ଭୁବନେଶ୍ବର: ଭୁବନେଶ୍ୱରର ପ୍ରମୁଖ ବ୍ୟବସାୟିକ କେନ୍ଦ୍ର ମାର୍କେଟ ବିଲ୍ଡିଂରେ ମଙ୍ଗଳବାର ଭୋର ସମୟରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ପ୍ରାୟ ୧୫ରୁ ଅଧିକ ଦୋକାନ ସମ୍ପୂର୍ଣ୍ଣ ଜଳିଯାଇଛି। ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ପୋଷାକ ଓ ଅନ୍ୟାନ୍ୟ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଥିବା ଅନୁମାନ କରାଯାଉଛି।
ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ସାଢ଼େ ୬ଟା ବେଳେ ମାର୍କେଟ ବିଲ୍ଡିଂ ଅନ୍ତର୍ଗତ ବିଏମସି ବହୁତଳ ପାର୍କିଂ ନିକଟରେ ଥିବା କିଛି ଲୁଗା ଦୋକାନରୁ ଧୂଆଁ ବାହାରୁଥିବା ଦେଖାଯାଇଥିଲା। ଖବର ପାଇ ଅଗ୍ନିଶମ ବିଭାଗର ଏକାଧିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ନିଆଁ ଲିଭାଇବା କାର୍ଯ୍ୟ ଆରମ୍ଭ କରିଥିଲେ।
ଭୁବନେଶ୍ୱରରେ ଲଗାଣ ବର୍ଷା ହେଉଥିବା ସତ୍ତ୍ୱେ ନିଆଁର ପ୍ରକୋପ ଅଧିକ ଥିବାରୁ ଅଗ୍ନିଶମ କର୍ମଚାରୀମାନଙ୍କୁ ନିଆଁ ନିୟନ୍ତ୍ରଣ କରିବାରେ ବେଶ୍ କଷ୍ଟ ସହିବାକୁ ପଡ଼ିଥିଲା। ଦୀର୍ଘ ସମୟର ଉଦ୍ୟମ ପରେ ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରାଯାଇଥିଲା।
ଅଗ୍ନିକାଣ୍ଡ ଫଳରେ ଅନେକ ଦୋକାନରେ ଥିବା ପୋଷାକ ଓ ମୂଲ୍ୟବାନ ସାମଗ୍ରୀ ନଷ୍ଟ ହୋଇଥିବା ବେଳେ କ୍ଷୟକ୍ଷତିର ପରିମାଣ କୋଟିଏ ଟଙ୍କା ଛୁଇଁପାରେ ବୋଲି ବ୍ୟବସାୟୀମାନେ ଆଶଙ୍କା ପ୍ରକାଶ କରିଛନ୍ତି। ପ୍ରାଥମିକ ତଦନ୍ତରୁ ବିଦ୍ୟୁତ ସର୍ଟ ସର୍କିଟ୍ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ଅଗ୍ନିଶମ ଅଧିକାରୀମାନେ ସନ୍ଦେହ କରୁଛନ୍ତି। ତେବେ ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ଅଧିକ ତଦନ୍ତ ଚାଲିଛି। ସୌଭାଗ୍ୟବଶତଃ ଏହି ଅଗ୍ନିକାଣ୍ଡରେ କୌଣସି ମୃତାହତ ଘଟିନଥିବା ବେଳେ ବର୍ତ୍ତମାନ କ୍ଷୟକ୍ଷତିର ବିସ୍ତୃତ ଆକଳନ କରାଯାଉଛି।
ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ସାଢ଼େ ୬ଟା ବେଳେ ମାର୍କେଟ ବିଲ୍ଡିଂ ଅନ୍ତର୍ଗତ ବିଏମସି ବହୁତଳ ପାର୍କିଂ ନିକଟରେ ଥିବା କିଛି ଲୁଗା ଦୋକାନରୁ ଧୂଆଁ ବାହାରୁଥିବା ଦେଖାଯାଇଥିଲା। ଖବର ପାଇ ଅଗ୍ନିଶମ ବିଭାଗର ଏକାଧିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ନିଆଁ ଲିଭାଇବା କାର୍ଯ୍ୟ ଆରମ୍ଭ କରିଥିଲେ।
ଭୁବନେଶ୍ୱରରେ ଲଗାଣ ବର୍ଷା ହେଉଥିବା ସତ୍ତ୍ୱେ ନିଆଁର ପ୍ରକୋପ ଅଧିକ ଥିବାରୁ ଅଗ୍ନିଶମ କର୍ମଚାରୀମାନଙ୍କୁ ନିଆଁ ନିୟନ୍ତ୍ରଣ କରିବାରେ ବେଶ୍ କଷ୍ଟ ସହିବାକୁ ପଡ଼ିଥିଲା। ଦୀର୍ଘ ସମୟର ଉଦ୍ୟମ ପରେ ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରାଯାଇଥିଲା। ଅଗ୍ନିକାଣ୍ଡ ଫଳରେ ଅନେକ ଦୋକାନରେ ଥିବା ପୋଷାକ ଓ ମୂଲ୍ୟବାନ ସାମଗ୍ରୀ ନଷ୍ଟ ହୋଇଥିବା ବେଳେ କ୍ଷୟକ୍ଷତିର ପରିମାଣ କୋଟିଏ ଟଙ୍କା ଛୁଇଁପାରେ ବୋଲି ବ୍ୟବସାୟୀମାନେ ଆଶଙ୍କା ପ୍ରକାଶ କରିଛନ୍ତି।
ପ୍ରାଥମିକ ତଦନ୍ତରୁ ବିଦ୍ୟୁତ ସର୍ଟ ସର୍କିଟ୍ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ଅଗ୍ନିଶମ ଅଧିକାରୀମାନେ ସନ୍ଦେହ କରୁଛନ୍ତି। ତେବେ ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ଅଧିକ ତଦନ୍ତ ଚାଲିଛି। ସୌଭାଗ୍ୟବଶତଃ ଏହି ଅଗ୍ନିକାଣ୍ଡରେ କୌଣସି ମୃତାହତ ଘଟିନଥିବା ବେଳେ ବର୍ତ୍ତମାନ କ୍ଷୟକ୍ଷତିର ବିସ୍ତୃତ ଆକଳନ କରାଯାଉଛି।