ପ୍ରମୁଖ ଖବର

ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍‌, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ

ହର୍ମୁଜରେ ଜାହାଜଠାରୁ ଶୁଳ୍କ ନେବ ଇରାନ

0

ନ୍ୟୁଜ୍ ବ୍ୟୁରୋ: ଆମେରିକା ଓ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ହର୍ମୁଜ ପ୍ରଣାଳୀକୁ ନେଇ ସଙ୍କଟ ଆହୁରି ଗଭୀର ହୋଇଛି। ହର୍ମୁଜ ଦେଇ ଯାତାୟାତ କରୁଥିବା ଜାହାଜଗୁଡ଼ିକଠାରୁ ଟିକସ ଓ ବିଭିନ୍ନ ଶୁଳ୍କ ଆଦାୟ କରିବାକୁ ଇରାନ ନିଷ୍ପତ୍ତି ନେଇଛି। ଇରାନ ସଂସଦ ଏହି ପ୍ରସ୍ତାବକୁ ଅନୁମୋଦନ କରିଥିବା ଇରାନୀ ଗଣମାଧ୍ୟମ ରିପୋର୍ଟ କରିଛି। ଇରାନ ସଂସଦର ରାଷ୍ଟ୍ରୀୟ ସୁରକ୍ଷା ଓ ବିଦେଶ ନୀତି କମିଟିର ପ୍ରବକ୍ତା ହସନ କାଶକଭିଙ୍କ ସୂଚନା ଅନୁସାରେ, ଶୁଳ୍କ ପୈଠ ବଦଳରେ ଜାହାଜଗୁଡ଼ିକୁ ସାମୁଦ୍ରିକ ସେବା, ସୁରକ୍ଷା ଓ ବୀମା ସୁବିଧା ଯୋଗାଇ ଦିଆଯିବ। ଏଥିସହ ପରିବେଶ ସମ୍ବନ୍ଧୀୟ ସେବା ଏବଂ ଜରୁରୀ ପରିସ୍ଥିତିରେ ଇନ୍ଧନ ଯୋଗାଣ ଭଳି ସୁବିଧା ମଧ୍ୟ ମିଳିବ। ଏହି ଅର୍ଥ ଇରାନୀ ରିଆଲ କିମ୍ବା ଇରାନ ପସନ୍ଦ କରୁଥିବା ଅନ୍ୟ ମୁଦ୍ରାରେ ପୈଠ କରିବାକୁ ପଡ଼ିବ।

ଅନ୍ୟପକ୍ଷରେ ଇରାନ ବିରୋଧରେ ଆମେରିକାର ଆର୍ଥିକ ଚାପ ମଧ୍ୟ ତୀବ୍ର ହୋଇଛି। ଆମେରିକାର ଅର୍ଥମନ୍ତ୍ରୀ ସ୍କଟ ବେସେଣ୍ଟ କହିଛନ୍ତି ଯେ ଇରାନ ବିରୋଧରେ ଚାଲିଥିବା ଆର୍ଥିକ ଯୁଦ୍ଧ ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଇରାନର ଆୟର ପ୍ରମୁଖ ଉତ୍ସଗୁଡ଼ିକୁ ବନ୍ଦ କରିବା ଆମେରିକା ପ୍ରଶାସନର ମୁଖ୍ୟ ଲକ୍ଷ୍ୟ ବୋଲି ସେ କହିଛନ୍ତି। ଇରାନ ଉପରେ ଚାପ ବଢ଼ାଇବା ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ସମସ୍ତ ସରକାରୀ ଏଜେନ୍ସି ଓ ଅଧିକାରୀଙ୍କୁ ନିୟୋଜିତ କରିବ ବୋଲି ବେସେଣ୍ଟ କହିଛନ୍ତି। ଏହାକୁ ବିଦେଶୀ ରାଷ୍ଟ୍ର ବିରୋଧରେ ଆମେରିକାର ସବୁଠାରୁ ବଡ଼ ଆର୍ଥିକ ପଦକ୍ଷେପ ବୋଲି ପୂର୍ବରୁ ଟ୍ରମ୍ପ ଦାବି କରିଥିଲେ।
ଇରାନକୁ ଅନ୍ତର୍ଜାତୀୟ ସ୍ତରରେ ଏକଘରିଆ କରିବାକୁ ଟ୍ରମ୍ପ ଅନ୍ୟ ଦେଶଗୁଡ଼ିକୁ ଆହ୍ୱାନ ଦେଇଥିବା ବେଳେ ତେହରାନ ଉପସାଗରୀୟ ଦେଶଗୁଡ଼ିକୁ ଚେତାବନୀ ଦେଇଛି। ଆମେରିକାକୁ ସହଯୋଗ କରୁଥିବା ଦେଶଗୁଡ଼ିକର ଆର୍ଥିକ କେନ୍ଦ୍ରକୁ ଟାର୍ଗେଟ କରାଯିବ ବୋଲି ଇରାନର ନୂଆ ରାଷ୍ଟ୍ରୀୟ ସୁରକ୍ଷା ମୁଖ୍ୟ ମୋହସିନ ରେଜାଇ ଚେତାବନୀ ଦେଇଛନ୍ତି। ଏହା ଫଳରେ ହର୍ମୁଜ ପ୍ରଣାଳୀକୁ ନେଇ ଆଞ୍ଚଳିକ ଓ ବିଶ୍ୱ ବାଣିଜ୍ୟିକ ଚିନ୍ତା ଆହୁରି ବଢ଼ିଛି।

Leave A Reply

Your email address will not be published.