ପ୍ରମୁଖ ଖବର

କମନୱେଲଥ୍ ଗେମ୍ସ: ଅଷ୍ଟମ ଦିନରେ ଭାରତର ୬ ପଦକ, ମୋଟ ସଂଖ୍ୟା ୨୩
ରାଜ୍ୟ କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରି
ସୁନ୍ଦରଗଡ଼ରେ ହାତୀ ଆତଙ୍କ: ଦନ୍ତା ଆକ୍ରମଣରେ ୨ ମୃତ
ଭୋଗପୁରମରେ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୧୯ ବର୍ଷ ପରେ କଲକାତା ଫେରିଲେ ତସଲିମା ନସରିନ୍
ରାଷ୍ଟ୍ରପତି ଭବନରେ ଚମକିଲା ଓଡ଼ିଶାର ୩ ଷ୍ଟାର୍ଟଅପ୍
ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ବଢ଼ିଲା ବିମାନ ଇନ୍ଧନ ଦର

୧୯ ବର୍ଷ ପରେ କଲକାତା ଫେରିଲେ ତସଲିମା ନସରିନ୍

0

କଲକାତା: ବାଂଲାଦେଶରୁ ନିର୍ବାସିତ ଚର୍ଚ୍ଚିତ ଲେଖିକା ତସଲିମା ନସରିନ୍ ଦୀର୍ଘ ୧୯ ବର୍ଷ ପରେ କଲକାତାକୁ ଫେରିଛନ୍ତି। ସେ ସୋସିଆଲ ମିଡିଆରେ ନିଜ ଆଗମନ ସମ୍ପର୍କରେ ସୂଚନା ଦେଇଥିଲେ। ବିମାନବନ୍ଦରରେ ପହଞ୍ଚିବା ପରେ ହାତ ଯୋଡ଼ି ସେ କହିଥିଲେ, “ଫେରିଆସି ବହୁତ ଭଲ ଲାଗୁଛି।” ଏହି ପ୍ରତ୍ୟାବର୍ତ୍ତନକୁ ସେ ଏକ ‘ଭାବପ୍ରବଣ ଘର ୱାପସୀ’ ବୋଲି ବର୍ଣ୍ଣନା କରିଛନ୍ତି। ତସଲିମାଙ୍କ ସ୍ୱାଗତ ପାଇଁ କଲକାତାର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ହୋର୍ଡିଂ ଲଗାଯାଇଥିବାବେଳେ ଶଙ୍ଖଧ୍ୱନି ଓ ହୁଳହୁଳି ମଧ୍ୟରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି।

ଶନିବାର ସନ୍ଧ୍ୟାରେ ରବୀନ୍ଦ୍ର ସଦନରେ ‘ସିକ୍ୟୁଲାର ମିଶନ ଟ୍ରଷ୍ଟ’ ଏବଂ ‘ହ୍ୟୁମାନ ରାଇଟ୍ସ ଆଣ୍ଡ ବାଂଲାଦେଶ ଫ୍ରିଡମ୍ ଫାଇଟର୍ସ ଫାଉଣ୍ଡେସନ’ ପକ୍ଷରୁ ଆୟୋଜିତ ଧାର୍ମିକ କଟ୍ଟରପନ୍ଥ ବିରୋଧୀ ସାଂସ୍କୃତିକ କାର୍ଯ୍ୟକ୍ରମରେ ସେ ଯୋଗଦେବେ। ୧୯୯୩ରେ ପ୍ରକାଶିତ ତାଙ୍କ ଉପନ୍ୟାସ ‘ଲଜ୍ଜା’ ଏବଂ ୨୦୦୩ର ଆତ୍ମଜୀବନୀ ‘ଦ୍ୱିଖଣ୍ଡିତ’କୁ କେନ୍ଦ୍ର କରି ଇସଲାମିକ କଟ୍ଟରପନ୍ଥୀ ସଂଗଠନମାନଙ୍କ ବିରୋଧର ସମ୍ମୁଖୀନ ହୋଇଥିଲେ। ୨୦୦୭ ନଭେମ୍ବରରେ କଲକାତାରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ପରେ ସେତେବେଳର ବାମ ସରକାର ତାଙ୍କୁ ସହର ଛାଡ଼ିବାକୁ କହିଥିଲେ। ଏହାପରେ ସେ ଜୟପୁର, ନୂଆଦିଲ୍ଲୀ ଏବଂ ବିଦେଶରେ ରହୁଥିଲେ ମଧ୍ୟ କଲକାତାକୁ ନିଜର ପ୍ରକୃତ ଘର ବୋଲି କହିଆସୁଥିଲେ। ଦୀର୍ଘ ୧୯ ବର୍ଷ ପରେ ତସଲିମାଙ୍କ ଏହି ପ୍ରତ୍ୟାବର୍ତ୍ତନକୁ ନେଇ କଲକାତାରେ ବେଶ୍ ଚର୍ଚ୍ଚା ଓ ଉତ୍ସାହ ଦେଖିବାକୁ ମିଳିଛି।

Leave A Reply

Your email address will not be published.