ପ୍ରମୁଖ ଖବର

ଜାପାନରୁ ନେତାଜୀଙ୍କ ଅସ୍ଥି ଭାରତ ଆଣିବାକୁ ଝିଅଙ୍କ ଆବେଦନ, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ବାଙ୍କୀ-ଡମପଡ଼ା ବ୍ଲକରେ BNSS ୧୬୩ ଲାଗୁ, ମେଳି ଓ ହରତାଳ ଉପରେ କଟକଣା
ଘରୋଇ ହସ୍ପିଟାଲ ଚିକିତ୍ସା ଖର୍ଚ୍ଚ କମିବ, ରୋଗୀଙ୍କ ପାଇଁ ସଂସଦୀୟ କମିଟିର ବଡ଼ ସୁପାରିସ୍
ଦୁଷ୍କର୍ମ ଅଭିଯୋଗରେ IPL କ୍ରିକେଟର ଅଭିଷେକ ପୋରେଲ ଗିରଫ
ଦୁଇ ବର୍ଷ ପରେ ଚଳଚଞ୍ଚଳ ଲୋକାୟୁକ୍ତ, ଅଧ୍ୟକ୍ଷ ଚୟନ ପାଇଁ ବସିଲା ହାଇପାୱାର କମିଟି
ଭାପୁର ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରରେ ଭୁଲ ଇଞ୍ଜେକ୍ସନ ନେଲା ଛାତ୍ରୀଙ୍କ ଜୀବନ, ମେଡିକାଲରେ ଉତ୍ତେଜନା
ଖଣି ଉପରେ ମନଇଚ୍ଛା ଟିକସ ଲଗାଇପାରିବେନି ରାଜ୍ୟ, କେନ୍ଦ୍ର ଆଣିଲା ନୂଆ MMDR ବିଲ୍‌
ଇରାନୀ ଧମକ ପରେ ଟ୍ରକ୍‌ରେ ଲୁଚି ତୁର୍କୀରୁ ବାହାରିଥିଲେ ଟ୍ରମ୍ପ!
ଧାନବିଲରେ କାମ ବେଳେ ବଜ୍ରାଘାତ, ୪ ମହିଳା ଶ୍ରମିକଙ୍କ ମୃତ୍ୟୁ
ଟିଏମ୍‌ସିର ୩ ବ୍ୟାଙ୍କ ଖାତା ଫ୍ରିଜ୍‌: ହସ୍ତକ୍ଷେପ କଲେନି ସୁପ୍ରିମକୋର୍ଟ

୧୩ଟି ବିଭାଗର ୧୬ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ଅନୁମୋଦନ

0

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ ବୈଠକରେ ୧୬ଟି ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ଏହି ପ୍ରସ୍ତାବଗୁଡ଼ିକ ୧୩ଟି ବିଭାଗ ସହ ସମ୍ପର୍କିତ ଥିବା ବେଳେ ରାଜ୍ୟର ବିଭିନ୍ନ କ୍ଷେତ୍ରର ଉନ୍ନୟନକୁ ଗତି ଦେବ। କ୍ୟାବିନେଟରେ ଅଙ୍ଗନବାଡ଼ି କର୍ମୀଙ୍କୁ ମୋବାଇଲ୍‌ ଫୋନ ଯୋଗାଇବା ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏଥିରେ ପ୍ରାୟ ୭୯ ହଜାର କର୍ମୀ ଉପକୃତ ହେବେ ଏବଂ ସରକାର ୯୩ କୋଟି ଟଙ୍କା ଖର୍ଚ୍ଚ କରିବେ।

ସେହିପରି, ଦିଲ୍ଲୀ ମେଟ୍ରୋ ରେଲ୍‌ କର୍ପୋରେସନ୍‌ (DMRC) ସହ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପର ଚୁକ୍ତି ବାତିଲ କରାଯାଇଥିବା ବେଳେ ଭୁବନେଶ୍ୱର ମେଟ୍ରୋ ରେଲ୍‌ କର୍ପୋରେସନ୍‌ ଲିମିଟେଡ୍ (BMRCL) ଭବିଷ୍ୟତରେ ପ୍ରକଳ୍ପ ପାଇଁ କାମ କରିବ। ଏହାସହ ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି (VSSUT)ର ପୁନର୍ବିକାଶ ପାଇଁ ୯୩୦ କୋଟି ଟଙ୍କା ଏବଂ ବଡ଼ମ୍ବା ଚିନି ଶିଳ୍ପ ପୁନରୁଦ୍ଧାର ପାଇଁ ୩୫୨ କୋଟି ଟଙ୍କା ମଞ୍ଜୁରି ମିଳିଛି। ବୁଣାକାରଙ୍କ ପାଇଁ ହସ୍ତତନ୍ତ ବିକାଶ ଯୋଜନା, ଏବଂ ବଳକା ଚାଉଳକୁ ନିଲାମରେ ବିକ୍ରି କରିବାକୁ ମଧ୍ୟ ଅନୁମତି ଦିଆଯାଇଛି। ମୋଟମାଟି, ଏହି କ୍ୟାବିନେଟ ବୈଠକର ନିଷ୍ପତ୍ତିଗୁଡ଼ିକ ରାଜ୍ୟର ଉନ୍ନୟନ ଓ ଜନକଳ୍ୟାଣକୁ ଆଗକୁ ନେବାରେ ସାହାଯ୍ୟ କରିବ।

Leave A Reply

Your email address will not be published.