ପ୍ରମୁଖ ଖବର

ଦୁର୍ନୀତି ଅଭିଯୋଗରେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ
ଡଲାର ତୁଳନାରେ ୫୬ ପଇସା ଖସିଲା ଟଙ୍କା
କ୍ୟୁବାରେ ୬.୧ ଓ ଫିଲିପାଇନ୍ସରେ ୮.୧ ତୀବ୍ରତାର ଭୂକମ୍ପ; ଫିଲିପାଇନ୍ସରେ ୩୨ ମୃତ, ସୁନାମି ସତର୍କତା ଜାରି
ମମତା ବାନାର୍ଜୀଙ୍କ ବାସଭବନରେ ସିଆଇଡି ଚଢ଼ାଉ
ମହାରାଷ୍ଟ୍ରର ଜଳଗାଓଁରେ ଭୟାବହ ସଡ଼କ ଦୁର୍ଘଟଣା: ୬ ମୃତ
ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ
ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ଗରିବ ହିତାଧିକାରୀଙ୍କ ପାଇଁ ଘର ପଞ୍ଜୀକରଣ ଖର୍ଚ୍ଚ ହ୍ରାସ

ଓସିଏସ୍ ପ୍ରାରମ୍ଭିକ ପରୀକ୍ଷା ଜୁନ୍ ୭ରେ ହେବ

0

ଭୁବନେଶ୍ଵର: ଓଡ଼ିଶା ସିଭିଲ ସର୍ଭିସେସ୍ (OCS) ପ୍ରାରମ୍ଭିକ ପରୀକ୍ଷା-୨୦୨୫ ଆସନ୍ତା ଜୁନ୍ ୭ରେ ରାଜ୍ୟର ଛଅଟି ସହରରେ ଅନୁଷ୍ଠିତ ହେବ ବୋଲି ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଘୋଷଣା କରାଯାଇଛି। ପରୀକ୍ଷାର୍ଥୀମାନେ ମେ’ ୩୦ରୁ ଆୟୋଗର ଆଧିକାରିକ ୱେବସାଇଟ୍‌ରୁ ପ୍ରବେଶପତ୍ର ଡାଉନଲୋଡ୍ କରିପାରିବେ। ଆୟୋଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ, ଜୟପୁର ଓ ସମ୍ବଲପୁରରେ ପରୀକ୍ଷା କେନ୍ଦ୍ର ବ୍ୟବସ୍ଥା କରାଯାଇଛି।

ପରୀକ୍ଷା ଦୁଇଟି ପର୍ଯ୍ୟାୟରେ ହେବ। ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ସାଧାରଣ ଅଧ୍ୟୟନ ପ୍ରଥମ ପତ୍ର ଅନୁଷ୍ଠିତ ହେବା ସହ ଏଥିରେ ୧୦୦ଟି ବହୁବିକଳ୍ପୀୟ ପ୍ରଶ୍ନ ରହିବ। ଦ୍ୱିତୀୟ ପତ୍ର ଅପରାହ୍ନ ୧ଟା ୩୦ରୁ ୩ଟା ୩୦ ପର୍ଯ୍ୟନ୍ତ ହେବ ଏବଂ ଏଥିରେ ୮୦ଟି ପ୍ରଶ୍ନ ପଚରାଯିବ। ପରୀକ୍ଷାର୍ଥୀମାନେ ଓଏମଆର୍ ଉତ୍ତରପତ୍ରରେ ଉତ୍ତର ଚିହ୍ନିତ କରିବେ। ଦିବ୍ୟାଙ୍ଗ ପରୀକ୍ଷାର୍ଥୀଙ୍କ ପାଇଁ ପ୍ରତ୍ୟେକ ପତ୍ରରେ ଅତିରିକ୍ତ ୪୦ ମିନିଟ୍ ସମୟ ଦିଆଯିବ। ଏହି ଶ୍ରେଣୀର ପରୀକ୍ଷାର୍ଥୀଙ୍କ ସକାଳ ପରୀକ୍ଷା ୧୨ଟା ୪୦ ଏବଂ ଅପରାହ୍ନ ପରୀକ୍ଷା ୪ଟା ୧୦ ମିନିଟ୍‌ରେ ଶେଷ ହେବ।ଆୟୋଗ କହିଛି ଯେ, ପ୍ରବେଶପତ୍ର ସହ ପରୀକ୍ଷା ସମ୍ପର୍କିତ ସମସ୍ତ ନିର୍ଦ୍ଦେଶିକା ମେ’ ୩୦ରୁ ୱେବସାଇଟ୍‌ରେ ଉପଲବ୍ଧ ହେବ। ପରୀକ୍ଷାର୍ଥୀମାନଙ୍କୁ ନିୟମିତ ଭାବେ ୱେବସାଇଟ୍ ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି।

Leave A Reply

Your email address will not be published.