ପ୍ରମୁଖ ଖବର

ଡାକସେବାରେ ବଡ଼ ପରିବର୍ତ୍ତନ: ଅପ୍‌ଗ୍ରେଡ୍ ହେଲା ‘ଡାକ ମିତ୍ର’ ଓ ‘ଡାକ ସେବା’ ଆପ୍‌
ଶିକ୍ଷକ ଦିବସରେ ୨୧ ଉଚ୍ଚଶିକ୍ଷା ଶିକ୍ଷକଙ୍କୁ ଜାତୀୟ ପୁରସ୍କାର ଦେବେ ରାଷ୍ଟ୍ରପତି
ପ୍ରତି ପରିବାରକୁ ବର୍ଷକୁ ୩ ମାଗଣା ଏଲ୍‌ପିଜି ସିଲିଣ୍ଡର, ବିଜୟଙ୍କ ବଡ଼ ଘୋଷଣା
ଇମ୍ରାନଙ୍କ ଚିକିତ୍ସା ପାଇଁ ଏକାଠି ହେଲେ ୨୧ ଜଣ ପୂର୍ବତନ ଅନ୍ତର୍ଜାତୀୟ କ୍ୟାପ୍‌ଟେନ
ପିଆଜ ଦର ନିୟନ୍ତ୍ରଣ ପାଇଁ ସରକାରଙ୍କ ପଦକ୍ଷେପ, ଆଜିଠୁ ଚାଲିବ ‘କାନ୍ଦା ଏକ୍ସପ୍ରେସ’
ଅମରାବତୀ ହସ୍ପିଟାଲ ଏନଆଇସିୟୁରେ ଅଗ୍ନିକାଣ୍ଡ, ୩ ନବଜାତଙ୍କ ମୃତ୍ୟୁ
ଡିଜିଟାଲ ହେବ ଡାକ୍ତରୀ ପ୍ରେସ୍‌କ୍ରିପସନ୍‌, ଲାଗୁ ହେବ ‘ୱାନ୍‌ ନେସନ, ୱାନ୍‌ ହେଲ୍‌ଥ’

ପ୍ରତି ପରିବାରକୁ ବର୍ଷକୁ ୩ ମାଗଣା ଏଲ୍‌ପିଜି ସିଲିଣ୍ଡର

0

ତାମିଲନାଡୁ: ଅଭିନୟରୁ ରାଜନୀତିକୁ ଆସିଥିବା ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଯୋଶେଫ ବିଜୟ ରାଜ୍ୟବାସୀଙ୍କ ପାଇଁ ଏକାଧିକ ଲୋକକଲ୍ୟାଣମୂଳକ ଘୋଷଣା କରିଛନ୍ତି। ତାଙ୍କ ସରକାର ରାଜ୍ୟର ଯୋଗ୍ୟ ପରିବାରଗୁଡ଼ିକୁ ପ୍ରତିବର୍ଷ ୩ଟି ଏଲ୍‌ପିଜି ସିଲିଣ୍ଡରର ଖର୍ଚ୍ଚ ଯୋଗାଇବ। ଯେଉଁ ପରିବାରର ବାର୍ଷିକ ଆୟ ୨.୫ ଲକ୍ଷ ଟଙ୍କାରୁ କମ୍‌, ସେମାନେ ଏହି ସୁବିଧା ପାଇବେ। ସିଲିଣ୍ଡର ବାବଦ ଅର୍ଥ ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ପଠାଯିବ।

ବିଧାନସଭା ନିର୍ବାଚନ ସମୟରେ ବିଜୟଙ୍କ ଦଳ ଟିଭିକେ ପ୍ରତି ପରିବାରକୁ ବର୍ଷକୁ ୬ଟି ମାଗଣା ଏଲ୍‌ପିଜି ସିଲିଣ୍ଡର ଦେବାକୁ ପ୍ରତିଶ୍ରୁତି ଦେଇଥିଲା। ଏବେ ସରକାର ପ୍ରଥମ ପର୍ଯ୍ୟାୟରେ ୩ଟି ସିଲିଣ୍ଡରର ଖର୍ଚ୍ଚ ବହନ କରିବା ନିଷ୍ପତ୍ତି ନେଇଛନ୍ତି। ଏହା ସହିତ କିନ୍ନର ସମ୍ପ୍ରଦାୟ ପାଇଁ ମଧ୍ୟ ବିଜୟ ସରକାର ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ଏଣିକି କିନ୍ନରମାନେ ସରକାରୀ ବସ୍‌ରେ ମାଗଣାରେ ଯାତ୍ରା କରିପାରିବେ।

ମହିଳାଙ୍କ ପାଇଁ ଚାଲୁଥିବା ‘ଭେଟ୍ଟ୍ରି ପାୟାନା ଥିତାମ’ ଯୋଜନାକୁ ମଧ୍ୟ ବ୍ୟାପକ କରାଯାଇଛି। ଏଣିକି ମହିଳାମାନେ କେବଳ ସାଧାରଣ ବସ୍‌ ନୁହେଁ, ଏକ୍ସପ୍ରେସ, ଏଲ୍‌ଏସ୍‌ଏସ୍‌ ଓ ଡିଲକ୍ସ ବସ୍‌ରେ ମଧ୍ୟ ମାଗଣା ଯାତ୍ରା କରିପାରିବେ। ଏହି ସୁବିଧା ଅନ୍ତଃଜିଲ୍ଲା ଯାତ୍ରା ପାଇଁ ମଧ୍ୟ ଲାଗୁ ହେବ ବୋଲି ବିଜୟ ଘୋଷଣା କରିଛନ୍ତି।

Leave A Reply

Your email address will not be published.