ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ଭୁବନେଶ୍ୱରରୁ ତିରୁପତି-ଶିରିଡ଼ି ସହ ୧୦ ରୁଟ୍‌ରେ ଉଡ଼ିବ ବିମାନ

0

ଭୁବନେଶ୍ଵର: ରାଜ୍ୟରେ ପର୍ଯ୍ୟଟନ ଶିଳ୍ପକୁ ଗତି ଦେବା ଏବଂ ଯାତ୍ରୀମାନଙ୍କ ସୁବିଧା ବଢ଼ାଇବା ପାଇଁ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଗତ ମାର୍ଚ୍ଚରେ ସବ୍‌ସିଡି ସମସ୍ୟା ଯୋଗୁଁ ଭୁବନେଶ୍ୱରରୁ ପ୍ରାୟ ୧୧ଟି ବିମାନ ରୁଟ୍ ବନ୍ଦ ହୋଇଥିବାବେଳେ, ଏବେ ସେହି ଅବସ୍ଥାକୁ ସୁଧାରିବା ପାଇଁ ସରକାର ପୁଣିଥରେ ୧୦ଟି ନୂଆ ରୁଟ୍‌ରେ ବିମାନ ଚଳାଚଳ ଆରମ୍ଭ କରିବାକୁ ପ୍ରସ୍ତୁତି ଶେଷ କରିଛନ୍ତି।

ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱରରୁ ତିରୁପତି, ଶିରିଡ଼ି, ସୁରତ ଏବଂ ଭୋପାଳକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବ। ବିଶେଷକରି ତିରୁପତି ଓ ଶିରିଡ଼ି ଭଳି ପ୍ରମୁଖ ଧାର୍ମିକ ସ୍ଥଳକୁ ଓଡ଼ିଶାରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଯାଉଥିବାରୁ ଏହି ରୁଟ୍‌ଗୁଡ଼ିକ ଆରମ୍ଭ ହେଲେ ଏକ “ଆଧ୍ୟାତ୍ମିକ କରିଡର” ସୃଷ୍ଟି ହେବ ବୋଲି ଆଶା କରାଯାଉଛି। ସେଥିସହ ଦକ୍ଷିଣ ଓ ପଶ୍ଚିମ ଭାରତରୁ ପୁରୀକୁ ଆସୁଥିବା ଯାତ୍ରୀଙ୍କ ପାଇଁ ମଧ୍ୟ ଏହା ସୁବିଧାଜନକ ହେବ।

ଏହାସହିତ, ଗୁଜରାଟର ସୁରତରେ ବହୁ ସଂଖ୍ୟାରେ ଓଡ଼ିଆ ଲୋକ ବାସ କରୁଥିବାରୁ ସେମାନଙ୍କ ଯାତାୟାତ ସୁବିଧା ପାଇଁ ଏହି ରୁଟ୍‌କୁ ଗୁରୁତ୍ୱ ଦିଆଯାଇଛି। ଏହାଛଡ଼ା କେନ୍ଦ୍ରୀୟ ଭାରତ ସହ ସଂଯୋଗ ବଢ଼ାଇବାକୁ ଭୋପାଳକୁ ମଧ୍ୟ ବିମାନ ଚଳାଚଳ ଆରମ୍ଭ ହେବ।
କେବଳ ଭୁବନେଶ୍ୱର ନୁହେଁ, ପଶ୍ଚିମ ଓଡ଼ିଶାର ମୁଖ୍ୟ ବିମାନ ବନ୍ଦର ଝାରସୁଗୁଡ଼ାରୁ ମଧ୍ୟ ନୂଆ ରୁଟ୍‌ରେ ବିମାନ ସେବା ଆରମ୍ଭ କରାଯିବ। ଝାରସୁଗୁଡ଼ାରୁ ଅହମଦାବାଦ, ଜୟପୁର ଓ ପୁଣେକୁ ବିମାନ ଚଳାଚଳ ପାଇଁ ବ୍ୟବସ୍ଥା ହେଉଛି। ପୂର୍ବରୁ ଇଣ୍ଡିଗୋ ଏୟାରଲାଇନ୍ସ ଏହି ରୁଟ୍‌ରେ ସେବା ଯୋଗାଉଥିଲେ ମଧ୍ୟ ପରେ ତାହା ବନ୍ଦ ହୋଇଯାଇଥିଲା। ସରକାରଙ୍କ ଏହି ପଦକ୍ଷେପ ଓଡ଼ିଶାର ପର୍ଯ୍ୟଟନ, ବ୍ୟବସାୟ ଓ ଯାତାୟାତ କ୍ଷେତ୍ରକୁ ନୂଆ ଗତି ଦେବା ସହ ରାଜ୍ୟର ସମଗ୍ର ଆର୍ଥିକ ବିକାଶକୁ ମଧ୍ୟ ଉତ୍ସାହିତ କରିବ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.