ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଓଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

0

ଭୁବନେଶ୍ବର: ଓଡ଼ିଆ ଭାଷାରେ ନାମ ଫଳକ ନ ରହିଲେ ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନ ଉପରେ କଡ଼ା ଆକ୍ସନ୍‌ ନିଆଯିବ। ଶୁଦ୍ଧ ଓ ସ୍ପଷ୍ଟ ଓଡ଼ିଆରେ ନାମ ଲେଖିବାକୁ ଏବେ ବାଧ୍ୟତାମୂଳକ କରାଯାଇଛି। ଯଦି କେହି ନିୟମ ମାନନ୍ତି ନାହିଁ ତେବେ ଆଇନର ଧାରା ୩୫ ଅନୁଯାୟୀ ଦଣ୍ଡିତ ହେବେ। ଓଡ଼ିଆ ପକ୍ଷ ୨୦୨୬ ପାଳନ ଅବସରରେ ଶ୍ରମ ବିଭାଗ ପକ୍ଷରୁ ଲୋୟର୍ ପିଏମଜି ଅଞ୍ଚଳରେ ସମସ୍ତ ଦୋକାନୀ ଓ ବାଣିଜ୍ୟିକ ପ୍ରତିଷ୍ଠାନ ମାଲିକଙ୍କୁ କଡ଼ା ବାର୍ତ୍ତା ଦିଆଯାଇଛି।

ନୂତନ ନିୟମ ଅନୁଯାୟୀ, ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନର ନାମ ଫଳକ ଓଡ଼ିଆରେ ନିର୍ଭୁଲ ଓ ସ୍ପଷ୍ଟ ଭାବେ ଲେଖିବା ଆବଶ୍ୟକ । ପ୍ରଥମଥର ଉଲ୍ଲଂଘନ କଲେ ୫,୦୦୦ ରୁ ୧୦,୦୦୦ ଜରିମାନା। ପୁଣିଥର ଉଲ୍ଲଂଘନ କଲେ ୧୦,୦୦୦ ରୁ ୨୦,୦୦୦ ଜରିମାନା। ଯଦି କୌଣସି ପ୍ରତିଷ୍ଠାନ ଏହି ନିୟମକୁ ମାନୁନାହିଁ, ତେବେ ସାଧାରଣ ଲୋକେ ସ୍ଥାନୀୟ ଶ୍ରମ ଅଧିକାରୀ କିମ୍ବା ଶ୍ରମ କାର୍ଯ୍ୟାଳୟରେ ତୁରନ୍ତ ଅଭିଯୋଗ କରିପାରିବେ

ଭୁବନେଶ୍ୱରରେ ୮ଟି ବିଶେଷ ଦଳ ଗଠନ କରାଯାଇଛି, ଯେଉଁମାନେ ନିୟମ ଉଲ୍ଲଂଘନକାରୀଙ୍କୁ ଧରିବେ। ସେହିପରି ସମଗ୍ର ଓଡ଼ିଶାର ସମସ୍ତ ଜିଲ୍ଲାରେ ମଧ୍ୟ ସ୍କ୍ୱାଡ୍‌ ମୁତୟନ ହେବେ ବୋଲି ଶ୍ରମ କମିଶନର କହିଛନ୍ତି। ଓଡ଼ିଆ ଭାଷା ଏକ ପ୍ରାଚୀନ ଓ ସମୃଦ୍ଧ ଭାଷା ହେବାରୁ ଏହାର ପ୍ରଚାର ଓ ପ୍ରସାର ପାଇଁ ରାଜ୍ୟ ସରକାର ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନରେ ଓଡ଼ିଆରେ ନାମ ଫଳକ ଲେଖିବାକୁ ଆହ୍ବାନ କରିଛନ୍ତି।

Leave A Reply

Your email address will not be published.