ପ୍ରମୁଖ ଖବର

କମନୱେଲ୍ଡ ଗେମ୍ସରେ ଇତିହାସ ରଚିଲେ ଅସ୍ମିତା ଦେ’, ଜୁଡୋରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ
ଉମରକୋଟ ଆଶ୍ରମ ବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ଘଟଣା: ପ୍ରଧାନଶିକ୍ଷକ ନିଲମ୍ବିତ
୩ ମାସ ପରେ କାଲିଠୁ ଖୋଲିବ ଭିତରକନିକା
‘ପ୍ରଶ୍ନପତ୍ର ଲିକ୍ ନୁହେଁ, ମାଲ୍‌ପ୍ରାକ୍ଟିସ୍’— ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ କୁଳପତି
ହୀରାକୁଦରେ ବଢୁଛି ଜଳସ୍ତର, ଖୋଲିଲା ୨୨ ଗେଟ
ରୁଷିଆ-ୟୁକ୍ରେନ ଯୁଦ୍ଧ: ମୃତ ଭାରତୀୟଙ୍କ ପରିବାରକୁ ସହାୟତା ପାଇଁ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ଦିଲ୍ଲୀରେ ଅମିତ ଶାହ ଓ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଇ-୨୦ ପେଟ୍ରୋଲରେ ୨–୬% କମିବ ମାଇଲେଜ୍‌, କିନ୍ତୁ ଇଞ୍ଜିନ୍‌କୁ କ୍ଷତିର ପ୍ରମାଣ ନାହିଁ

ଡିକେ ଶିବକୁମାର ହେବେ ନୂଆ ମୁଖ୍ୟମନ୍ତ୍ରୀ

0

ସିଦ୍ଧରମେୟାଙ୍କ ଇସ୍ତଫା ଗ୍ରହଣ
କର୍ଣ୍ଣାଟକ:କର୍ଣ୍ଣାଟକ ରାଜ୍ୟପାଳ ଥାୱର ଚାନ୍ଦ ଗେହଲୋତ ଶୁକ୍ରବାର ମୁଖ୍ୟମନ୍ତ୍ରୀ ସିଦ୍ଧରମେୟାଙ୍କ ଇସ୍ତଫା ପତ୍ରକୁ ଗ୍ରହଣ କରିଛନ୍ତି। ଗୁରୁବାର ସିଦ୍ଧରମେୟା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ତେବେ ସେତେବେଳେ ରାଜ୍ୟପାଳ ରାଜଭବନରେ ଉପସ୍ଥିତ ନଥିବାରୁ ସେ ନିଜ ଇସ୍ତଫା ପତ୍ର ରାଜ୍ୟପାଳଙ୍କ ସଚିବଙ୍କୁ ପ୍ରଦାନ କରିଥିଲେ। ଶୁକ୍ରବାର ରାଜ୍ୟପାଳ ଫେରିବା ପରେ ଇସ୍ତଫା ପତ୍ରକୁ ଆନୁଷ୍ଠାନିକ ଭାବେ ଗ୍ରହଣ କରିବା ସହ ରାଜ୍ୟ ମନ୍ତ୍ରୀ ପରିଷଦକୁ ଭଙ୍ଗ ଘୋଷଣା କରିଛନ୍ତି। ତେବେ ନୂଆ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପର୍ଯ୍ୟନ୍ତ ସିଦ୍ଧରମେୟାଙ୍କୁ କାର୍ଯ୍ୟନିର୍ବାହୀ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ପାଳନ କରିବାକୁ ରାଜ୍ୟପାଳ ନିର୍ଦ୍ଦେଶ ଦେଇଛନ୍ତି।

ସିଦ୍ଧରମେୟାଙ୍କ ସ୍ଥାନରେ କଂଗ୍ରେସର ବରିଷ୍ଠ ନେତା ଡିକେ ଶିବକୁମାରଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦେବାକୁ ଦଳୀୟ ହାଇକମାଣ୍ଡ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି। ଏହାକୁ ନେଇ ନୂଆଦିଲ୍ଲୀରେ ଦଳର ଶୀର୍ଷ ନେତୃତ୍ୱ ସହ ଆଲୋଚନା ଜାରି ରହିଛି। ଏହି କ୍ରମରେ ଶୁକ୍ରବାର ଡିକେ ଶିବକୁମାର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏବଂ ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କୁ ସାକ୍ଷାତ କରିଛନ୍ତି।
ଶିବକୁମାରଙ୍କ ନେତୃତ୍ୱରେ ଗଠିତ ହେବାକୁ ଯାଉଥିବା ନୂଆ ସରକାରର ମନ୍ତ୍ରିମଣ୍ଡଳ ନେଇ ମଧ୍ୟ ଆଲୋଚନା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ରିପୋର୍ଟ ଅନୁଯାୟୀ ଶନିବାର କଂଗ୍ରେସ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ ଏବଂ ସେଠାରେ ଶିବକୁମାରଙ୍କୁ ବିଧିବଦ୍ଧ ଭାବେ ବିଧାୟକ ଦଳ ନେତା ଭାବେ ଚୟନ କରାଯିବ।

ସୂଚନା ଅନୁସାରେ, ଜୁନ୍ ୩ ତାରିଖରେ ଡିକେ ଶିବକୁମାର କର୍ଣ୍ଣାଟକର ୨୫ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ତାଙ୍କ ସରକାରରେ ଦୁଇଜଣ ଉପମୁଖ୍ୟମନ୍ତ୍ରୀ ରହିବାର ସମ୍ଭାବନା ମଧ୍ୟ ରହିଛି। ନୂଆ ମନ୍ତ୍ରିମଣ୍ଡଳ ଗଠନରେ ଜାତିଗତ, ଆଞ୍ଚଳିକ ଏବଂ ରାଜନୈତିକ ସନ୍ତୁଳନ ରକ୍ଷା ଉପରେ କଂଗ୍ରେସ ନେତୃତ୍ୱ ବିଶେଷ ଗୁରୁତ୍ୱ ଦେଉଛି।

Leave A Reply

Your email address will not be published.