ପ୍ରମୁଖ ଖବର

ଗାଁରେ ମିଳିବ ସହରୀ ସୁବିଧା, ପ୍ରତି ପଞ୍ଚାୟତରେ ଆଦର୍ଶ ଖେଳ ପଡ଼ିଆ ଓ କଲ୍ୟାଣ ମଣ୍ଡପ
ଇଭି ଓ ପରିବେଶ ଅନୁକୂଳ ଯାନକୁ ପରମିଟ୍ ଫି’ ଛାଡ଼
ବାଂଲାଦେଶର ୨୩ତମ ରାଷ୍ଟ୍ରପତି ହେଲେ ମିର୍ଜା ଫକରୁଲ୍ ଇସଲାମ୍ ଆଲମଗୀର
ଜେପିଏସ୍‌ସି ପରୀକ୍ଷା ରଦ୍ଦ ନିଷ୍ପତ୍ତି ଉପରେ ରୋକ୍‌, ହେମନ୍ତ ସରକାରଙ୍କୁ ଝଟକା
ଅଟୋ ଚାଳକଙ୍କ ହଙ୍ଗାମା: ୪୦୦ ଅଟୋ ଜବତ, ପରମିଟ ରଦ୍ଦ ପାଇଁ ପଦକ୍ଷେପ
ମହାରାଷ୍ଟ୍ରରେ ଛାତ୍ରୀଙ୍କୁ ମିଳିଵ ମାସକୁ ୨ ହଜାର ଟଙ୍କା ପକେଟ ମନି
ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ
ବୀମା ନଥିଲେ ପେଟ୍ରୋଲ ନାହିଁ: ପାଇଲଟ୍ ପ୍ରକଳ୍ପ ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ମହାନଦୀ ଜଳ ବିବାଦ: ମେ ୨ରେ ପରବର୍ତ୍ତୀ ଶୁଣାଣି

0

ଭୁବନେଶ୍ବର: ମହାନଦୀ ଜଳ ବିବାଦକୁ ନେଇ ଟ୍ରିବ୍ୟୁନାଲରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ଅନୁଷ୍ଠିତ ହୋଇଛି। ଓଡିଶା ପକ୍ଷରୁ ରାଜ୍ୟର ଆଡ୍ଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ମଜବୁତ ଭାବେ ମତ ପ୍ରକାଶ କରିଥିଲେ। ସେ ମହାନଦୀରେ ବାସ୍ତବରେ କେତେ ପରିମାଣର ଜଳ ସଂଗ୍ରହ ହେଉଛି, ସେସମ୍ପର୍କିତ ସଠିକ୍ ତଥ୍ୟ ଦାଖଲ କରିବାକୁ ଉଲ୍ଲେଖ କରିଥିଲେ। ଶୁଣାଣି ସମୟରେ ଟ୍ରିବ୍ୟୁନାଲ ପକ୍ଷରୁ ଉଭୟ ରାଜ୍ୟଙ୍କୁ ଆବଶ୍ୟକ ତଥ୍ୟ ଦାଖଲ କରିବାକୁ କୁହାଯାଇଥିଲା। କିନ୍ତୁ ଏହା ପାଇଁ ପ୍ରର୍ଯ୍ୟାପ୍ତ ସମୟ ନଥିବାରୁ ଓଡିଶା ଓ ଛତିଶଗଡ଼ ଉଭୟ ପକ୍ଷ ଅଧିକ ସମୟ ଆବଶ୍ୟକ ବୋଲି ଟ୍ରିବ୍ୟୁନାଲଙ୍କୁ ଅନୁରୋଧ କରିଥିଲେ।

ଏହି ମଧ୍ୟରେ ଦୁଇ ରାଜ୍ୟ ମଧ୍ୟରେ କିଛି ପ୍ରମୁଖ ବିଷୟରେ ପ୍ରାଥମିକ ସହମତି ହୋଇଥିବା ସୂଚନା ମିଳିଛି, ଯାହା ଆଗାମୀ ଶୁଣାଣିରେ ଗୁରୁତ୍ୱ ପାଇପାରେ। ଟ୍ରିବ୍ୟୁନାଲ ପକ୍ଷରୁ ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ମେ ୨ ତାରିଖ ଧାର୍ଯ୍ୟ କରାଯାଇଛି। ସେହିଦିନ ଉଭୟ ପକ୍ଷ ପକ୍ଷରୁ ଅଧିକ ତଥ୍ୟ ଓ ପ୍ରମାଣ ଦାଖଲ କରାଯିବା ସହ ମାମଲାରେ ଆହୁରି ସ୍ପଷ୍ଟତା ଆସିବା ଆଶା କରାଯାଉଛି।

Leave A Reply

Your email address will not be published.