ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଭଦ୍ରକରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍

0

ଭଦ୍ରକ: ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ନଜରରେ ରଖି ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ୍ କରାଯାଇଛି। ବନ୍ୟା ଓ ଜଳବନ୍ଦୀ ପରିସ୍ଥିତିରେ ଜରୁରୀକାଳୀନ ପ୍ରଶାସନିକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ଜିଲ୍ଲାପାଳ ଏହି ନିର୍ଦ୍ଦେଶ ଜାରି କରିଛନ୍ତି।

ନିର୍ଦ୍ଦେଶ ଅନୁସାରେ, ସମସ୍ତ ଅଧିକାରୀ ଓ କର୍ମଚାରୀ ନିଜ ନିଜ ମୁଖ୍ୟାଳୟରେ ଉପସ୍ଥିତ ରହିବେ। ଏଥିସହ ବର୍ତ୍ତମାନ ଛୁଟିରେ ଥିବା ଅଧିକାରୀ ଓ କର୍ମଚାରୀମାନେ ତୁରନ୍ତ ଛୁଟି ବାତିଲ୍ କରି ନିଜ ନିଜ କାର୍ଯ୍ୟସ୍ଥଳରେ ଯୋଗଦେବାକୁ କୁହାଯାଇଛି। ବନ୍ୟା ସମୟରେ ଉଦ୍ଧାର, ରିଲିଫ୍ ବଣ୍ଟନ, ଜଳବନ୍ଦୀ ଅଞ୍ଚଳରେ ନଜରଦାରୀ ଏବଂ ଅନ୍ୟାନ୍ୟ ଜରୁରୀ ପ୍ରଶାସନିକ କାର୍ଯ୍ୟକୁ ସୁଚାରୁ ଭାବେ ପରିଚାଳନା କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ।

Leave A Reply

Your email address will not be published.