ପ୍ରମୁଖ ଖବର

ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍‌, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ

ଭାରତୀୟ ରେଳରେ ହାଇଡ୍ରୋଜେନ୍ ଟ୍ରେନ୍‌

0

ନୂଆଦିଲ୍ଲୀ: ସ୍ୱଚ୍ଛ ଓ ସ୍ଥାୟୀ ପରିବହନ ବ୍ୟବସ୍ଥା ଦିଗରେ ଭାରତୀୟ ରେଳ ବିଭାଗ ଏକ ଐତିହାସିକ ପଦକ୍ଷେପ ନେଇଛି। ରେଳ ମନ୍ତ୍ରଣାଳୟ ୧୦ ଡବା ବିଶିଷ୍ଟ ହାଇଡ୍ରୋଜେନ୍ ଇନ୍ଧନ ସେଲ୍‌ ଚାଳିତ ଟ୍ରେନ୍‌ ଚଳାଚଳକୁ ଅନୁମୋଦନ କରିଛି। ଏହି ଟ୍ରେନ୍‌ ଖୁବଶୀଘ୍ର ଉତ୍ତର ରେଲୱେର ହରିୟାଣାସ୍ଥିତ ଜିନ୍ଦ-ସୋନିପତ ସେକ୍ସନରେ ପରୀକ୍ଷାମୂଳକ ଭାବେ ଚାଲିବ।
୧୨୦୦ କିଲୋୱାଟ୍ କ୍ଷମତାସମ୍ପନ୍ନ ହାଇଡ୍ରୋଜେନ୍ ଫୁଏଲ୍ ସେଲ୍ ପ୍ରୋପଲ୍ସନ୍ ସିଷ୍ଟମ୍‌ରେ ଚାଲିବାକୁ ଥିବା ଏହି ଟ୍ରେନ୍‌ ଘଣ୍ଟାପ୍ରତି ସର୍ବାଧିକ ୭୫ କିଲୋମିଟର ବେଗରେ ଗତି କରିପାରିବ। ହାଇଡ୍ରୋଜେନ୍ ଫୁଏଲ୍ ସେଲ୍ ପ୍ରଯୁକ୍ତିରେ ରାସାୟନିକ ପ୍ରତିକ୍ରିୟା ମାଧ୍ୟମରେ ବିଦ୍ୟୁତ୍ ଉତ୍ପାଦନ ହୁଏ ଏବଂ ଏହି ପ୍ରକ୍ରିୟାରେ କେବଳ ଜଳୀୟ ବାଷ୍ପ ନିର୍ଗତ ହେବାରୁ ଏହା ପରିବେଶ ପାଇଁ ଅତ୍ୟନ୍ତ ସୁରକ୍ଷିତ ଓ ସ୍ୱଚ୍ଛ ବିକଳ୍ପ ଭାବେ ଦେଖାଯାଉଛି।
ପାରମ୍ପରିକ ଡିଜେଲ୍ ଇଞ୍ଜିନ୍‌ ଆଧାରିତ ଟ୍ରେନ୍‌ ତୁଳନାରେ ଏହି ପ୍ରଣାଳୀ କାର୍ବନ୍ ନିସ୍ସରଣକୁ ଗୁରୁତ୍ୱପୂର୍ଣ୍ଣ ଭାବେ କମାଇବ। ଏହି ପଦକ୍ଷେପ ସହ ଭାରତ ବର୍ତ୍ତମାନ ଜର୍ମାନୀ, ଜାପାନ, ଚୀନ୍ ଓ ଯୁକ୍ତରାଷ୍ଟ୍ର ଆମେରିକା ପରି ଦେଶମାନଙ୍କ ସହ ସ୍ୱଚ୍ଛ ରେଳ ପରିବହନ ପ୍ରଯୁକ୍ତିରେ ଆଗକୁ ବଢ଼ୁଥିବା ଦେଶମାନଙ୍କ ଶ୍ରେଣୀରେ ସାମିଲ ହୋଇଛି।
ହରିୟାଣାର ଜିନ୍ଦ-ସୋନିପତ ରୁଟ୍‌କୁ ପାଇଲଟ୍ ପ୍ରକଳ୍ପ ଭାବେ ଚୟନ କରାଯାଇଛି। ଏହି ପରିକଳ୍ପନାକୁ ସଫଳ କରିବା ପାଇଁ ଜିନ୍ଦରେ ସ୍ୱଦେଶୀ ପ୍ରଯୁକ୍ତିରେ ନିର୍ମିତ ହାଇଡ୍ରୋଜେନ୍ ଭଣ୍ଡାର ଓ ଇନ୍ଧନ ପୁନଃଭରଣ କେନ୍ଦ୍ର ସ୍ଥାପିତ ହୋଇଛି। ପେଟ୍ରୋଲିୟମ୍ ଏବଂ ବିସ୍ଫୋରକ ସୁରକ୍ଷା ସଂଗଠନ ଏଠାରେ କମ୍ପ୍ରେସ୍‌ଡ ହାଇଡ୍ରୋଜେନ୍ ଗ୍ୟାସ ସଂରକ୍ଷଣ ଓ ବଣ୍ଟନ ପାଇଁ ଆବଶ୍ୟକ ଅନୁମତି ମଧ୍ୟ ପ୍ରଦାନ କରିଛି।
ହାଇଡ୍ରୋଜେନ୍ ଆଧାରିତ ରେଳ ପରିବହନ ପ୍ରଣାଳୀ ଏବେ ମଧ୍ୟ ପ୍ରାରମ୍ଭିକ ପର୍ଯ୍ୟାୟରେ ଥିଲେ ମଧ୍ୟ, ଏହାକୁ ଭବିଷ୍ୟତର ସବୁଠାରୁ ସ୍ୱଚ୍ଛ ଓ ଟିକାଉ ପରିବହନ ବିକଳ୍ପ ଭାବେ ଦେଖାଯାଉଛି।

Leave A Reply

Your email address will not be published.