍ ରୁ ଆସିଛି ଯାହା ୨୦୦୯ ରେ ମହାମାରୀ ସୃଷ୍ଟି କରିଥିଲା।

ଗବେଷକମାନେ କହିଛନ୍ତି, “ଏହା ଚିନ୍ତାର ବିଷୟ ଯେ, ଜି-୪ ଭୂତାଣୁ ମହାମାରୀର ଆଶଙ୍କା ବଢ଼ାଇପାରେ। ଏହି ଜୀବାଣୁ ତିନୋଟି ବଂଶର ଏକ ନିଆରା ମିଶ୍ରଣ। ଗୋଟିଏ ୟୁରୋପୀୟ ଏବଂ ଏସୀୟ ପକ୍ଷୀମାନଙ୍କଠାରେ ମିଳୁଥିବା ଷ୍ଟ୍ରେନ୍, ୨୦୦୯ ମହାମାରୀର କାରଣ ହୋଇଥିବା H1N1 ଷ୍ଟ୍ରେନ୍ ଏବଂ ଉତ୍ତର ଆମେରିକୀୟ H1N1 ଯେଉଁଥିରେ ପକ୍ଷୀ, ମାନବ ଏବଂ ଘୁଷୁରୀ ସ୍ୱାଇନ୍ ଫ୍ଲୁ ଜୀବାଣୁଙ୍କର ଜିନ୍ ଥାଏ। ଏହି ଭୂତାଣୁ ମୂଳତଃ ପକ୍ଷୀଙ୍କ ଠାରୁ ଆସିଥିବା କାରଣରୁ ଏହାକୁ ମୁକାବିଲା ପାଇଁ ମଣିଷମାନଙ୍କର କୌଣସି ପ୍ରତିରକ୍ଷା ଶକ୍ତି ନାହିଁ।

ଚୀନ କୃଷି ବିଶ୍ୱବିଦ୍ୟାଳୟ (CAU) ର ଲିୟୁ ଜିନ୍ହୁଆଙ୍କ ନେତୃତ୍ୱରେ ଏକ ଟିମ୍ ଦେଶର 10 ଟି ପ୍ରଦେଶର ଘୁଷୁରିରୁ ନିଆଯାଇଥିବା ପ୍ରାୟ ୩୦ ହଜାର ସ୍ବାବ୍ ଏବଂ ୨୦୧୧ ରୁ ୨୦୧୮ ପର୍ଯ୍ୟନ୍ତ ସେମାନଙ୍କ ବିଦ୍ୟାଳୟର ପ୍ରାଣୀ ଚିକିତ୍ସା ଡାକ୍ତରଖାନାରେ ଦେଖାଯାଇଥିବା ଶ୍ବାସ କ୍ରିୟା ଲକ୍ଷଣ ସହିତ ଘୁଷୁରିରୁ ୧୦୦୦ ସ୍ବାବ୍ ବିଶ୍ଳେଷଣ କରିଥିଲେ।

ଏହି ଜୀବାଣୁ ପ୍ରାଣୀମାନଙ୍କଠାରୁ ମଣିଷକୁ ଯାଇ ସାରିଛନ୍ତି କିନ୍ତୁ ଏପର୍ଯ୍ୟନ୍ତ କୌଣସି ପ୍ରମାଣ ନାହିଁ ଯେ ଏହା ମଣିଷଠାରୁ ମଣିଷକୁ ଯାଇପାରେ। ଏହା କେବଳ ଆଶଙ୍କା ଭିତରେ ରହିଛି, ଯାହାକୁ ନେଇ ବୈଜ୍ଞାନିକମାନେ ଚିନ୍ତିତ ଅଛନ୍ତିଯ। ଇନ୍‌ଫ୍ଲୁଏଞ୍ଜା ଜୀବାଣୁ ପାଇଁ ଚୀନର ଘୁଷୁରିଙ୍କ ଉପରେ ନଜର ରଖିବାକୁ ଏବଂ ଘୁଷୁରିଙ୍କ ସହ କାମ କରୁଥିବା ଲୋକଙ୍କ ଉପରେ ନଜର ରଖିବାକୁ ସେମାନେ ଜୋର ଦେଇଛନ୍ତି।

Leave A Reply

Your email address will not be published.